ରେଖା ଗୁପ୍ତା ଦିଲ୍ଲୀର ମେୟର ପ୍ରାର୍ଥୀ : ବିଜେପି

ରେଖା ଗୁପ୍ତା ଦିଲ୍ଲୀର ମେୟର ପ୍ରାର୍ଥୀ

ନୂଆଦିଲ୍ଲୀ: ଭାରତୀୟ ଜନତା ପାର୍ଟି(ବିଜେପି) ମଙ୍ଗଳବାର ଦିଲ୍ଲୀର ମେୟର ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି। ବିଜେପି ଦିଲ୍ଲୀର ମେୟର ପ୍ରାର୍ଥୀ ଭାବେ ରେଖା ଗୁପ୍ତାଙ୍କ ନାମ ଘୋଷଣା କରିଛି। ସେ ପୂର୍ବରୁ ସାଲିମାର୍‌ ବାଗ୍‌ରେ ୩ ଥର କାଉନ୍‌ସିଲର୍‌ ହୋଇ ସାରିଥିବା‌ ବେଳେ ପ୍ରାର୍ଥୀପତ୍ର ଦାଖଲର ଶେଷ ଦିନରେ ଦଳ ତାଙ୍କୁ ଚୟନ କରିଛି। ବିଜେପି ରେଖା ଗୁପ୍ତାଙ୍କୁ ମେୟର ପ୍ରାର୍ଥୀ ଭାବେ ଚୟନ କରିଥିବା ବେଳେ ଦ୍ବାରକା କାଉନ୍‌ସିଲର୍‌ କମଲଜୀତ୍‌ ‌ଶେରୱାତ୍‌ଙ୍କୁ ‌ଷ୍ଟାଣ୍ଡିଂ କମିଟି ମେମ୍ବର ପଦବୀ ପାଇଁ ବାଛିଚି। ସେ ପୂର୍ବରୁ ଦକ୍ଷିଣ ଦିଲ୍ଲୀ ମୁନିସିପାଲ୍‌ କର୍ପୋରେସନ୍‌ରୁ ମେୟର ରହି ସାରିଛନ୍ତି। ଏହା ପୂର୍ବରୁ ଶୁକ୍ରବାର ଆମ୍ ଆଦ୍‌ମୀ ପାର୍ଟି (ଆପ୍) ଦିଲ୍ଲୀର ମେୟର ଓ ଡେପୁଟି ମେୟର ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି। ଶେଲି ‌ଓବରୟଙ୍କୁ ମେୟର ପ୍ରାର୍ଥୀ ଭାବେ ମନୋନୀତ କରାଯାଇଥିବା ବେଳେ ଡେପୁଟି ମେୟର ପ୍ରାର୍ଥୀ ଭାବେ ଆପ୍‌ର ମାଟିଆ ମହଲ ବିଧାୟକ ଶୋଇବ ଇକବାଲଙ୍କ ପୁଅ ଆଲେ ମହମ୍ମଦ ଇକବାଲଙ୍କୁ ମନୋନୀତ କରାଯାଇଛି। ଆପଣଙ୍କ ସୂଚନା ନିମନ୍ତେ ଜଣାଇ ଦେଉଛୁ ‌ଯେ ଦିଲ୍ଲୀର ମେୟର ସିଧାସଳଖ ଭୋଟରଙ୍କ ଦ୍ବାରା ନିର୍ବାଚିତ ହୋଇ ନଥାନ୍ତି। ନିର୍ବାଚିତ ଜନପ୍ରତିନିଧିମାନଙ୍କ ଦ୍ବାରା ପରୋକ୍ଷ ଭୋଟରେ ସେ ନିର୍ବାଚିତ ହୋଇଥାନ୍ତି। ମନୋନୀତ ସଦସ୍ୟମାନଙ୍କର ଏହି ନିର୍ବାଚନରେ ଭୋଟ ଦେବାର ଅଧିକାର ନାହିଁ। କେବଳ ୧୪ ଜଣ ବିଧାୟକ ଓ ୧୦ ଜଣ ଏମ୍‌ପି ଭୋଟ ଦେଇପାରିବେ। ଆସନ୍ତା ଜାନୁଆରି ୬ ତାରିଖରେ ମେୟର ପଦ ପାଇଁ ନିର୍ବାଚନ ହୋଇପାରେ।

Share Now:

Kalinga News Beuro

Next Post

ଆମେରିକାରେ ବରଫ ଝଡ଼ : ମୃତ୍ୟୁ ନେଲାଣି ୬୦ ଜୀବନ

Tue Dec 27 , 2022
ଫଶି ରହିଥିବା ଗାଡ଼ି ଭିତରୁ ଉଦ୍ଧାର ହେଉଛନ୍ତି ଲୋକ ନ୍ୟୁୟର୍କ: ପ୍ରବଳ ଥଣ୍ଡା ଓ ବରଫ ପାତ ଯୋଗୁ ଆମେରିକାର ନ୍ୟୁୟର୍କରେ ୨୭ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ପୂରା ଆମେରିକାରେ ଏବେ ସୁଦ୍ଧା ୬୦ ଜଣଙ୍କ ଜୀବନ ଯାଇ ସାରିଲାଣି। ତେବେ ଏହି ବରଫ ଝଡ଼ରେ ଫଶି ରହିଥିବା ଲୋକମାନଙ୍କୁ ଉଦ୍ଧାର କରିବାକୁ ଉଦ୍ଧାର କାର୍ଯ୍ୟ ଏବେ ବି ଲାଗି ରହିଛି। ସଡ଼କରେ ଅନେକ ଟ୍ରକ୍‌, ବସ୍‌, କାର୍‌ […]
ଆମେରିକାରେ ବରଫ ଝଡ଼

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial