ମଧ୍ୟପ୍ରଦେଶ ମୁରୈନାରେ ସୁଖୋଇ ଓ ମିରେଜ୍‌ ଲଢୁଆ ବିମାନ ଦୁର୍ଘଟଣାଗ୍ରସ୍ତ

ସୁଖୋଇ-୩୦ ଓ ମିରେଜ୍‌ ୨୦୦୦ ଲଢୁଆ ବିମାନ ଦୁର୍ଘଟଣାଗ୍ରସ୍ତ-1

ନୂଆଦିଲ୍ଲୀ: ଆଜି ମଧ୍ୟପ୍ରଦେଶର ମୁରୈନା ନିକଟରେ ଭାରତୀୟ ବାୟୁସେନାର ଗୋଟିଏ ସୁଖୋଇ-୩୦ ଓ ଗୋଟିଏ ମିରେଜ୍‌ ୨୦୦୦ ଲଢୁଆ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିବା କଥା ‘ଦିଲ୍ଲୀ ଡିଫେନ୍‌ସ୍‌ ରିଭ୍ୟୁ’ ଟୁଇଟ୍‌ କରି ସୂଚନା ଦେଇଛି। ତାଲିମ ଅଭ୍ୟାସ ନିମନ୍ତେ ଉପରୋକ୍ତ ବିମାନ ଗୋଆଲିୟର୍‌ସ୍ଥିତ ମହାରାଜପୁର ବିମାନଘାଟିରୁ ଉଡ଼ାଣ ଆରମ୍ଭ କରିଥିଲା। ଦୁର୍ଘଟଣା ପରେ ତଲାସ ଓ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଛି। ବିମାନ ଦୁର୍ଘଟଣା ଆକାଶରେ ହୋଇଛି କି, ନାହିଁ ଜାଣିବା ଲାଗି ଭାରତୀୟ ବାୟୁସେନା ‘କୋର୍ଟ ଅଫ୍‌ ଇନ୍‌କ୍ବାରି’ ଆଦେଶ ଦେଇଛି। ମୁରୈନା ଜିଲ୍ଲାପାଳ କହିଛନ୍ତି ଯେ, ଭୋର୍‌ ୫.୩୦ରେ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଉଭୟ ପାଇଲଟଙ୍କୁ ନିରାପଦରେ ସୁଖୋଇ-୩୦ ବିମାନରୁ ବାହାର କରାଯାଇଛି। ସେମାନଙ୍କ ଦେହରେ ସାମାନ୍ୟ ଆଘାତ ଲାଗିଛି। ଏସ୍‌. ପି.ଙ୍କ ସହିତ ଦୁର୍ଘଟଣାସ୍ଥଳକୁ ଯାଉଛି। ସମଗ୍ର ଅଞ୍ଚଳକୁ କର୍ଡନ୍‌ କରାଯାଇଛି। ସ୍ଥାନୀୟ ପ୍ରଶାସନ ଘଟଣାସ୍ଥଳରେ ହାଜର ହୋଇଛି। ଦମକଳ ମଧ୍ୟ ପଠାଯାଇଛି।
ମୁରୈନା ଡେପୁଟି କଲେକ୍ଟର୍‌ ଅଙ୍କିତ ଅସ୍ଥାନା କହିଛନ୍ତି, ପାଇଲଟ୍‌ଙ୍କୁ ଠାବ କରାଯାଇଛି ଉଦ୍ଧାର ଅଭିଯାନ ନିମନ୍ତେ ପୁଲିସ ଓ ସ୍ଥାନୀୟ ପ୍ରଶାସନ ଘଟଣାସ୍ଥଳରେ ଅଛନ୍ତି। ସାମାନ୍ୟ ଆହତ ହୋଇଥିବା ପାଇଲଟ୍‌ ଦୁହେଁ ବିପଦମୁକ୍ତ ଅଛନ୍ତି। ବାୟୁସେନା ହେଲିକପ୍ଟର ଯୋଗେ ତୃତୀୟ ପାଇଲଟ୍‌ଙ୍କୁ ଖୋଜା ଚାଲିଛି। ରିପୋର୍ଟ ଅନୁସାରେ, ଦୁର୍ଘଟଣା ସଂକ୍ରାନ୍ତରେ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ ‘ସିଡିଏସ୍‌’ ଓ ବାୟୁସେନା ମୁଖ୍ୟଙ୍କଠାରୁ ସଦ୍ୟତମ ସୂଚନା ସଂଗ୍ରହ କରୁଛନ୍ତି।

Share Now:

Kalinga News Beuro

Next Post

ଯାନ୍ତ୍ରିକ ତ୍ରୁଟି ଯୋଗୁଁ ରାଜସ୍ଥାନରେ ଚାର୍ଟର୍ଡ ବିମାନ ଦୁର୍ଘଟଣାଗ୍ରସ୍ତ

Sat Jan 28 , 2023
ଚେନ୍ନାଇ: ଆଜି ରାଜସ୍ଥାନର ଭରତପୁରରେ ମଧ୍ୟ ଗୋଟାଏ ଚାର୍ଟର୍ଡ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିବା କଥା ପୁଲିସ ସୁନିଶ୍ଚିତ କରି କହିଛି। ଯାନ୍ତ୍ରିକ ତ୍ରୁଟି ଯୋଗୁଁ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଥିବା ସନ୍ଦେହ କରାଯାଉଛି। ଜିଲ୍ଲାପାଳ ଆଲୋକ ରଞ୍ଜନ କହିଛନ୍ତି, ବିମାନ ଦୁର୍ଘଟଣାସ୍ଥଳରେ ପ୍ରଶାସନିକ ଅଧିକାରୀ ଓ ପୁଲିସ ଉପସ୍ଥିତ ଅଛନ୍ତି ଏବଂ ଉଦ୍ଧାର କାର୍ଯ୍ୟ ଚାଲିଛି। ଗଣମାଧ୍ୟମକୁ ଭରତପୁର ପୁଲିସ ସୁରିଣ୍ଟେଣ୍ଡେଣ୍ଟ୍‌ ଶ୍ୟାମ ସିଂହ କହିଛନ୍ତି, ସହରର ଉଚୈନ୍‌ ଅଞ୍ଚଳର ଗୋଟାଏ […]
ଭରତପୁରରେ ଚାର୍ଟର୍ଡ ବିମାନ ଦୁର୍ଘଟଣା

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial