ଗୁଇନ୍ଦା ସୂଚନା: ପାର୍ଲାମେଣ୍ଟ୍‌ ଆକ୍ରମଣ କରିବା ପାଇଁ ଆସୁଛନ୍ତି ଖଲିସ୍ତାନୀ ଆତଙ୍କବାଦୀ

ନୂଆଦିଲ୍ଲୀ: ସଂସଦରେ ଆକ୍ରମଣ କରିବା ପାଇଁ ଉତ୍ତର ପ୍ରଦେଶର ରେଜିଷ୍ଟ୍ରେସନ୍‌ ନମ୍ବର ଥିବା ଏକ ବିସ୍ଫୋରକ ବୋଝେଇ କାର୍‌ରେ ଦୁଇ ଜଣ ଖଲିସ୍ତାନୀ ଆତଙ୍କବାଦୀ ଦିଲ୍ଲୀ ଅଭିମୁଖେ ଆସିଛନ୍ତି ବୋଲି ଗୁଇନ୍ଦା ଏଜେନ୍‌ସି ଠାରୁ ସୂଚନା ପାଇବା ପରେ କେନ୍ଦ୍ରୀୟ ଏବଂ ନୂଆଦିଲ୍ଲୀ ଜିଲ୍ଲାଗୁଡ଼ିକରେ ବହୁସ୍ତରୀୟ ନିରାପତ୍ତା ବ୍ୟବସ୍ଥା ଗ୍ରହଣ କରାଯାଇଛି।
ଦୁଇ ଆତଙ୍କବାଦୀ ଲଖଓ୍ଵିନ୍ଦର୍‌ ସିଂହ ଏବଂ ପରମିନ୍ଦର୍‌ ସିଂହ ଗୋଟିଏ ଧଳା ଇନୋଭାରେ ନେପାଳ ସୀମାନ୍ତରୁ ଆସୁଛନ୍ତି। ସେ ଦୁହିଁଙ୍କ ବୟସ ୫୦ ପାଖାପାଖି ହେବ ଏବଂ ସେମାନେ ଆଇଇଡି ଖଞ୍ଜିବାରେ ତାଲିମ ପାଇଛନ୍ତି। ଦୁଇଟି ସୂତ୍ରରୁ ସୂଚନା ମିଳିଥିବାରୁ ଏହା ଉପରେ ଗୁରୁତ୍ୱ ଦିଆଯାଇଛି। ଗୁଇନ୍ଦା ଏଜେନସି ଛଡ଼ା, ଜଣେ ଅଜ୍ଞାତ ବ୍ୟକ୍ତି ଫୋନ୍‌ ଯୋଗେ ସେହି ଏକା ସୂଚନା ଦିଲ୍ଲୀ ପୁଲିସକୁ ଦେଇଥିଲେ। ସୂଚନା ପ୍ରଦାନକାରୀ ନିଜ ନାମ ଇକ୍‌ବାଲ୍‌ ବୋଲି କହିଥିଲେ। ସେ ନମ୍ବରଟି ଉତ୍ତରାଖଣ୍ଡର ଉଧାମ ସିଂହ ନଗରରେ ଥିବା କଥା ପୁଲିସ ଟ୍ରାକ୍‌ କରିଥିଲା। ସେ ଦୁଇ ଆତଙ୍କବାଦୀଙ୍କ ନାଁ ୨୦୧୬ ନଭେମ୍ବର ମାସରେ ପଞ୍ଜାବର ନଭା ଜେଲ ଭାଙ୍ଗି ଖସି ଯାଇଥିବା ଦୁଇ ସନ୍ଦିଗ୍ଧଙ୍କ ନାମ ସହ ମେଳ ଖାଉଛି ବୋଲି ଅଧିକାରୀମାନେ କହିଛନ୍ତି।

Share Now:

Kalinga News Beuro

Leave a Reply

Next Post

ଛାତ୍ରଛାତ୍ରୀଙ୍କ ସୁରକ୍ଷା ଏମିତି…

Fri Jul 20 , 2018
ଲଦାଲଦି ହୋଇ ଯାଉଛନ୍ତି ପିଲା, କେବେ ଚେତିବେ ଆର୍‌ଟିଓ କର୍ତ୍ତୃପକ୍ଷ ଓ ଅଭିଭାବକ ଭୁବନେଶ୍ୱର: ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କୁ କିଭଳି ପରିବହନ କରାଯିବ? ସୁରକ୍ଷା ବ୍ୟବସ୍ଥା କେମିତି ରହିବ? କେଉଁ ଭଳି ଗାଡ଼ିରେ ଛାତ୍ରଛାତ୍ରୀଙ୍କୁ ନିଆଯିବ? ପିଲା ଯିବା ସମୟରେ ଗାଡ଼ିରେ କେଉଁମାନେ ରହିବେ? ଏହାକୁ ନଜରରେ ରଖି ୨୦୧୬ରେ ବିଦ୍ୟାଳୟ ଛାତ୍ର ପରିବହନ ନୀତି ହୋଇଥିଲା। ଇତି ମଧ୍ୟରେ ଏହି ନୀତିକୁ ଦୁଇ ବର୍ଷ ବିତିଯାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial