ମୋ ନାମରେ ଆସିଥିବା ଅଭିଯୋଗ ମିଛ, ଧର୍ମ ପରିବର୍ତ୍ତନ ପାଇଁ ମୁଁ ଆଦୌ କହି ନାହିଁ : କଣ୍ଠଶିଳ୍ପୀ ହ୍ୟୁମାନ୍‌ ସାଗର

କଣ୍ଠଶିଳ୍ପୀ ହ୍ୟୁମାନ୍‌ ସାଗର

କଟକ: ଓଲିଉଡ୍‌ କଣ୍ଠଶିଳ୍ପୀ ହ୍ୟୁମାନ୍‌ ସାଗର ଥାନାରୁ ଫେରିଲା ପରେ ଗଣମାଧ୍ୟମ ଆଗରେ ନିଜର ପ୍ରତିକ୍ରିୟା ରଖିଛନ୍ତି। ମୋ ନାମରେ ଆସିଥିବା ଅଭିଯୋଗ ମିଛ ବୋଲି କହିଛନ୍ତି। ମୁଁ କାହିଁକି ହତ୍ୟା ଉଦ୍ୟମ କରିବି? ମୁଁ କଣ ମର୍ଡରର? ଧର୍ମ ପରିବର୍ତ୍ତନ ପାଇଁ ମୁଁ ଆଦୌ ଚାପ ପକାଇନି ବୋଲି କହିଛନ୍ତି। ମୁଁ କାହିଁକି ‌ଯୌତୁକ ମାଗିବି। ଲୋକଙ୍କ ଆଶୀର୍ବାଦରୁ ଭଲରେ ଅଛି। ଅନ୍ୟପଟରେ ବୋହୂ ଶ୍ରେୟା ମିଶ୍ର ମଦ୍ୟପାନ କରନ୍ତି ବୋଲି ହ୍ୟୁମାନଙ୍କ ମା’ ଶେଫାଳି ସୁନା ଅଭିଯୋଗ ଆଣିଛନ୍ତି। ବୋହୂ ନାମରେ ସମସ୍ତ ଧନ ସମ୍ପତ୍ତି ରହିଛି। ବୋହୂର ସମସ୍ତ ପରିବାର ଲୋକେ ମଦ୍ୟପାନ କରନ୍ତି। ବୋହୂ ହ୍ୟୁମାନ ଓ ଶାଶୁଙ୍କର ଯତ୍ନ ନିଅନ୍ତିନାହିଁ ବୋଲି କାଉନିସିଲିଂ ପରେ କହିଛନ୍ତି। ହ୍ୟୁମାନ ସାଗରଙ୍କ ପାରିବାରିକ କଳି ନେଇ ଜୋନ-୨ ଏସିପି ଅମିତାଭ ମହାପାତ୍ର କହିଛନ୍ତି, ଆଜି ପ୍ରଥମ ପର୍ଯ୍ୟାୟରେ କାଉନସିଲିଂ ସୁରୁଖୁରୁରେ ଶେଷ ହୋଇଛି। ଉଭୟ ପକ୍ଷ ଦୁଇଦିନ ସମୟ ନେଇଛନ୍ତି। ଦୁଇଦିନ ପରେ ନିଜ ନିଷ୍ପତ୍ତି ଥାନାରେ ଜଣାଇବେ ପରେ ସେହି ଆଧାରରେ ସମସ୍ତ ତଦନ୍ତ ଚାଲିବ। ଦୁଇ ଦିନ ମଧ୍ୟରେ ଆପୋସ ସମାଧାନ ନହେଲେ ମାମଲା ରୁଜୁ ହେବ। ମାମଲା ରୁଜୁ ହୋଇ କାର୍ଯ୍ୟାନୁଷ୍ଠାନ ନିଆଯିବ। ଗାୟକ ହ୍ୟୁମାନ ସାଗର ପତ୍ନୀ ଶ୍ରେୟା ମିଶ୍ରଙ୍କୁ ଧର୍ମ ପରିବର୍ତ୍ତନ କରିବାକୁ ବାଧ୍ୟ କରୁଥିଲେ ବୋଲି ଶ୍ରେୟାଙ୍କ ବାପା ଶ୍ରୀକାନ୍ତ ମିଶ୍ର ଅଭିଯୋଗ କରିଥିଲେ। ତାଙ୍କ କହିବା ମୁତାବକ ପରକୀୟା ପ୍ରୀତି ମଧ୍ୟ ରଖିଥିଲେ ହ୍ୟୁମାନ। ଝିଅ ସନ୍ତାନ ଜନ୍ମ ହେବାରୁ ଖୁସି ନ ଥିଲେ ହ୍ୟୁମାନ। ହ୍ୟୁମାନ ଯୌତୁକ ଦାବି କରିଥିବା ବେଳେ ପ୍ରଥମ ପର୍ଯ୍ୟାୟରେ ୧୦ ଲକ୍ଷ ଓ ଦ୍ଵିତୀୟ ପର୍ଯ୍ୟାୟରେ ୫ ଲକ୍ଷ ଟଙ୍କା ଶ୍ରେୟା ମିଶ୍ରଙ୍କ ପରିବାର ପକ୍ଷରୁ ହ୍ୟୁମାନଙ୍କୁ ଦିଆଯାଇଥିଲା। ଏପରିରକି ପତ୍ନୀ ଶ୍ରେୟାଙ୍କୁ ମାଡ଼ ମାରୁଥିବା ଅଭିଯୋଗ କରିଛନ୍ତି ଶ୍ରେୟାଙ୍କ ବାପା ଶ୍ରୀକାନ୍ତ ମିଶ୍ର। କେତେ ଥର ଶ୍ରେୟାଙ୍କୁ ଜୀବନରୁ ମାରି ଦେବାକୁ ଉଦ୍ୟମ କରିଛନ୍ତି ହ୍ୟୁମାନ।

ସୂଚନାଯୋଗ୍ୟ, ଓଲିଉଡ୍‌ କଣ୍ଠଶିଳ୍ପୀ ହ୍ୟୁମାନ୍‌ ସାଗରଙ୍କ ବିରୋଧରେ ନିର୍ଯାତନା ଅଭିଯୋଗ ଆସିବା ପରେ ଉଭୟ ପତି-ପତ୍ନୀଙ୍କୁ ଗୁରୁବାର ମହିଳା ଥାନାରେ ହାଜର ହେବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ଗତ ମଙ୍ଗଳବାର ଦିନ ହ୍ୟୁମାନ୍‌ଙ୍କ ପତ୍ନୀ ଶ୍ରେୟା ମିଶ୍ର ତାଙ୍କ ବିରୋଧରେ ନିର୍ଯାତନା ଅଭିଯୋଗ ଆଣିଥିଲେ। ହ୍ୟୁମାନ୍‌ ତାଙ୍କୁ ମାଡ଼ ମାରୁଥିବା ବେଳେ ଖାଇବାକୁ ଠିକ୍‌ରେ ଦେଉ ନାହାନ୍ତି। ଏମିତିକି ହ୍ୟୁମାନ୍‌ଙ୍କ ଅନ୍ୟ ସ୍ଥାନରେ ସମ୍ପର୍କ ଥିବା ପତ୍ନୀ ମହିଳା ଥାନାରେ ଅଭିଯୋଗ କରିଥିଲେ। ପୁଲିସ ଏକ ଷ୍ଟେସନ୍‌ ଡାଏରି କରିଥିବା ଥାନା ଆଇଆଇସି ଅନସୂୟା ନାୟକ ସୂଚନା ଦେଇଥିଲେ। ଅଭିଯୋଗ ଆଧାରରେ ଆଜି ପ୍ରଥମ ପର୍ଯ୍ୟାୟରେ ମହିଳା ଥାନାକୁ ଉଭୟ ପକ୍ଷକୁ କାଉନସିଲିଂ ପାଇଁ ଡ଼କା ଯାଇଥିବା ବେଳେ ମହିଳା ଥାନାରେ ପହଞ୍ଚିଥିଲେ। ସାଙ୍ଗରେ ଥିଲେ ତାଙ୍କ ଆଇନଜୀବୀ ସତ୍ୟରଞ୍ଜନ ମୁଲିଆ। ଆଜି କାଉନସିଲିଂରେ ମହିଳା ଥାନାରେ ଅଧିକାରୀ ଓ ଜୋନ-୨ ଏସସିପି ଉପସ୍ଥିତ ଥିଲେ।

Share Now:

Kalinga News Beuro

Next Post

ଦିଲ୍ଲୀ ମହିଳା ଆୟୋଗ ଅଧ୍ୟକ୍ଷଙ୍କୁ ଘୋ‌ଷାରି ନେଲା କାର ଚାଳକ

Thu Jan 19 , 2023
ନୂଆଦିଲ୍ଲୀ: ଦିଲ୍ଲୀରୁ ଏକ ଚକିତ କରିଲା ଭଳି ଘଟଣା ସାମ୍ନାକୁ ଆସିଛି। ଦିଲ୍ଲୀ ମହିଳା ଆୟୋଗର ଅଧ୍ୟକ୍ଷ ସ୍ୱାତୀ ମାଲିୱାଲଙ୍କୁ ଜଣେ କାର ଚାଳକ ୧୦ରୁ ୧୫ ମିଟର ପର୍ଯ୍ୟନ୍ତ ଘୋଷାରି ନେଇଥିଲେ। ଏହି ଘଟଣା ଏମ୍ସ ନିକଟରେ ଘଟିଥିବା ଜଣାପଡ଼ିଛି। ଘଟଣା ଘଟିବା ସଙ୍ଗେସଙ୍ଗେ ପୁଲିସ ଅଭିଯୁକ୍ତଙ୍କୁ ଗିରଫ କରି ନେଇଥିଲା।ଦିଲ୍ଲୀ ମହିଳା ଆୟୋଗର ଅଧ୍ୟକ୍ଷ ସ୍ୱାତୀ ମାଲିୱାଲ ଟୁଇଟ କରି କହିଛନ୍ତି, ‘ଦିଲ୍ଲୀରେ ମହିଳା ସୁରକ୍ଷା ବ୍ୟବସ୍ଥାର […]
ଦିଲ୍ଲୀ ମହିଳା ଆୟୋଗର ଅଧ୍ୟକ୍ଷ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial