ଡୋପ ଟେଷ୍ଟରେ ଧରାପଡ଼ିଲେ ଦୂତୀ : ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ପରେ ଅସ୍ୱୀକାର କଲେ ଧାବିକା

ଡୋପ ଟେଷ୍ଟରେ ବିଫଳ ହେଲେ ଦୂତୀ

ଭୁବନେଶ୍ୱର: ଡୋପ ଟେଷ୍ଟରେ ବିଫଳ ହେଲେ ଅଲିମ୍ପିଆନ ଦୂତୀ ଚାନ୍ଦ। ଡୋପ ଟେଷ୍ଟରେ ଫଳାଫଳ ପଜେଟିଭ ଆସିଥିବାରୁ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଏହି ପରୀକ୍ଷାର ଫଳକୁ ଦେଖି ତାଙ୍କୁ ସାମୟିକ ଭାବେ ନିଲମ୍ବିତ କରାଯାଇଛି। ଏଭଳି ଲେଖାଥିବା ସୂଚନା ନିଉଜ୍ ଏଜେନ୍ସି ପିଟିଆଇ ଟ୍ୱିଟ କରିବା ପରେ ଏବେ ଖବରକୁ ନେଇ ଚାରିଆଡେ ଚର୍ଚ୍ଚା। ଜାତୀୟ ଗଣମାଧ୍ୟମରେ ଏହାକୁ ନେଇ ଖବର ପ୍ରକାଶ ପାଇବା ସହ ଦୂତୀଙ୍କୁ ନିଲମ୍ବିତ କରାଯାଇଥିବା କୁହାଯାଇଛି। ହେଲେ ଏହାକୁ ଅସ୍ୱୀକାର କରିଛନ୍ତି ଦୂତୀ। ସେ କହିଛନ୍ତି ଯେ, ମୁଁ ଡୋପ ଟେଷ୍ଟରେ ବିଫଳ ହୋଇଛି ଏବଂ ମୋତେ ନିଲମ୍ବିତ କରାଯାଇଛି ବୋଲି ଲେଖାଥିବା ଚିଠିଟି ମିଛ। ମୋତେ ବଦନାମ କରିବା ପାଇଁ ଏଭଳି ଚିଠି ଭାଇରାଲ କରାଯାଉଛି। ଚିଠିରେ ନାଡାର ମେମୋ ନମ୍ବର ନାହିଁ କି କାହାର ଦସ୍ତଖତ ମଧ୍ୟ ନାହିଁ।

Share Now:

Kalinga News Beuro

Next Post

୨୦୨୪ରେ ଦୁଇ ତୃତୀୟାଂଶ ଆସନ ସହ ବିଜେପି ଓଡ଼ିଶାରେ ସରକାର ଗଢିବ: ଜୟନାରାୟଣ ମିଶ୍ର

Wed Jan 18 , 2023
ଭୁବନେଶ୍ୱର: ବିଜେପିର ଜାତୀୟ କାର୍ଯ୍ୟକାରିଣୀ ବୈଠକ ପରେ ବାହାସ୍ଫୋଟ ମାରିଛନ୍ତି ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର। ଆସନ୍ତା ୨୦୨୪ରେ ଦୁଇ ତୃତୀୟାଂଶ ଆସନ ସହ ବିଜେପି ଓଡ଼ିଶାରେ ସରକାର ଗଢିବ। ଗୁଜରାଟ ମଡେଲକୁ ଆଧାର କରି ଭୋଟରଙ୍କ ପାଖରେ ପହଞ୍ଚିବ ବିଜେପି। ଆଉ ବିଜେପି ଅଧିକରୁ ଅଧିକ ଆସନ ହାତେଇବା ପାଇଁ ଯୁବବର୍ଗଙ୍କୁ ଫୋକସରେ ରଖିବ। ଏନେଇ ଜାତୀୟ କାର୍ଯ୍ୟକାରିଣୀରେ ରଣନୀତି ପ୍ରସ୍ତୁତ ହୋଇଥିବା କହିଛନ୍ତି ଜୟନାରାୟଣ ମିଶ୍ର। […]
୨୦୨୪ରେ ବିଜେପି ଓଡ଼ିଶାରେ ସରକାର ଗଢିବ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial