ପିଲା ଗୁଜରାଟରେ, ପାଠ ଓଡ଼ିଶାରେ

ବ୍ରହ୍ମପୁର: ଗଂଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ବ୍ଲକ୍‌ର ରଘୁନାଥ ସ୍ୱାମୀ ଉଚ୍ଚବିଦ୍ୟାଳୟ, ପଟ୍ଟାଧରର ଛାତ୍ର ସିପୁନ, ସଂଗ୍ରାମ,ସୂର୍ଯ୍ୟ…..ଏମିତି ଅନେକ ବିଦ୍ୟାଳୟ ଦେଖି ନାହାନ୍ତି, ଗଂଜାମରେ ମଧ୍ୟ ରହୁନାହନ୍ତି। ସେଥିରୁ କିଛି ଛାତ୍ରଛାତ୍ରୀ ଗୁଜୁରାଟରେ ରହୁଛନ୍ତି। ଅଷ୍ଟମ ଶ୍ରେଣୀରେ ମଧ୍ୟ ଏ ଛାତ୍ରଛାତ୍ରୀଙ୍କ ନାମ ରେଜିଷ୍ଟ୍ରାରରେ ନଥିଲା। ମାତ୍ର ଏବେ ସେମାନେ ଚଳିତ ବର୍ଷ ଓଡ଼ିଶା ମାଧ୍ୟମକି ଶିକ୍ଷା ପରିଷଦ(ବୋର୍ଡ) ଅଧୀନରେ ମାଟ୍ରିକ୍‌ ପରୀକ୍ଷା ଦେବାକୁ ଫର୍ମ ପୂରଣ କରିଛନ୍ତି। ଏ ଛାତ୍ରଛାତ୍ରୀଙ୍କ ନାମ ନବମ ଶ୍ରେଣୀରୁ ପଞ୍ଜୀକୃତ କରାଯାଇଛି। ଦଶମ ଶ୍ରେଣୀ ପାସ୍‌ କରିବା ପାଇଁ ଓଡ଼ିଶାର କିଛି ବିଦ୍ୟାଳୟକୁ ଏଭଳି ବ୍ୟବହାର କରାଯାଉଛି। ଶିକ୍ଷା ବ୍ୟବସ୍ଥାରେ ଦେଖାଦେଇଥିବା ଏଭଳି ଏକ ଭୟଙ୍କର ଅନିୟମିତତା ସାମ୍ନାକୁ ଆସିଛି। ବିଦ୍ୟାଳୟର ପ୍ରଧାନଶିକ୍ଷକ ପିଲା ଗୋଟାକୁ ୧୫ରୁ ୨୨ ହଜାର ଟଙ୍କା ନେଇ ମାଟ୍ରିକ୍‌ ପାସ୍‌ କରାଇ ଦେବା ପାଇଁ ଏଭଳି ଏକ ର‍୍ୟାକେଟ୍‌ରେ ସାମିଲ ହୋଇଥିବା ଅଭିଯୋଗ ହୋଇଛି। ସୁରତରେ ଅନୁମତି ପାଇନଥିବା ଏକ ବିଦ୍ୟାଳୟକୁ ବଂଚାଇବାକୁ ଏ ପ୍ରକାର ଏକ ର‍୍ୟାକେଟ୍‌ ଗଂଜାମ ଜିଲ୍ଲାରେ କାମ କରୁଛି। ଅନ୍ୟପକ୍ଷରେ ସରକାରୀ ଗାଇଡ ଲାଇନ ମୁତାବକ ପିଲା ହେଉନଥିବାରୁ ଏଭଳି ପଦ୍ଧତ୍ତି ଆପଣେଇଥିବା ଜଣେ ପ୍ରଧାନଶିକ୍ଷକ ସ୍ୱୀକାର କରିଛନ୍ତି।

ଗଂଜାମ ଜିଲ୍ଲାର ରଘୁନାଥ ସ୍ୱାମୀ ହାଇସ୍କୁଲ, ପଟ୍ଟାଧାର, ସିଏସ୍‌ ଆଞ୍ଚଳିକ ବାଳିକା ଉଚ୍ଚବିଦ୍ୟାଳୟ ବିଡିପୁର ଶାସନ ଓ ବୈଦ୍ୟ ରଘୁନାଥ ହାଇସ୍କୁଲ କୁମ୍ଭାରୀରେ ଏଭଳି ଅନିୟମିତତା ଏବେ ସାମ୍ନାକୁ ଆସିଛି। ରଘୁନାଥ ସ୍ୱାମୀ ହାଇସ୍କୁଲର ୯ ଜଣ ଛାତ୍ରଛାତ୍ରୀଙ୍କ ଏଭଳି ପଞ୍ଜୀକରଣ କରାଯାଇଥିବା ବେଳେ ସି.ଏସ୍‌ ଆଞ୍ଚଳିକ ବାଳିକା ବିଦ୍ୟାଳୟରେ ୧୬ ଜଣ ଛାତ୍ରୀ ଓ ବୈଦ୍ୟ ରଘୁନାଥପୁର ହାଇସ୍କୁଲରେ ୬ ଜଣ ଛାତ୍ରୀଙ୍କର ଏହିଭଳି ପଞ୍ଜୀକରଣ ହୋଇଥିବା ଅଭିଯୋଗ ହୋଇଛି। ଘଟଣାର ଉଚ୍ଚସ୍ତରୀୟ ତଦନ୍ତ କରାଗଲେ ଏକ ବଡଧରଣର ର‍୍ୟାକେଟ୍‌ର ପର୍ଦାଫାସ ହେବ ବୋଲି ଜଣାପଡିଛି।

Share Now:

Kalinga News Beuro

Leave a Reply

Next Post

ନୂଆ ବର୍ଷରୁ ଶ୍ରୀମନ୍ଦିରରେ ମୋବାଇଲ୍‌ ନିଷେଧ

Wed Dec 20 , 2017
ପୁରୀ: ନୂଆ ବର୍ଷରୁ ଶ୍ରୀମନ୍ଦିରରେ ନୂଆ କଟକଣା ଲାଗୁ ହେବାକୁ ଯାଉଛି। କୌଣସି ଅଣପଞ୍ଜୀକୃତ ମୋବାଇଲ୍‌ ହାଣ୍ଡସେଟ୍‍ ଶ୍ରୀମନ୍ଦିର ପ୍ରବେଶ କରିବ ନାହିଁ। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ୱୀକୃତିପ୍ରାପ୍ତ ଦୁଇ ସଂସ୍ଥା ପକ୍ଷରୁ ଯୋଗାଇ ଦିଆଯାଉଥିବା ପଞ୍ଜୀକୃତ ମୋବାଇଲ୍‌ ହାଣ୍ଡ୍‌ସେଟ୍‌ ଛଡ଼ା କେହି ଅନ୍ୟ ମୋବାଇଲ ଫୋନ୍‌ ବ୍ୟବହାର କଲେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଶ୍ରୀମନ୍ଦିର ପ୍ରଶାସକ(ନୀତି) ପ୍ରଦୀପ କୁମାର ଦାଶ ସୂଚନା ଦେଇଛନ୍ତି। କେବଳ ନିର୍ଦ୍ଦିଷ୍ଟ ଅଧିକାରୀ, କର୍ମଚାରୀ, […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial