ମିଳିଲା ନିଖୋଜ ମହିଳା କ୍ରିକେଟ୍‌ ଖେଳାଳି ରାଜଶ୍ରୀ ସ୍ୱାଇଁଙ୍କ ମୃତ ଦେହ

ମହିଳା କ୍ରିକେଟ୍‌ ଖେଳାଳି ରାଜଶ୍ରୀ ସ୍ୱାଇଁ

କଟକ/ଭୁବନେଶ୍ୱର: ରାଜଧାନୀରେ କ୍ରୀଡ଼ା ମନ୍ତ୍ରୀ ତୁଷାରକାନ୍ତି ବେହେରାଙ୍କ ବାସଭବନ ଆଗରେ ପହଞ୍ଚିଛନ୍ତି ନିଖୋଜ ମହିଳା କ୍ରିକେଟ୍‌ ଖେଳାଳି ରାଜଶ୍ରୀ ସ୍ୱାଇଁଙ୍କ ପରିବାର। ସେମାନେ ଝିଅର ଫଟୋ ହାତରେ ଧରି ନ୍ୟାୟ ଲାଗି ଗୁହାରି କରିବାକୁ ସେଠାରେ ପହଞ୍ଚିଛନ୍ତି। ରାଜଶ୍ରୀ ସ୍ୱାଇଁଙ୍କ ମା’ କହିବା ଅନୁଯାୟୀ, ତାଙ୍କ ଝିଅ ପ୍ରତି ଚୟନରେ ଅନ୍ୟାୟ କରାଯାଇଛି। ତାଙ୍କୁ ଲୁଚାଯାଇଛି କି ମାରି ଦିଆଯାଇଛି ସେନେଇ ସ୍ପଷ୍ଟ କରାଯାଉ। ଝିଅକୁ ଖୋଜି ଆଣିବା ଲାଗି ସେ ମନ୍ତ୍ରୀଙ୍କ ପାଖରେ ନିବେଦନ କରିବାକୁ ଆସିଛନ୍ତି। ଆଠଗଡ କପୁରସିଂ ଜଙ୍ଗଲରୁ ତାଙ୍କର ଆକ୍ଟିଭା ଓ ହେଲମେଟ୍ ମିଳିଥିବାରୁ ପରିବାର ଲୋକଙ୍କ ସନ୍ଦେହ ଉପୁଜିଛି। ସୂଚନାଯୋଗ୍ୟ, ମହିଳା କ୍ରିକେଟ୍‌ ଖେଳାଳି ରାଜଶ୍ରୀ ସ୍ୱାଇଁ ନିଖୋଜ ହୋଇଯାଇଛନ୍ତି। ଜାନୁଆରି ୧୧ ତାରିଖ ସକାଳେ ସେ ବଜ୍ରକବାଟୀରେ ପଡ଼ିଥିବା କ୍ୟାମ୍ପ୍‌ରୁ ଘରକୁ ଯାଉଛନ୍ତି କହି ଫେରିନଥିବା ଜଣାପଡ଼ିଛି। ଏବେ ତାଙ୍କ ମୋବାଇଲ୍ ସୁଇଚ ଅଫ୍ ଥିବା ବେଳେ ପରିବାର ଲୋକଙ୍କ ନିକଟରେ ଏ ସମ୍ପର୍କରେ କୌଣସି ସୂଚନା ନାହିଁ। ଏନେଇ ଅଭିଯୋଗ ପରେ ମଙ୍ଗଳାବାଗ ଥାନା ପୁଲିସ ମୋବାଇଲ୍‌ର ଶେଷ ଲୋକେସନକୁ ଠାବ କରିଥିବା ସୂଚନା ମିଳିଛି।
ସୂଚନା ଅନୁଯାୟୀ, ପୁଡୁଚେରୀରେ ଆରମ୍ଭ ହେବାକୁ ଯାଉଥିବା ବରିଷ୍ଠ ମହିଳା ଦିନିକିଆ କ୍ରିକେଟ୍‌ର ପ୍ରଥମ ତିନି ମ୍ୟାଚ୍ ପାଇଁ ବଜ୍ରକବାଟୀ ରୋଡ୍‌ ମହାବୀର ଗାଲାକ୍ସିରେ ୨୫ ଜଣ ମହିଳା ଖେଳାଳି କ୍ୟାମ୍ପ ପକାଇଥିଲେ। ଆସନ୍ତା ୧୫ ତାରିଖରେ ସେମାନେ ପୁଡୁଚେରୀ ଯିବାର ଯୋଜନା ଥିଲା। ଏଥିପାଇଁ ଜାନୁଆରି ୧୦ ତାରିଖ, ମଙ୍ଗଳବାର ଦିନ ଓଡ଼ିଶା ଦଳର ତାଲିକା ଘୋଷଣା ହୋଇଥିଲା। ଏହି ତାଲିକାରେ ବାଦ୍‌ ପଡ଼ିଥିଲେ ରାଜଶ୍ରୀ। ଏହାପରେ ୧୧ ତାରିଖ ଦିନ ସମସ୍ତେ ଖେଳାଳି ଟାଙ୍ଗୀସ୍ଥିତ ଡ୍ରିମ୍ସ କଲେଜକୁ ଅଭ୍ୟାସ କରିବାକୁ ଯାଇଥିଲେ। କିନ୍ତୁ ରାଜଶ୍ରୀ ବାପାଙ୍କୁ ଭେଟିବାକୁ ଯାଉଥିବା କୋଚ୍‌ଙ୍କୁ କହି ସକାଳେ କେଉଁଆଡ଼େ ଚାଲି ଯାଇଥିଲେ। ଏହାପରେ ତାଙ୍କର ଫୋନ୍ ସୁଇଚ୍ ଅଫ୍ ଥିବାବେଳେ ସେ ରହୁଥିବା ସିଡିଏ ଘରେ କିମ୍ବା ନିଜ ଘରକୁ ବି ଯାଇନଥିବା ଜଣାପଡ଼ିଛି। କୋଚ୍‌ ପୁଷ୍ପାଞ୍ଜଳି ସରକାର ଏ ସମ୍ପର୍କରେ ମଙ୍ଗଳାବାଗ ଥାନାରେ ଏତଲା ଦେଇଛନ୍ତି। ପୁଲିସ ଅଭିଯୋଗ ଆଧାରରେ ତାଙ୍କୁ ଖୋଜାଖୋଜି କରୁଥିବା ମଙ୍ଗଳାବାଗ ଥାନା ଆଇଆଇସି ସୁଧାଂଶୁ ଭୂଷଣ ଜେନା ସୂଚନା ଦେଇଛନ୍ତି।ମିଳିଲା ନିଖୋଜ ମହିଳା କ୍ରିକେଟର ରାଜଶ୍ରୀ ସ୍ୱାଇଁଙ୍କ ମୃତଦେହ। ଝୁଲନ୍ତା ଅବସ୍ଥାରେ ଗୁରିଡିଝାଟିଆ ଥାନା ଏକ ଘଞ୍ଚ ଜଙ୍ଗଲରୁ ମୃତଦେହ ଠାବ ହୋଇଛି। ମଙ୍ଗଳାବାଗ ଥାନା ଆଇଆଇସି ଏ ନେଇ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। କେମିତି ଓ କେଉଁ ପରିସ୍ଥିତିରେ ମୃତଦେହ ମିଳିଛି ସେ ନେଇ ଏବେ ତଦନ୍ତ ଚାଲିଛି। ୧୧ତାରିଖରୁ ନିଖୋଜ ଥିବା ନେଇ ମଙ୍ଗଳାବାଗ ଥାନାରେ ପରିବାର ପକ୍ଷରୁ ଏତେଲା ଦିଆ ଯାଇଥିଲା।

Share Now:

Kalinga News Beuro

Next Post

ସରିଲା ବିଶ୍ଵକପର ପ୍ରଥମ ମ୍ୟାଚ୍ : ୧-୦ରେ ଜିତିଲା ଆର୍ଜେଣ୍ଟିନା

Fri Jan 13 , 2023
ଭୁବନେଶ୍ୱର: ଶେଷ ହୋଇଛି ବିଶ୍ଵକପର ପ୍ରଥମ ମ୍ୟାଚ୍। ଆଜି ଅନୁଷ୍ଠିତ ପ୍ରଥମ ମ୍ୟାଚ୍ ଆର୍ଜେଣ୍ଟିନା ଓ ସାଉଥ୍ ଆଫ୍ରିକା ଟିମ୍ ମୁହାଁମୁହିଁ ହୋଇଥିଲେ। ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ଏହି ପ୍ରଥମ ମ୍ୟାଚରେ ଆର୍ଜେଣ୍ଟିନା ୧-୦ ରେ ଜିତିଛି। ଉଭୟ ଦଳ ମଧ୍ୟରେ କଡା ଟକର ହେଇଥିଲେ ବି ତୃତୀୟ ହାଫରେ ଆର୍ଜେଣ୍ଟିନା ଦଳ ସାଉଥ୍ ଆଫ୍ରିକାକୁ ଗୋଟିଏ ଗୋଲ ଦେଇଥିଲା। ପରବର୍ତୀ ମ୍ୟାଚ ଅଷ୍ଟ୍ରେଲିଆ ଏବଂ ଫ୍ରାନ୍ସ ମଧ୍ୟରେ […]
ସରିଲା ବିଶ୍ଵକପର ପ୍ରଥମ ମ୍ୟାଚ୍

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial