ସବ ରେଜିଷ୍ଟ୍ରର ଅଫିସରେ ଅଗ୍ନିକାଣ୍ଡ : ୨ ଆହତ

ସବ ରେଜିଷ୍ଟ୍ରର ଅଫିସରେ ଅଗ୍ନିକାଣ୍ଡ

କଟକ: କଟକ ସବ ରେଜିଷ୍ଟ୍ରର ଅଫିସରେ ନିଆଁ ଲାଗିଥିବାର ଖବର ମିଳିଛି। ଏହି ଘଟଣାରେ ୨ ଜଣ ଆହତ ହୋଇଥିବାର ସୂଚନା ମିଳିଛି। ସେମାନଙ୍କୁ ଏସସିବିରେ ଭର୍ତ୍ତି କରାଯାଇଛି। ଆଜି ସକାଳ ପ୍ରାୟ ସାଢ଼େ ୯ଟା ସମୟରେ ଏହି ଅଗ୍ନିକାଣ୍ଡ ଘଟିଛି। ନିଆଁ ଲିଭାଇବାକୁ ୩ଟି ଦମକଳ ବାହିନୀ ପହଞ୍ଚିଛନ୍ତି। ତେବେ କେଉଁ କାରଣରୁ ଅଗ୍ନିକାଣ୍ଡ ଘଟିଛି, ତାହାର କାରଣ ଅସ୍ପଷ୍ଟ ରହିଛି। ତିନି ଦମକଳ ବାହିନୀ ନିଆଁ ଲିଭାଇବାରେ ନିୟୋଜିତ ରହିଛନ୍ତି। ନିଆଁ ଏବେ ଆୟତ୍ତକୁ ଆସିଥିବା କୁହାଯାଉଛି।
ତେବେ ସଂପୂର୍ଣ୍ଣ ନିଆଁ ଲିଭାଇବାକୁ ଆହୁରି ଘଣ୍ଟାଏ ସମୟ ଲାଗିବ ବୋଲି ଅଗ୍ନଶମ ବିଭାଗର କର୍ମଚାରୀ କହିଛନ୍ତି। କୌଣସି ତରଳ ପଦାର୍ଥ କାରଣରୁ ଏହି ଅଗ୍ନିକାଣ୍ଡ ଘଟିଥିବା ସେ କହିଛନ୍ତି। ଏଥିରେ ୨ ଜଣ ଆହତ ହୋଇଥିବା ବେଳେ ଉଭୟଙ୍କୁ ଏସସିବିରେ ଭର୍ତ୍ତି କରାଯାଇଛି। ଏଥିରେ କଣ ସବୁ ପୋଡ଼ିଯାଇଛି ଓ କେତେ ଟଙ୍କାର ସଂପତ୍ତି ନଷ୍ଟ ହୋଇଛି, ତାହା ଆଉ କିଛି ସମୟ ପରେ ଜଣାପଡ଼ିବ।

Share Now:

Kalinga News Beuro

Next Post

ଆଜି ଇଣ୍ଟିଗ୍ରେଟେଡ୍ ଲ ପରୀକ୍ଷା ଦେବେ ହନି ଟ୍ରାପ କ୍ୱିନ ଅର୍ଚ୍ଚନା ନାଗ

Tue Jan 31 , 2023
ଭୁବନେଶ୍ବର: ବହୁଚର୍ଚ୍ଚିତ ହନି ଟ୍ରାପ ମାମଲାର ମୁଖ୍ୟ ଅଭିଯୁକ୍ତ ଅର୍ଚ୍ଚନା ନାଗ ଆଜି ଇଣ୍ଟିଗ୍ରେଟେଡ୍ ଲ ପରୀକ୍ଷା ଦେବେ। ହନିଟ୍ରାପ୍ ରାଣୀ ଅର୍ଚ୍ଚନା ନାଗ ଆଇନ ପରୀକ୍ଷା ଦେବା ପାଇଁ ଫର୍ମ ଫିଲଅପ୍ କରିବାକୁ କୋର୍ଟ ଅନୁମତି ଦେବା ପରେ କ୍ୟାପିଟାଲ ଲ’ କଲେଜରେ ଇଣ୍ଟିଗ୍ରେଟେ ଲ’ର ସପ୍ତମ ସେମିଷ୍ଟର ପରୀକ୍ଷା ଦେବେ। ଆଜିଠାରୁ ଏହି ପରୀକ୍ଷା ଫେବ୍ରୁଆରି ୧୭ ତାରିଖ ପର୍ଯ୍ୟନ୍ତ ଚାଲିବ। ମୋଟ ୬୩ ଜଣ ପରୀକ୍ଷାର୍ଥୀ […]
ଆଜି ଲ ପରୀକ୍ଷା ଦେବେ ଅର୍ଚ୍ଚନା ନାଗ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial