ଆଜି ଇଣ୍ଟିଗ୍ରେଟେଡ୍ ଲ ପରୀକ୍ଷା ଦେବେ ହନି ଟ୍ରାପ କ୍ୱିନ ଅର୍ଚ୍ଚନା ନାଗ

ଆଜି ଲ ପରୀକ୍ଷା ଦେବେ ଅର୍ଚ୍ଚନା ନାଗ

ଭୁବନେଶ୍ବର: ବହୁଚର୍ଚ୍ଚିତ ହନି ଟ୍ରାପ ମାମଲାର ମୁଖ୍ୟ ଅଭିଯୁକ୍ତ ଅର୍ଚ୍ଚନା ନାଗ ଆଜି ଇଣ୍ଟିଗ୍ରେଟେଡ୍ ଲ ପରୀକ୍ଷା ଦେବେ। ହନିଟ୍ରାପ୍ ରାଣୀ ଅର୍ଚ୍ଚନା ନାଗ ଆଇନ ପରୀକ୍ଷା ଦେବା ପାଇଁ ଫର୍ମ ଫିଲଅପ୍ କରିବାକୁ କୋର୍ଟ ଅନୁମତି ଦେବା ପରେ କ୍ୟାପିଟାଲ ଲ’ କଲେଜରେ ଇଣ୍ଟିଗ୍ରେଟେ ଲ’ର ସପ୍ତମ ସେମିଷ୍ଟର ପରୀକ୍ଷା ଦେବେ। ଆଜିଠାରୁ ଏହି ପରୀକ୍ଷା ଫେବ୍ରୁଆରି ୧୭ ତାରିଖ ପର୍ଯ୍ୟନ୍ତ ଚାଲିବ। ମୋଟ ୬୩ ଜଣ ପରୀକ୍ଷାର୍ଥୀ ସପ୍ତମ ସେମିଷ୍ଟର ପରୀକ୍ଷା ଦେବେ। ଏଥିରେ ଅର୍ଚ୍ଚନା ନାଗଙ୍କ ନାଁ ମଧ୍ୟ ରହିଛି। କୋର୍ଟଙ୍କ ନିର୍ଦ୍ଦେଶ ପରେ କ୍ୟାପିଟାଲ ଲ’ କଲେଜରେ ଅର୍ଚ୍ଚନା ନାଗ ଆଇନ ପରୀକ୍ଷା ଦେବେ ବୋଲି ତାଙ୍କ ଆଇନଜୀବୀ ଦେବାଶିଷ ମହାପାତ୍ର କହିଥିଲେ। କିଛି ଦିନ ତଳେ ଫର୍ମ ପୂରଣ ପାଇଁ କୋର୍ଟରେ ଅନୁମତି ମାଗିଥିଲେ ଅର୍ଚ୍ଚନା। କୋର୍ଟ ଫର୍ମ ପୂରଣ ପାଇଁ ଅର୍ଚ୍ଚନାଙ୍କୁ ଅନୁମତି ଦେଇଥିଲେ। ଆଇନଜୀବୀ ଶ୍ରୀ ମହାପାତ୍ର କହିଥିଲେ, ଅର୍ଚ୍ଚନା ନାଗ ହେଉଛନ୍ତି କ୍ୟାପିଟାଲ ଲ’ କଲେଜର ୫ ବର୍ଷିଆ ଇଣ୍ଟିଗ୍ରେଟେଡ୍ ଲ’ ଛାତ୍ରୀ। ତାଙ୍କର ଏବେ ୪ ର୍ଥ ବର୍ଷ ଚାଲିଛି। ଆଗାମୀ ୭ମ ସେମିଷ୍ଟର ପରୀକ୍ଷା ଦେବାରେ ଥିଲା। କିନ୍ତୁ ସେ ଜେଲରେ ଥିବା କାରଣରୁ ପରୀକ୍ଷା ଦେବାରେ ସମସ୍ୟା ହେଉଥିଲା। ତେଣୁ ପରୀକ୍ଷା ଦେବା ପାଇଁ ଫର୍ମ ଫିଲ ଅପ୍ କରିବାକୁ କୋର୍ଟଙ୍କ ଅନୁମତି ଲୋଡା ଯାଇଥିଲା। ଭୁବନେଶ୍ବର ଜେଏମ୍ଏଫ୍ସି-୫ କୋର୍ଟ ଏହି ଅନୁମତି ପ୍ରଦାନ କରିଥିଲେ। ଇତିମଧ୍ୟରେ ପରୀକ୍ଷା ଦେବା ପାଇଁ ମଧ୍ୟ ଅର୍ଚ୍ଚନା କୋର୍ଟଙ୍କ ଅନୁମତି ମାଗିଥିଲେ।
ପ୍ରକାଶଥାଉକି, ଅର୍ଚ୍ଚନା ନାଗ ମାମଲାରେ ପ୍ରଥମ ପର୍ଯ୍ୟାୟ ଚାର୍ଜସିଟ ଦାଖଲ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। ୨୨୪୧ ପୃଷ୍ଠା ସମ୍ବଳିତ ଏହି ଚାର୍ଜସିଟରେ ଅଭିଯୁକ୍ତ ଭାବେ ୪ ଜଣଙ୍କର ନାମ ରହିଛି। ସେମାନେ ହେଲେ ମୁଖ୍ୟ ଅଭିଯୁକ୍ତ ଅର୍ଚ୍ଚନା ନାଗ, ତାଙ୍କ ପତି ଜଗବନ୍ଧୁ ଚାନ୍ଦ, ସହଯୋଗୀ ଖଗେଶ୍ବର ପାତ୍ର ଓ ଶ୍ରଦ୍ଧାଞ୍ଜଳି ବେହେରା। ସେହିପରି ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗଙ୍କ ମଞ୍ଚେଶ୍ବର ଥାନା ଅଧୀନ ସତ୍ୟବିହାରରେ ଥିବା ବିଳାସମୟ ଘରକୁ ମଧ୍ୟ ଇଡି ଆଟାଚ୍ କରିଛି। ଏହି ଘରର ମୂଲ୍ୟ ୩.୪ କୋଟି ଟଙ୍କା ଆକଳନ କରାଯାଇଛି। ମୋଟ ୧୫ ଜଣ ସାକ୍ଷୀଙ୍କ ବୟାନ ଆଧାରରେ ଏହି ଚାର୍ଜସିଟ୍ ପ୍ରସ୍ତୁତ ହୋଇଛି।

Share Now:

Kalinga News Beuro

Next Post

କୋଭିଡ୍ ତଥାପି ଏକ ବିଶ୍ୱ ଏମର୍ଜେନ୍ସି : ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ

Tue Jan 31 , 2023
ଜାତିସଂଘ : କୋଭିଡ୍‌-୧୯ ଉପରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ହୁ) ତିନି ବର୍ଷ ତଳେ ସର୍ବୋଚ୍ଚ ସ୍ତରର ଚେତାବନୀ ଶୁଣାଇଥିବା ବେଳେ ସୋମବାର କହିଛି ଯେ ଏହି ଭୂତାଣୁଜନିତ ମହାମାରୀ ଏବେ ବି ଏକ ଅନ୍ତର୍ଜାତୀୟ ସଙ୍କଟ ହୋଇ ରହିଛି।ଜାତିସଂଘର ସ୍ୱାସ୍ଥ୍ୟ ଏଜେନ୍ସି ଏକ ବିବୃତିରେ କହିଛି, କୋଭିଡ୍-୧୯ ମହାମାରୀ ସଂପର୍କରେ କମିଟି ଦ୍ୱାରା ଦିଆଯାଇଥିବା ପରାମର୍ଶ ସହିତ ହୁ ମହାନିର୍ଦ୍ଦେଶକ ଏକମତ ଅଟନ୍ତି। ସେହି ଅନୁଯାୟୀ, କୋଭିଡ୍ ଏବେ […]
ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial