ରୁଷ୍ ନାଗରିକଙ୍କୁ ଉଠାଇନେଲା ପୁଲିସ : ପଚରାଉଚରା ଜାରି

ରୁଷ୍ ନାଗରିକଙ୍କୁ ଉଠାଇନେଲା ପୁଲିସ

ରାୟଗଡ଼ାରେ ରୁଷୀୟ ନାଗରିକଙ୍କ ମୃତ୍ୟୁ ପରେ ଚେତା ପଶିଲା

ଭୁବନେଶ୍ୱର: ରାୟଗଡ଼ାରେ ରୁଷ୍ ନାଗରିକଙ୍କ ମୃତ୍ୟୁ ପରେ ଚେତିଛି ଜିଆରପି ପୁଲିସ ଓ ସ୍ପେଶାଲ ବ୍ରାଞ୍ଚ। ସନ୍ଦେହ ଘେରରେ ଥିବା ଜଣେ ରୁଷ୍ ନାଗରିକଙ୍କୁ ଆଜି ପୁଲିସ ଉଠାଇନେଇଛି। ରେଳବାଇ ଥାନାରେ ଉକ୍ତ ରୁଷ୍ ନାଗରିକଙ୍କୁ ଅଟକ ରଖି ଜିଆରପି ପୁଲିସ, ଖାରବେଳ ଥାନା ପୁଲିସ ଓ଼ ସ୍ପେଶାଲ ବ୍ରାଞ୍ଚ ପୁଲିସ ପଚରାଉଚରା କରୁଛି। ଅଟକ ଥିବା ରୁଷୀୟ ନାଗରିକଙ୍କ ନାଆଁ ହେଲା ଗ୍ଲାଗୋଲେଭ୍ ଆଣ୍ଡ୍ର୍ୟୁ। ତାଙ୍କର ବୟସ ୫୮ ବର୍ଷ। ସେ କିଛିଦିନ ଧରି ଭୁବନେଶ୍ୱର ରେଳ ଷ୍ଟେସନରେ ବୁଲୁଥିବାର ଦେଖିବାକୁ ମିଳିଥିଲା। ଗ୍ଲାଗୋଲେଭ୍ କେଉଁଠାକୁ ଯାଇଛନ୍ତି ଓ ରହିଛନ୍ତି ସେନେଇ ତଥ୍ୟ ଖୋଜୁଛି ପୁଲିସ। ତାଙ୍କର ଛଅ ମାସ ଭିସାର ଅବଧି ଶେଷ ହୋଇଯାଇଥିବା ଜଣାଯାଇଛି। ୨୦୧୬ରୁ ସେ ଭାରତକୁ ଆସିଛନ୍ତି। ଓଡ଼ିଶାକୁ ମଧ୍ୟ ବହୁଦିନ ହେବ ଆସି ଅନେକ ସ୍ଥାନରେ ସେ ରହିଛନ୍ତି। ତା୍ଙ୍କ କହିବା କଥା, ଭାରତରେ ତାଙ୍କୁ ଭଲ ଲାଗୁଛି, ସେ ଭାରତରେ ରହିବାକୁ ଚାହୁଁଛନ୍ତି। ରୁଷିଆ-ୟୁକ୍ରେନ୍ ଯୁଦ୍ଧକୁ ନେଇ ଭୁବନେଶ୍ୱର ରେଳ ଷ୍ଟେସନରେ ସେ ପ୍ରତିବାଦ କରିଥିଲେ।

Share Now:

Kalinga News Beuro

Next Post

ଜିରୋ ନାଇଟ୍ ସେଲିବ୍ରେସନ୍ ନେଇ ମାର୍ଗଦର୍ଶିକା ଜାରି କଲେ ଡିସିପି ପ୍ରତୀକ ସିଂ

Sat Dec 31 , 2022
ଭୁବନେଶ୍ୱର: ରାଜଧାନୀରେ ଜିରୋ ନାଇଟ୍ ସେଲିବ୍ରେସନ୍ ନେଇ ଏକ ମାର୍ଗଦର୍ଶିକା ଭିଡିଓ ଜାରି କରିଛନ୍ତି ଭୁବନେଶ୍ୱର ଡିସିପି ପ୍ରତୀକ ସିଂ। ଏଥିରେ ସେ କହିଛନ୍ତି, ଅଧିକ ବେଗରେ ଗାଡ଼ି ଚଳାନ୍ତୁ ନାହିଁ। ୫୦ କିଲୋମିଟରରୁ ଅଧିକ ବେଗରେ ଗାଡ଼ି ନ ଚଳାଇବା ଭଲା। ମଦ ପିଇ ଗାଡ଼ି ଚଳାନ୍ତୁ ନାହିଁ। ଜିରୋ ନାଇଟ୍ ସେଲିବ୍ରେସନକୁ ଯାଉଥିଲେ, ସାଙ୍ଗରେ ଚାଳକଙ୍କୁ ଧରି ଯାଆନ୍ତୁ। ପାର୍କିଂ ଜାଗାରେ ଗାଡ଼ି ରଖିବାକୁ ସେ ପରାମର୍ଶ […]
ଜିରୋ ନାଇଟ୍ ସେଲିବ୍ରେସନ୍ ନେଇ ମାର୍ଗଦର୍ଶିକା

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial