ପୁରୁଷ ହକି ବିଶ୍ୱକପ୍‌ରେ ଗୋଲ୍‌ ବର୍ଷା : ନେଦରଲ୍ୟାଣ୍ଡସ୍ ଠାରୁ୧୪-୦ରେ ଚିଲି ପରାସ୍ତ

ପୁରୁଷ ହକି ବିଶ୍ବକପ୍‌ରେ ଗୋଲ୍‌ ବର୍ଷା

ଭୁବନେଶ୍ୱର : ପୁରୁଷ ହକି ବିଶ୍ୱକପ୍‌-୨୦୨୩ରେ ନେଦରଲାଣ୍ଡସ୍‌ ରେକର୍ଡ ବିଜୟ ହାସଲ କରିଛି। କଳିଙ୍ଗ ଷ୍ଟାଡିୟମରେ ଆଜି ଅପରାହ୍ନ ୩ଟାରେ ଖେଳାଯାଇଥିବା ମ୍ୟାଚ୍‌ରେ ନେଦରଲାଣ୍ଡ୍‌ସର ଖେଳାଳିମାନେ ଗୋଲ୍‌ ବର୍ଷା କରିଛନ୍ତି। ଏହି ମ୍ୟାଚ୍‌ରେ ଚିଲି ବିପକ୍ଷରେ ନେଦରଲାଣ୍ଡସ୍‌ ବିଶାଳ ବିଜୟ ହାସଲ କରିଛି। ନେଦରଲାଣ୍ଡ୍‌ସର ଖେଳାଳି ୧୪-୦ ଗୋଲ୍‌ରେ ଚିଲିକୁ ପରାସ୍ତ କରିଛନ୍ତି। ନେଦରଲାଣ୍ଡସ୍‌ ପକ୍ଷରୁ ଜନସିନ୍‌ ଜିପ୍‌ ସର୍ବାଧିକ ୪ଟି ପେନାଲ୍ଟି ଗୋଲ୍‌ ଦେଇଥିଲେ। ସେ ଚିଲି ବିପକ୍ଷରେ ୬, ୨୯, ୩୪ ଓ ୪୪ ମିନିଟରେ ଗୋଲ୍‌ ମାରିଥିଲେ। ବିଙ୍କମ୍ୟାନ୍‌ ଥିରି ୨୫, ୩୩ ଓ ୫୮ ମିନିଟ୍‌ରେ ୨ଟି ଫିଲ୍ଡ ଗୋଲ ସମେତ ୩ଟି ଗୋଲ୍‌ ଦେଇଥିବା ବେଳେ ୪୦ ଓ ୪୫ ମିନିଟରେ ବିଜେନ୍‌ କୋଏନ୍‌ ଫିଲ୍ଡ ଗୋଲ ଦେଇଥିଲେ। ଡେ ଭିଡଲର ଡେରାକ୍‌, ଭାନ୍‌ ଦାମ୍‌ ଥିଜିସ, ପିଟରସ୍‌ ତେରାନ୍‌ସ, ବ୍ଲକ ଜଷ୍ଟେନ୍‌ ଓ ବେଇନ୍‌ସ ଟେଉନ୍‌ ଯଥାକ୍ରମେ ୨୨, ୨୩, ୩୭, ୪୨ ଓ ୪୮ ମିନିଟରେ ଗୋଲ ଦେଇଥିଲେ।
ସୂଚନାଯୋଗ୍ୟ, ଚଳିତ ବିଶ୍ୱକପରେ ଅଷ୍ଟ୍ରେଲିଆ ଗତ ୧୩ ତାରିଖ ଦିନ କଳିଙ୍ଗ ଷ୍ଟାଡିୟ‌ମରେ ୮-୦ ଗୋଲ୍‌ରେ ଫ୍ରାନ୍ସ ବିପକ୍ଷରେ ବିଜୟ ହାସଲ କରିଥିଲା। ସେହିପରି ସେହିଦିନ ଇଂଲଣ୍ଡ ୫-୦ ଗୋଲ୍‌ରେ ୱେଲ୍‌ସକୁ ପରାସ୍ତ କରିଥିଲା। ୧୪ ତାରିଖରେ ବେଲଜିୟମ୍‌ ୫-୦ ଗୋଲ୍‌ରେ କୋରିଆକୁ ହରାଇ ଥିବା ବେଳେ ୧୫ ତାରିଖରେ ରାଉରକେଲାର ବିର୍ସା ମୁଣ୍ଡା ଷ୍ଟାଡିୟମରେ ସ୍ପେନ୍‌ ଠାରୁ ୫-୧ ଗୋଲ୍‌ରେ ୱେଲ୍‌ସ ପରାସ୍ତ ହୋଇଥିଲା। ଏହା ପୂର୍ବରୁ ବିଶ୍ୱକପ୍-୨୦୨୩ର ମାଲେସିଆ ୩-୨ ଗୋଲ୍‌ରେ ନ୍ୟୁଜିଲାଣ୍ଡକୁ ପରାସ୍ତ କରିଥିଲା। ମାଲେସିଆ ତରଫରୁ ସାରି ଫେଇଜଲ୍ ୨ଟି ଗୋଲ କରିଥିବା ବେଳେ ରହିମ ରାଜି ୧ ଗୋଲ କରିଥିଲେ। ସେହିପରି ନିଉଜିଲ୍ୟାଣ୍ଡ ତରଫରୁ ଫିଲିପ୍ସ ହଇଡେନ୍ ଏବଂ ସେମ୍ ଲେନ୍ ଗୋଟିଏ ଲେଖାଏଁ ଗୋଲ ଦେଇଥିଲେ। ସେମ ଲେନ ଏହି ଗୋଲ ସହିତ ନିଜ କ୍ୟରୀୟରର ୨୫୦୦ ଗୋଲ ସ୍କୋର କରିଥିଲେ।

Share Now:

Kalinga News Beuro

Next Post

ଗାମୁଛାରେ ଝୁଲି ଜୀବନ ହାରିଲେ ପ୍ରେମରେ ବିଫଳ ଯୁବକ

Thu Jan 19 , 2023
ଭୁବନେଶ୍ୱର : ପ୍ରେମରେ ବିଫଳ ହେବାରୁ ପ୍ରେମିକାଙ୍କୁ ଭିଡିଓ କଲ୍ କରି ଗାମୁଛାରେ ଝୁଲି ପଡ଼ିଲେ ଯୁବକ। ଏଭଳି କାମ କରିଥିବା ପ୍ରେମିକ ହେଉଛନ୍ତି ନୟାଗଡ଼ର ସର୍ବେଶ୍ଵର ପରିଡ଼ା (୧୯)। ସେ ଗାଡି ସର୍ଭିସ ସେଣ୍ଟରରେ କାମ କରୁଥିଲେ। ଲିଙ୍ଗରାଜ ପୁଲିସ ସର୍ବେଶ୍ଵର ପରିଡ଼ାଙ୍କର ମୃତଦେହ ଜବତ କରି କ୍ୟାପିଟାଲ ହସ୍ପିଟାଲକୁ ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି। ପ୍ରେମିକା ଆଉ ଜଣଙ୍କୁ ଆଇ ଲଭ ୟୁ ମେସଜ୍ ଦେବାରୁ ସର୍ବେଶ୍ଵର […]
ଗାମୁଛାରେ ଝୁଲି ପଡ଼ିଲେ ଯୁବକ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial