ଧାନମଣ୍ଡିରେ ସେଲସ୍‌ମ୍ୟାନ୍‌ଙ୍କୁ ନିର୍ମମ ହତ୍ୟା କଲେ ନକ୍ସଲ

ଧାନମଣ୍ଡିରେ ପଶି ସେଲସ୍‌ମ୍ୟାନ୍‌ଙ୍କୁ ହତ୍ୟା କଲେ ନକ୍ସଲ

ମାଲକାନଗିରି: ସୀମାନ୍ତ ଛତିଶଗଡ଼ର ବିଜାପୁର ଜିଲ୍ଲାରେ ଧାନମଣ୍ଡି ଭିତରେ ପଶି ତିନି ଜଣ ନକ୍ସଲ ଅତି ନିର୍ମମ ଭାବେ ଜଣେ ସେଲସ୍‌ମ୍ୟାନ୍‌ଙ୍କୁ ହତ୍ୟା କରିଛନ୍ତି। ଆଜି ସକାଳେ ବିଜାପୁର ଜିଲ୍ଲାର ଉସୁର ଗ୍ରାମରେ ମଣ୍ଡି ଚାଲିଥିଲା। ମଣ୍ଡିରେ ଚାଷୀ ସମେତ ଲ୍ୟାମ୍ପସ କର୍ମଚାରୀ ଏବଂ ସେଲସ୍‌ମ୍ୟାନ୍‌ ଉପସ୍ଥିତ ଥିଲେ। ହଠାତ୍ ତିନି ଜଣ ସଶସ୍ତ୍ର ନକ୍ସଲ ମଣ୍ଡି ଭିତରେ ପଶିଥିଲେ। ସେଲସ୍‌ମ୍ୟାନ୍‌ଙ୍କୁ ଧରି ଟାଙ୍ଗିଆ ଏବଂ କୁରାଢ଼ିରେ ଅତି ନିର୍ମମ ଭାବେ ହତ୍ୟା କରିଥିଲେ। ଏହି ଘଟଣା ପରେ ମଣ୍ଡିରେ ଥିବା ଚାଷୀ ଏବଂ ଅନ୍ୟ କର୍ମଚାରୀମାନେ ଦୌଡ଼ି ପଳାଇଥିଲେ। ମୃତ ସେଲସ୍‌ମ୍ୟାନ୍‌ ଜଣକ ପଲମପାଲ୍ଲୀ ଗ୍ରାମର ରାମମୂର୍ତ୍ତି ଗଟପାଲ୍ଲୀ ବୋଲି ଜଣାପଡିଛି। ଗତ ୧୦ ବର୍ଷ ଧରି ଉସୁର ଗ୍ରାମରେ ରହି ଧାନ ମଣ୍ଡିରେ କାମ କରୁଥିଲେ। ଚାଷୀଙ୍କ ମହଲରେ ଭୟର ବାତାବରଣ ଖେଳିଯାଇଛି। ପୁଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ନକ୍ସଲ ହତ୍ୟାକାଣ୍ଡ ପରେ ଲାଲ ସଲାମ ସ୍ଲୋଗାନ ଦେଇ ସେଠାରୁ ଖସି ପଳାଇଥିଲେ।

Share Now:

Kalinga News Beuro

Next Post

ପ୍ରଭୁ ଶ୍ରୀରାମ ବନବାସୀ, ଶବରୀ ଆଦିବାସୀ ଥିଲେ : କଂଗ୍ରେସ ସାଂସଦ ସପ୍ତଗିରି ଉଲାକା

Fri Jan 13 , 2023
ନୂଆଦିଲ୍ଲୀ: ସଂସଦରେ କଂଗ୍ରେସ ସାଂସଦ ସପ୍ତଗିରି ଶଙ୍କର ଉଲାକା ଦେଇଥିବା ଭାଷଣ ଏବେ ଭାଇରାଲ ହେବାରେ ଲାଗିଛି। ବିଭିନ୍ନ ସୋସିଆଲ ମିଡ଼ିଆ ପ୍ଲାଟଫର୍ମରେ ଏବେ ଉଲାକାଙ୍କ ଭାଷଣ ଘୁରିବୁଲୁଛି। ଏହି ଭାଷଣରେ କଂଗ୍ରେସ ସାଂସଦ ଆଦିବାସୀ ଏବଂ ବନବାସୀଙ୍କ ମଧ୍ୟରେ ପାର୍ଥକ୍ୟ କଣ ଅଛି ତାହା ଦର୍ଶାଇଛନ୍ତି। ଏହି ସମୟରେ ସେ କହିଥିଲେ ଯେ ସେ ଜଙ୍ଗଲୀ ହୋଇପାରନ୍ତି କିନ୍ତୁ ବନବାସୀ ନୁହଁନ୍ତି। ଏହି ସମୟରେ ସାଂସଦ ପ୍ରଭୁ ରାମଙ୍କୁ […]
କଂଗ୍ରେସ ସାଂସଦ ସପ୍ତଗିରି ଶଙ୍କର ଉଲାକା

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial