ଆଉ କିଏ ନେଇଗଲା ଅନ୍‌ଲାଇନ୍‌ ହକି ବିଶ୍ୱକପ ଟିକେଟ୍‌

ଆଉ କିଏ ନେଇଗଲା ଅନ୍‌ଲାଇନ୍‌ ଟିକେଟ୍‌

ଭୁବନେଶ୍ୱର: ହକିକୁ ନେଇ ଭୁବନେଶ୍ୱର ଉଠୁଛିପଡ଼ୁଛି। ସବୁଆଡ଼େ ଉତ୍ସବର ମାହୋଲ୍‌। ସବୁ କେମିତି ଶୃଙ୍ଖଳାରେ ହେବ, ସେଥିପାଇଁ ସରକାରଙ୍କ ସବୁ ବିଭାଗ ଏକ ହୋଇଯାଇଛନ୍ତି। ବିଶ୍ୱକପ୍‌ ହକିକୁ ସଫଳ ଆୟୋଜନ କରିବା‌ରେ ସମସ୍ତେ ଯେମିତି ବ୍ୟଗ୍ର। ସମସ୍ତେ ନିଜନିଜ ସ୍ତରରେ ଉଦ୍ୟମ ଜାରି ରଖିଛନ୍ତି। ଏଭଳି ସ୍ଥିତିରେ ଆଜି ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଜାନୁଆରି ୨୯ ତାରିଖରେ ହେବାକୁ ଥିବା ଫାଇନାଲ୍‌ ମ୍ୟାଚ୍‌ ପାଇଁ ଅନ୍‌ଲାଇନ୍‌ରେ ଟିକେଟ୍‌ କାଟିଥିବା ଜଣେ ଯୁବକ ଟିକେଟ୍‌ ସଂଗ୍ରହ କରିବାକୁ ଆସି ହତାଶ ହୋଇଛନ୍ତି। ରିଜର୍ଭ ପୁଲିସ ପଡ଼ିଆରେ ଥିବା ସ୍ୱତନ୍ତ୍ର ଟିକେଟ୍‌ କାଉଣ୍ଟରରେ ଧାଡ଼ି ବାନ୍ଧି ଛିଡ଼ା ହେବା ପରେ ଟିକେଟ୍‌ ମିଳିନାହିଁ। ଟିକେଟ୍‌ ଆଉ ଜଣେ କିଏ ନେଇଯାଇଛି ବୋଲି ଉତ୍ତର ମିଳିଛି। ନଭେମ୍ବର ୨୫ ତାରିଖ ୩ଟା ୪୦ ମିନିଟ୍‌ରେ ତାଙ୍କର ଟିକେଟ୍‌ ସ୍କାନ ହେବା ସହ ହାର୍ଡ କପି ଆଉ କିଏ ନେଇ ଯାଇଥିବା ଜଣାପଡ଼ିଥିଲା। ଟିକେଟ୍‌ର ରସିଦ୍‌ ତାଙ୍କ ପାଖରେ ରହିଛି, ହେଲେ ଟିକେଟ୍‌ ଆଉ କିଏ ନେଇଯିବ କେମିତି? କିଏ ନେଲା ତାହାର ପ୍ରମାଣ ଅଛି କି? ଯିଏ ନେଲା ତା’ ଠାରୁ ଏହି ଅନ୍‌ଲାଇନ୍‌ ରସିଦ୍‌ ରଖାଯାଇଥିଲା କି? ଏଭଳି ଅନେକ ପ୍ରଶ୍ନ ସେ ସମ୍ପୃକ୍ତ କର୍ମଚାରୀଙ୍କୁ ପଚାରିଥିଲେ। ହେଲେ ଆଗରୁ ହଟନ୍ତୁ, ଯେଉଁଠି ଅଭିଯୋଗ କରିବେ କରନ୍ତୁ ବୋଲି କର୍ମଚାରୀ କହି ସେଠାରୁ ତାଙ୍କୁ ହଟାଇ ଦେଇଥିଲେ। ସେଠାରୁ ହତାଶ ହେବା ପରେ ସେ ନୂଆପଲ୍ଲୀ ଥାନରେ ପହଞ୍ଚିଥିଲେ। କିନ୍ତୁ ସେଠାରେ ମଧ୍ୟ ତାଙ୍କ ଅଭିଯୋଗପତ୍ର ରଖା ଯାଇନଥିଲା। ଏଭଳି ହତାଶ ହୋଇ ସେ ଫେରି ଯାଇଥିଲେ। ହକି ଇଣ୍ଡିଆକୁ ଚିଠି ଲେଖିବେ ବୋଲି ସେ କହିଛନ୍ତି।
ଏଭଳି ହତାଶ ହୋଇଥିବା ଯୁବକ ‌ହେଉଛନ୍ତି ଭୁବନେଶ୍ୱରର ବଳଭଦ୍ର ପଣ୍ଡା। ସେ ଗତ ସେପ୍ଟେମ୍ବର ମାସରେ ଫାଇନାଲ ମ୍ୟାଚ୍‌ ପାଇଁ ଅନ୍‌ଲାଇନ୍‌‌ରେ ଟିକେଟ୍‌ କାଟିଥିଲେ। ଏଥିପାଇଁ ତାଙ୍କୁ ୪୨୮ଟଙ୍କା ଦେବାକୁ ପଡ଼ିଥିଲା ଏବଂ ନିର୍ଦ୍ଦେଶ ରହିଥିଲା କି ଆଜି(୧୪ ତାରିଖରେ) ରିଜର୍ଭ ପୁଲିସ ପଡ଼ିଆରେ ଥିବା ସ୍ୱତନ୍ତ୍ର କାଉଣ୍ଟର୍‌ରୁ ହାର୍ଡ କପି ସଂଗ୍ରହ କରିବେ। ସେହି ନିର୍ଦ୍ଦେଶକୁ ଆଧାର କରି ସେ ଆଜି ପୂର୍ବାହ୍ନ ୧୦ଟା ବେଳେ କାଉଣ୍ଟରରେ ପହଞ୍ଚିଥିଲେ। ଧାଡ଼ି‌ରେ ପ୍ରାୟ ୪୦ ମିନିଟ୍‌ ଛିଡ଼ା ହେବା ପରେ ସେ ଇ-ଟିକେଟ୍‌ କାଉଣ୍ଟରରେ ଦେଖାଇବା ପରେ ଉତ୍ତେଜନା ପ୍ରକାଶ ପାଇଥିଲା। ତେବେ ସେ କେବଳ ଏକୁଟିଆ ନୁହନ୍ତି, ଆଉ ଦୁଇଜଣଙ୍କର ଏଭଳି ହୋଇଥିବା ଅଭିଯୋଗ ହୋଇଛି। ପଡ଼ିଆ ମଝିରେ ସ୍ୱତନ୍ତ୍ର କାଉଣ୍ଟର୍‌ ହୋଇଛି। ସେଠାରେ ସିସିଟିଭି କ୍ୟାମେରା ମଧ୍ୟ ନାହିଁ। ଏଣୁ ସେଠାରେ ସୁରକ୍ଷା ପାଇଁ ସିସିଟିଭି କ୍ୟାମେରା ଲଗାଇବାକୁ ଦାବି ହୋଇଛି।

Share Now:

Kalinga News Beuro

Next Post

ପ୍ରଧାନମନ୍ତ୍ରୀ ପାଇଁ ଆଉ କେହି ଦାବିଦାର ନାହାଁନ୍ତି : ଧର୍ମେନ୍ଦ୍ର ପ୍ରଧାନ

Sun Jan 15 , 2023
ନୂଆଦିଲ୍ଲୀ: କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରବିବାର କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ପଦ ପାଇଁ କୌଣସି ପଦବୀ ଖାଲି ନାହିଁ ଏବଂ ୨୦୨୪ ଲୋକସଭା ନିର୍ବାଚନରେ ​​ମଧ୍ୟ ଏନଡିଏ ଜିତିବ। ନୋବେଲ ପୁରସ୍କାର ବିଜେତା ଅମର୍ତ୍ତ୍ୟ ସେନ ଦେଇଥିବା ବୟାନକୁ ଧର୍ମେନ୍ଦ୍ର ଅସ୍ୱୀକାର କରିଛନ୍ତି। ଅମର୍ତ୍ତ୍ୟ କହିଥିଲେ ଯେ” ଟିଏମସି ସୁପ୍ରିମୋ ମମତା ବାନାର୍ଜୀଙ୍କ ପାଖରେ ପ୍ରଧାନମନ୍ତ୍ରୀ ହେବାର କ୍ଷମତା ଅଛି’। ଆଉ ଏହି ପ୍ରଶ୍ନର ଉତ୍ତରରେ ସେ […]
ଧର୍ମେନ୍ଦ୍ର ପ୍ରଧାନ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial