ତୁଟିଲା ବିବାଦ : ଏକାଠି ରହିବେ ହ୍ୟୁମାନ ସାଗର ଓ ଶ୍ରୀୟା

ଏକାଠି ରହିବେ ଦମ୍ପତି

କଟକ: କଣ୍ଠଶିଳ୍ପୀ ହ୍ୟୁମାନ ସାଗର ଏବଂ ପତ୍ନୀ ଶ୍ରୀୟା ମିଶ୍ରଙ୍କର ପାରିବାରିକ ବିବାଦର ସମାଧାନ ହୋଇଛି। ଏନେଇ ଏସପି ଅମିତାଭ ମହାପାତ୍ର ସୂଚନା ଦେଇଛନ୍ତି। ସେ କହିଛନ୍ତି, ଆଉ କିଛି ଦିନ ପରେ ଶ୍ରୀୟା ମିଶ୍ର ଆସି ସ୍ବାମୀ ହ୍ୟୁମାନ ସାଗରଙ୍କ ଘରେ ରହିବେ। ଏଣେ ଶ୍ରୀୟା ବି କହିଛନ୍ତି ଯେ ସେ ସ୍ବାମୀ ହ୍ୟୁମାନ ସାଗରଙ୍କ ସହ ରହିବେ। ହ୍ୟୁମାନ ସାଗର ଓ ତାଙ୍କ ମା ବି ସମାନ କଥା ଦୋହରାଇଛନ୍ତି। ହ୍ୟୁମାନ କହିଛନ୍ତି, ଆମ ଭିତରେ ବୁଝାମଣା ହୋଇଯାଇଛି। ଆମେ ଏକାଠି ରହିବୁ।
ଆଜି ଉଭୟ ନିଜର ନିଷ୍ପତ୍ତି ଜଣାଇଥିଲେ ମହିଳା ଥାନାରେ। ଏସପି ଅମିତାଭ ମହାପାତ୍ର ଓ ମହିଳା ଥାନାରେ ଅଧିକାରୀଙ୍କ ଉପସ୍ଥିତିରେ ଆଜି ଉଭୟ ନିଜ ନିଷ୍ପତ୍ତି ଜଣାଇଥିଲେ। ସୂଚନାଯୋଗ୍ୟ, କିଛିଦିନ ତଳେ ହ୍ୟୁମାନ ସାଗରଙ୍କ ବିରୋଧରେ ମହିଳା ଥାନାରେ ଅଭିଯୋଗ କରିଥିଲେ ଶ୍ରେୟା। ପରେ ହ୍ୟୁମାନ ସାଗର ଓ ଶ୍ରେୟା ମିଶ୍ରଙ୍କୁ କାଉନସେଲିଂ ପାଇଁ ମହିଳା ଥାନାକୁ ଡକାଯାଇ କାଉନସେଲିଂ କରାଯାଇଥିଲା। କାଉନସେଲିଂ ପରେ ଉଭୟ ଦୁଇଦିନ ସମୟ ନେଇଥିଲେ। ପରେ ଶ୍ରେୟା ବ୍ୟକ୍ତିଗତ ସମସ୍ୟା ଥିବାରୁ ଥାନାକୁ ଆସିପାରିବେ ନାହିଁ ଏବଂ ୩୦ ତାରିଖରେ ଆସିବା ନେଇ ଅଧିକାରୀଙ୍କୁ ଅବଗତ କରିଥିଲେ। ଆଜି ଉଭୟ ମହିଳା ଥାନାରେ ହାଜର ହେବା ପରେ ଉଭୟଙ୍କର କାଉନସେଲିଂ କରାଯାଇଥିଲା।

Share Now:

Kalinga News Beuro

Next Post

ଅଷ୍ଟ୍ରେଲିଆରେ ଖଲିସ୍ତାନୀ ସମର୍ଥକଙ୍କ ଆକ୍ରମଣରେ ୫ ଭାରତୀୟ ଆହତ

Mon Jan 30 , 2023
ନୂଆଦିଲ୍ଲୀ: ଅଷ୍ଟ୍ରେଲିଆର ମେଲ୍‌ବର୍ଣ୍ଣରେ ଭାରତୀୟ ଜାତୀୟ ପତାକା ଧରି ଯାଉଥିବା ଭାରତୀୟଙ୍କ ଉପରେ ଖଲିସ୍ତାନୀ ସମର୍ଥକମାନେ ଆକ୍ରମଣ କରିବାରୁ ୫ଜଣ ବ୍ୟକ୍ତି ଆହତ ହୋଇଥିବା କଥା ସାମାଜିକ ଗଣମାଧ୍ୟମରେ ସେୟାର୍‌ ହୋଇଥିବା ଭିଡିଓରୁ ଜଣାପଡ଼ିଛି। ‘ବିଜେପି’ ନେତା ମନ୍‌ଜିନ୍ଦର୍‌ ସିଂହ ସିର୍‌ସା ସେୟାର୍‌ କରିଥିବା ଭିଡିଓରେ ଦେଖାଯାଉଛି, ଖଲିସ୍ତାନୀ ପତାକା ଧରିଥିବା ଦଳେ ଲୋକ ତ୍ରିରଙ୍ଗା ଧରି ଯାଉଥିବା ଭାରତୀୟଙ୍କ ଉପରେ ଆକ୍ରମଣ କରି ୫ଜଣଙ୍କୁ ଆହତ କରିଛନ୍ତି। ଉକ୍ତ […]
ଭାରତୀୟଙ୍କ ଉପରେ ଖଲିସ୍ତାନୀଙ୍କ ଆକ୍ରମଣ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial