ଘରୋଇ ନର୍ସିଂହୋମରେ ମହିଳାଙ୍କ ଅପରେସନରେ ତ୍ରୁଟି ଯୋଗୁଁ ମୃତ୍ୟୁ

ଘରୋଇ ନର୍ସିଂହୋମରେ ମହିଳାଙ୍କ ମୃତ୍ୟୁ

ବ୍ୟାପକ ଭଙ୍ଗାରୁଜା କଲେ ପରିବାର ଓ ଗ୍ରାମବାସୀ

ସୋର: ବାଲେଶ୍ବର ଜିଲ୍ଲା ସୋର ପୌରପାଳିକା ଅନ୍ତର୍ଗତ ଏକ ଘରୋଇ ନର୍ସିଂହୋମରେ ଗତବର୍ଷ ଡିସେମ୍ବର ୨୫ ତାରିଖରେ ଜଣେ ମହିଳାଙ୍କର ପ୍ରସବ ପାଇଁ ଅପରେସନ କରାଯାଇଥିଲା। ପରେ ତାଙ୍କର ଅପରେସନରେ ତ୍ରୁଟି ପାଇଁ ମୃତ୍ୟୁ ହୋଇଯାଇଥିବାର ଅଭିଯୋଗରେ ଆଜି ଉକ୍ତ ନର୍ସିଂହୋମରେ ମୃତକଙ୍କ ପରିବାର ଏବଂ ଗ୍ରାମବାସୀମାନେ ପହଞ୍ଚି ବ୍ୟାପକ ଭଙ୍ଗାରୁଜା କରିଛନ୍ତି। ଅଭିଯୋଗ ଅନୁସାରେ ସୋର ଥାନା ୱାଦା ଗ୍ରାମର ପ୍ରଶାନ୍ତ ମହନ୍ତଙ୍କ ସ୍ତ୍ରୀ ତୃପ୍ତିମୟୀ ସାହୁଙ୍କର ଗତ ଡିସେମ୍ବର ୨୫ ତାରିଖରେ ପ୍ରସବ ଯନ୍ତ୍ରଣା ହେବାରୁ ତାଙ୍କୁ ପରିବାର ଲୋକେ ମିଶ୍ର ନର୍ସିଂହୋମକୁ ଆଣିଥିଲେ। ସେଠାରେ ଡାକ୍ତର ପ୍ରଭାକର ମିଶ୍ର ତାଙ୍କର ପ୍ରସବ ପାଇଁ ଅପରେସନ କରିଥିଲେ ଏବଂ ତୃପ୍ତିମୟୀ ପୁତ୍ର ସନ୍ତାନଟିଏ ଜନ୍ମ ଦେଇଥିଲେ। ଜନ୍ମ ପରେ ତାଙ୍କର ରକ୍ତଶ୍ରାବ ବନ୍ଦ ହୋଇନଥିଲା। ପରିବାର ଲୋକେ ଡାକ୍ତରଙ୍କୁ ଯୋଗାଯୋଗ କରିବା ପରେ ମଧ୍ୟ ଡାକ୍ତର କିଛି ଅସୁବିଧା ନହେବାର ପ୍ରତିଶୃତି ଦେଇଥିଲେ। ତୃପ୍ତିମୟୀଙ୍କର ସ୍ୱାସ୍ଥ୍ୟବସ୍ଥା ଅତ୍ୟନ୍ତ ଗୁରୁତର ହେବାରୁ ତାଙ୍କୁ ଭୁବନେଶ୍ୱରସ୍ଥିତ କିମସ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ସେଠାରେ କିଛିଦିନ ଚିକିତ୍ସିତ ହେବା ପରେ ତାଙ୍କୁ ଏମସରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧିନ ଅବସ୍ଥାରେ ଗତ ଫେବୃଆରୀ ୧ ତାରିଖରେ ତାଙ୍କର ସେଠାରେ ମୃତ୍ୟୁ ହୋଇଯାଇଥିଲା। ଆଜି ପରିବାର ଲୋକେ ନର୍ସିଂହୋମରେ ପହଞ୍ଚି ଅପରେସନରେ ତ୍ରୁଟି ଯୋଗୁଁ ତାଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ ଆଣି ନର୍ସିଂହୋମ ଭଙ୍ଗାରୁଜା କରିଛନ୍ତି। ଖବର ପାଇ ଘଟଣାସ୍ଥଳରେ ସୋର ପୁଲିସ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରୁଥିବା ଦେଖିବାକୁ ମିଳିଛି। ସୂଚନା ଥାଉ ଏହି ନର୍ସିଂହୋମରେ ବାରମ୍ବାର ଏପରି ଘଟଣା ଘଟୁଥିବା ବେଳେ ପ୍ରଶାସନ ତରଫରୁ କୌଣସି ପଦକ୍ଷେପ ନିଯାଉନଥିବା ଅଭିଯୋଗ ହେଉଛି। ସୂଚନାଯୋଗ୍ୟ ତୃପ୍ତିମୟୀ ଜାମୁଝାଡିସ୍ଥ ରାଧାବଲ୍ଲଭପୁର ୟୁଜିଏମଇ ବିଦ୍ୟାଳୟରେ ସହାୟକ ଶିକ୍ଷୟିତ୍ରୀ ଭାବେ କାର୍ଯ୍ୟରତ ଥିଲେ।

Share Now:

Kalinga News Beuro

Next Post

ମଦ ଦୋକାନ ଆଗରେ ଗାଈ ବାନ୍ଧିଲେ ‘ବିଜେପି’ ନେତ୍ରୀ ଉମା ଭାରତୀ

Fri Feb 3 , 2023
ଓର୍‌ଛା: ଗୁରୁବାର ଦିନ ବରିଷ୍ଠ ‘ବିଜେପି’ ନେତ୍ରୀ ଉମା ଭାରତୀ ମଧ୍ୟପ୍ରଦେଶର ଓର୍‌ଛା ନଗରୀରେ ଥିବା ଗୋଟାଏ ମଦ ଦୋକାନ ସମ୍ମୁଖରେ ବୁଲା ଗାଈମାନଙ୍କୁ ବାନ୍ଧି ଘାସ ଖୁଆଇବା ସହିତ ଜନସାଧାରଣଙ୍କୁ କହି‌ଛନ୍ତି ଯେ, ସେମାନେ ମଦ ଛାଡ଼ି ଗାଈ ଦୁଗ୍ଧ ପାନ କରନ୍ତୁ। ସମ୍ପ୍ରତି ‘ବିଜେପି’ ଶାସିତ ରାଜ୍ୟରେ ମଦ୍ୟପାନ ବିରୋଧରେ ଅଭିଯାନ ଚଳାଇଥିବା ପୂର୍ବତନ ମୁଖ୍ୟମନ୍ତ୍ରୀ ଉମା ଭାରତୀ କହିଛନ୍ତି ଯେ, ସରକାର ମଦ୍ୟପାନ ଅଭ୍ୟାସରୁ ଫାଇଦା […]
ମଦ ଦୋକାନ ଆଗରେ ବୁଲା ଗାଈ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial