ଗାଡ଼ି ସୋ-ରୁମ୍ ମାଲିକଙ୍କୁ ଚୁନା ଲଗାଇଲେ ମହିଳା ପୁଲିସ୍‌

ସୋ-ରୁମ୍ ମାଲିକଙ୍କୁ ଠକିଲେ ମହିଳା ପୁଲିସ୍‌

ମାଲିକାନା ପରିବର୍ତ୍ତନ ନକରି ଜବରଦସ୍ତି ନେଇଗଲେ ଗାଡି

ବଲାଙ୍ଗୀର: ପୁଲିସ କର୍ମଚାରୀଙ୍କ ଗାଡ଼ି କିଣି ହଟହଟା ହେଲେ ସୋ-ରୁମ୍ ମାଲିକ। ବଲାଙ୍ଗିରରେ ଏକ ସୋରୁମ୍ କରି ପୁରୁଣା ଗାଡ଼ି କିଣାବିକା କରୁଥିବା ତୁଷୁରାର ଅନୀଲ ମହାପତ୍ର ବରଗଡ଼ର ତତ୍କାଳୀନ ପୁଲିସ କର୍ମଚାରୀ ସ୍ମିତାରାଣୀ ଦାସଙ୍କର ଏକ ସ୍କର୍ପିଓ ଗାଡ଼ି ୯ଲକ୍ଷ ୬୫ ହଜାର ଟଙ୍କାରେ କିଣିଥିଲେ। ଗାଡ଼ିଟିକୁ ବୌଦ୍ଧ ଜିଲ୍ଲା ଭୁତାପାଲିର ବ୍ରଜବନ୍ଧୁ ମହାନ୍ତିଙ୍କୁ ବିକ୍ରି କରିଥିଲେ। ତେବେ ଗାଡ଼ିର ମାଲିକାନା ପରିବର୍ତ୍ତନ ପାଇଁ ମହିଳା ପୁଲିସ କର୍ମଚାରୀଙ୍କ ସ୍ୱାମୀ ଅଧିକ ଲକ୍ଷେ ଟଙ୍କା ଦାବି କରିଥିଲେ। ଅନୀଲ ଅଧିକ ଲକ୍ଷେ ଟଙ୍କା ମଧ୍ୟ ଦେଇଥିଲେ। ହେଲେ ଗାଡ଼ିର ମାଲିକାନା ପରିବର୍ତ୍ତନ ନକରି ମହିଳା ପୁଲିସ କର୍ମଚାରୀଙ୍କ ସ୍ୱାମୀ ଓ ତାଙ୍କ ଭାଇ ଗାଡ଼ି ଚୋରି କରି ନେଇଥିବା ଅଭିଯୋଗ ହୋଇଛି। ଏହା ସହ ବନ୍ଧୁକ ଦେଖାଇ ଜୀବନରୁ ମାରିଦେବାକୁ ଧମକ ଦେଇଥିବା ଅଭିଯୋଗ କରିଛନ୍ତି ଅନିଲ ମହାପାତ୍ର। ଏ ନେଇ ଅନୀଲ ମହାପାତ୍ର ବରଗଡ଼ ଟାଉନ ଥାନାରେ ଅଭିଯୋଗ କରିଥିଲେ ମଧ୍ୟ କିଛି କାର୍ଯ୍ୟାନୁଷ୍ଠାନ ନିଆଯାଉନଥିବା ଅଭିଯୋଗ ହୋଇଛି।

Share Now:

Kalinga News Beuro

Next Post

ପଟିଆ ରେଳଷ୍ଟେସନରେ ୨ ନାବାଳିକାଙ୍କୁ ଗଣଦୁଷ୍କର୍ମ ଘଟଣାର ମୁଖ୍ୟ ଅଭିଯୁକ୍ତ ଗିରଫ

Wed Jan 18 , 2023
ଭୁବନେଶ୍ୱର: ଭୁବନେଶ୍ୱରର ପଟିଆ ରେଳଷ୍ଟେସନରେ ଦୁଇ ନାବାଳିକାଙ୍କୁ ଗଣଦୁଷ୍କର୍ମ ହୋଇଥିବା ଅଭିଯୋଗ ଘଟଣାରେ ମୁଖ୍ୟ ଅଭିଯୁକ୍ତ ଗିରଫ ହୋଇଛି। ମୁଖ୍ୟ ଅଭିଯୁକ୍ତ କୃଷ୍ଣ ଚାଲିକକୁ ପୁଲିସ ଗିରଫ କରିଛି। ଅଭିଯୁକ୍ତର ଘର ବାଙ୍କୀ ପଦନପୁରରେ ହୋଇଥିବା ସୂଚନା ରହିଛି। ଅପହରଣ ପରେ ଦଉଡିରେ ବାନ୍ଧି ଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଥିଲା। ଗଣଦୁଷ୍କର୍ମର ଶିକାର ହୋଇଥିବା ଦୁଇଜଣ ନାବାଳିକାଙ୍କ ଅଭିଯୋଗ ଅନୁସାରେ, ଏମାନେ ପଟିଆ ଅଞ୍ଚଳରେ ରହୁନ୍ତି। ସୋମବାର ସନ୍ଧ୍ୟାରେ ପଟିଆ […]
୨ ନାବାଳିକାଙ୍କୁ ଗଣଦୁଷ୍କର୍ମ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial