ହରିପୁର ଜଙ୍ଗଲରୁ ସୁଟକେଶରେ ଭର୍ତ୍ତି ଯୁବକଙ୍କ ମୃତଦେହ ଉଦ୍ଧାର

ହରିପୁର ଜଙ୍ଗଲରୁ ସୁଟକେଶ

ନାଚୁଣୀ: ଖୋର୍ଦ୍ଧା ଜିଲ୍ଲା ନାଚୁଣୀ ଥାନା ଅନ୍ତର୍ଗତ ହରିପୁର ଜଙ୍ଗଲରୁ ଏକ ସୁଟକେଶରେ ଭର୍ତ୍ତି ଜଣେ ଯୁବକଙ୍କ ମୃତଦେହ ମିଳିଛି। ମୃତ ଯୁବକଙ୍କ ନାମ ମନୋରଞ୍ଜନ ମହାପାତ୍ର (୩୫)। ସେ ରଣପୁର ଥାନା ଓ ବ୍ଲକ ଅନ୍ତର୍ଗତ ବଳଭଦ୍ର ପୁର ପଞ୍ଚାୟତ ଅଧୀନ ଲାଖପଡା ଗ୍ରାମର ଗଙ୍ଗାଧର ମହାପାତ୍ରଙ୍କ ପୁଅ ଅଟନ୍ତି। ସୂଚନା ଅନୁସାରେ ଆଜି ସକାଳେ ସ୍ଥାନୀୟ କିଛି ଲୋକ ଉକ୍ତ ଜଙ୍ଗଲ ଭିତରକୁ କାଠ ସ°ଗ୍ରହ ପାଇଁ ଯାଇଥିବା ବେଳେ ଏକ ନୀଳ ରଙ୍ଗର ସୁଟକେଶ ପଡ଼ିଥିବା ଦେଖିଥିଲେ। କାଳେ ଏଥିରେ କିଛି ସନ୍ଦିଗ୍ଧ ଜିନିଷ ଥାଇପାରେ ବୋଲି ସନ୍ଦେହ କରି ଏବାବଦରେ ସ୍ଥାନୀୟ ପୁଲିସ ଥାନାକୁ ଖବର ଦେଇଥିଲେ। ହରିପୁର ବୃଷଭ ଛକ ୧୬ ନମ୍ବର ଜାତୀୟ ରାଜପଥ ନିକଟରୁ ଅନତି ଦୁର ତାରିଣୀ ମନ୍ଦିର ପାଖ ହରିିପୁ ଜଙ୍ଗଲ ମଧ୍ୟରେ ଏହି ଅଜଣା ସୁଟକେଶ ପଡ଼ିଥିବା ଖବର ପାଇ ନାଚୁଣୀ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ସୁଟକେଶ ଖୋଲିବା ପରେ ଘଟଣାଟି ଜଣାପଡ଼ିଥିଲା। ପୁଲିସ ଏହି ଘଟଣାଟିର ସବୁ ଦିଗକୁ ନେଇ ତନାଘନା ଜାରି ରଖିଛି। ସୂଚନାରୁ ପ୍ରକାଶ, ଏହି ଅଜଣା ସୁଟକେଶ ଖୋଲିବା ପରେ ଏଥିରେ ଏକ ଯୁବକର ଶବ ଯାହାର ହାତ ଗୋଡ ମୋଡ଼ି ମାଡ଼ି ରଖା ଯାଇଥିବା ଦେଖିବାକୁ ମିଳିଥିଲା। ପୁଲିସ ତନାଘନା ଜାରି ରଖିଛି। ନାଚୁଣୀ ଥାନା ଅଧିକାରୀ ଚନ୍ଦ୍ର ଶେଖର ଜେନା ଓ ପୁଲିସ ସଦଳବଳେ ଏହି ଜାଗାରେ ଉପସ୍ଥିତ ରହିଛନ୍ତି। ବାଲୁଗାଁ ଏସଡିଓ ମାନସ ରଞ୍ଜନ ବାରିକ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ଘଟଣାର ନୀରିକ୍ଷଣ ଜାରି ରଖିଛନ୍ତି। ଘଟଣାଟି ସାଧାରଣରେ ଚାଞ୍ଚଲ୍ୟ ସୃଷ୍ଟି କରିଥିବା ପ୍ରକାଶ। ସାଇଣ୍ଟିଫିକ ଟିମ୍ ପହଞ୍ଚି ତନାଘନା ଜାରି ରଖିଛି।

Share Now:

Kalinga News Beuro

Next Post

ଜମି ରେକର୍ଡ କମ୍ପ୍ୟୁଟରୀକରଣରେ ରାୟଗଡ଼ାକୁ ସଫଳତା: ଜିଲ୍ଲାପାଳଙ୍କୁ ସମ୍ମାନିତ କରିବ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରଣାଳୟ

Sun Jan 22 , 2023
ରାୟଗଡା: ଜମିଜମା ରେକର୍ଡ କମ୍ପ୍ୟୁଟରୀକରଣ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ପାଇଁ ରାୟଗଡ଼ା ଜିଲ୍ଲାପାଳଙ୍କୁ ମିଳିବ ଜାତୀୟସ୍ତରୀୟ ସମ୍ମାନ। କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ମନ୍ତ୍ରଣାଳୟ ଦିଲ୍ଲୀରେ ଆୟୋଜିତ କାର୍ଯ୍ୟକ୍ରମରେ ଜିଲ୍ଲାପାଳଙ୍କୁ ସମ୍ମାନିତ କରିବା ନେଇ ଘୋଷଣା କରିଛି। ରାୟଗଡ଼ା ଜିଲ୍ଲାର ଜମିଜମା ରେକର୍ଡ ୯୭ ପ୍ରତିଶତ ଅପଡେଟ୍ ହୋଇ ସାରିଥିବାରୁ କେନ୍ଦ୍ର ସରକାର ଜାରି କରିଥିବା ଗାଇଡଲାଇନ୍ ଅନୁଯାୟୀ ରାୟଗଡ଼ା ଜିଲ୍ଲା ଚୟନ ହୋଇଛି। ଜିଲ୍ଲାର ୧୧ ତହସିଲରେ ଏହି କାର୍ଯ୍ୟକୁ […]
ଜମି ରେକର୍ଡ କମ୍ପ୍ୟୁଟରୀକରଣ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial