ହକି ପାଇଁ ହେଲ୍ପ ଲାଇନ୍ ନମ୍ବର ଜାରି କଲା କମିସନରେଟ ପୁଲିସ

ହକି ବିଶ୍ବକପ୍‌ ପାଇଁ ହେଲ୍ପ ଲାଇନ୍ ନମ୍ବର

ଭୁବନେଶ୍ୱର: ଆସନ୍ତା ୧୩ ତାରିଖରୁ ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମ ଏବଂ ରାଉରକେଲାର ବିର୍ସା ମୁଣ୍ଡା ଷ୍ଟାଡିୟମରେ ଅନୁଷ୍ଠିତ ହେବାକୁ ଯାଉଛି ହକି ବିଶ୍ୱକପ୍। ଏଥିପାଇଁ ବିଭିନ୍ନ ସ୍ତରରେ ସବୁ ପ୍ରକାରର ବନ୍ଦୋବସ୍ତ କରାଯାଉଛି । ଏହି କ୍ରମରେ ପୁଲିସ କମିସନରେଟ୍ ପକ୍ଷରୁ ଜାରି ହୋଇଛି ଏକ ହେଲ୍ପ ଲାଇନ୍ ନମ୍ବର। ଏହି ନମ୍ବରଟି ହେଲା ୭୩୭୭୭୭୦୦୭୦। ହକି ବିଶ୍ୱକପକୁ ନେଇ ସମସ୍ତ ତଥ୍ୟ ଏହି ନମ୍ବରରେ ଥିବା ହ୍ବାଟ୍‌ସଆପ୍‌ ମେସେଞ୍ଜରରୁ ମିଳିପାରିବ। ଲୋକେ ଟିକେଟ, ଟ୍ରାଫିକ,ପାର୍କିଙ୍ଗ,ସ୍କୋର, ଷ୍ଟାଡିୟମ ଲେଆଉଟ ଇତ୍ୟାଦି ସମ୍ପର୍କରେ ଜାଣିବାକୁ ଏହି ନମ୍ବରରେ ମେସେଜ କରିପାରିବେ। ଆପଣ ବି ଯଦି ହକି ବିଶ୍ୱକପ୍‌କୁ ନେଇ କୌଣସି ସୂଚନା ପାଇବାକୁ ଚାହାନ୍ତି ତ ୭୩୭୭୭୭୦୦୭୦ ହ୍ବାଟ୍‌ସଆପ୍‌ ନମ୍ବରରେ ମେସେଜ କଲେ ଏହି ସମସ୍ତ ତଥ୍ୟ ମିଳିପାରିବ। ଆଜି ଭୁବନେଶ୍ଵରରେ ଆସି ନେଦରଲାଣ୍ଡ ହକି ଟିମ୍ ପହଞ୍ଚି ସାରିଛି। ୨୦୧୮ରେ ନେଦରଲାଣ୍ଡ ସିଲଭର୍ ମେଡାଲ ପାଇଥିଲା। ଏହା ସହିତ ଏପର୍ଯ୍ୟନ୍ତ ୩ ଥର ବିଶ୍ଵ ବିଜେତା ହୋଇଥିବା ବେଳେ ୬ ଥର ଫାଇନାଲ ପର୍ଯ୍ୟନ୍ତ ଯାଇଛି ଟିମ୍। ତେଣୁ ଏଥର କଡ଼ା ଟକ୍କର ଦେବ ବୋଲି ଆଶା କରାଯାଉଛି। ଗ୍ରୁପ୍‌ ସିରେ ରହିଛି ନେଦରଲାଣ୍ଡ ଏବଂ ଏହା ସହିତ ନିଉଜିଲ୍ୟାଣ୍ଡ, ଚିଲି ଓ ମାଲେସିଆ ମଧ୍ୟ ରହିଛନ୍ତି।

Share Now:

Kalinga News Beuro

Next Post

ପୃଥିବୀରୁ ଏକାଠି ଦେଖିବାକୁ ମିଳିଲା ସୌର ମଣ୍ଡଳର ସମସ୍ତ ଗ୍ରହ

Wed Jan 4 , 2023
ନୂଆଦିଲ୍ଲୀ: ଅନ୍ତରାଷ୍ଟ୍ରୀୟ ଖଗୋଲୀୟ ସଂଘ ଅନୁସାରେ ଆମ ସୌର ମଣ୍ଡଳରେ ଆଠଟି ଗ୍ରହ ରହିଛି । ସେଗୁଡ଼ିକ ହେଲା ବୁଧ, ଶୁକ୍ର, ପୃଥିବୀ, ମଙ୍ଗଳ, ବୃହସ୍ପତି, ଶନି, ୟୁରାନସ, ନେପଚୁନ । ଏହାର ଅତିରିକ୍ତ ତିନୋଟି ବାମନ ଗ୍ରହ ମଧ୍ୟରେ ସୀରୀସ, ପ୍ଲୁଟୋ, ଏରିସ ରହିଛି । ନିକଟରେ ଆମେରିକୀୟ ମହାକାଶ ଏଜେନ୍ସି ‘ନାସା’ ଏକ ଫଟୋ ସେୟାର କରିଛି। ଏହି ଫଟୋରେ ଏକ ଦୁର୍ଲଭ ଘଟଣା ଦେଖିବାକୁ ମିଳୁଛି। […]
ପୃଥିବୀରୁ ଏକାଠି ଦେଖିବାକୁ ମିଳିଲା ସୌର ମଣ୍ଡଳର ସମସ୍ତ ଗ୍ରହ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial