ନବ ଦାସଙ୍କ ମେଡିକାଲ ରିପୋର୍ଟକୁ ନେଇ ରାଜନୀତି

ନବ ଦାସଙ୍କ ମେଡିକାଲ ରିପୋର୍ଟ

ବିରୋଧୀ ଓ ବିଜେଡି କଥା କଟାକଟି, ସାର୍ବଜନୀନ କରିବାକୁ ବିରୋଧୀଙ୍କ ଦାବୀ

ଭୁବନେଶ୍ବର: ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ଗୁଳି କରି ହତ୍ୟା କରାଯିବା ଘଟଣାରେ ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର ମୁହଁ ଖୋଲିଛନ୍ତି। ସ୍ବର୍ଗତ ନବ ଦାସଙ୍କ ମେଡିକାଲ ରିପୋର୍ଟ ସାର୍ବଜନୀନ କରିବାକୁ ସରକାରଙ୍କ ନିକଟରେ ଦାବି କରିଛନ୍ତି। ଝାରସୁଗୁଡା ହସ୍ପିଟାଲର ଇସିଜି ରିପୋର୍ଟ, ସେହି ସମୟରେ ତାଙ୍କର ସ୍ୱାସ୍ଥ୍ୟଗତ ଅବସ୍ଥା କେମିତି ଥିଲା, ସ୍ଥାନାନ୍ତରିତ ହେବାର ଯୋଗ୍ୟ ଥିଲେ କି ନାହିଁ ତା ସାର୍ଟିଫିକେଟ, ଝାରସୁଗୁଡା ଏୟାରପୋର୍ଟ ଅଥରିଟି କେଉଁ ଅବସ୍ଥାରେ ନେଇଥିଲେ ଏସବୁ ରିପୋର୍ଟକୁ ସାର୍ବଜନୀନ କରିବାକୁ ଦାବି କରିଛନ୍ତି। ବିଜେପିର ବିରଷ୍ଠ ନେତା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ମଧ୍ୟ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ଯେ, ଆପୋଲୋ ହସ୍ପିଟାଲରେ ନବଙ୍କୁ ଯେତେବେଳେ ଅଣାଗଲା କ’ଣ ପାଇଁ ମୁଖ୍ୟମନ୍ତ୍ରୀ ନମସ୍କାର କରିଥିଲେ ? ଜୀବନ୍ତ ଲୋକ ଏବଂ ବୟସରେ ଛୋଟ ଲୋକଙ୍କୁ ନମସ୍କାର କରାଯାଏ କି ? ପୃଥିବୀରେ ପ୍ରଥମ ଘଟଣା ମୃତ ବ୍ୟକ୍ତି ଉପରେ ଅସ୍ତ୍ରୋପଚାର କରାଯାଇଛି। ଲୋକଙ୍କୁ ଦେଖାଇବା ପାଇଁ ଅସ୍ତ୍ରୋପଚାର କରାଯାଇଛି। ଏହାର ତଦନ୍ତ ହେବା ଦରକାର। ଯେହେତୁ ରାଜ୍ୟ ସରକାର ଏହାକୁ ଚାପି ଦେବାକୁ ବସିଛନ୍ତି ମୁଁ ସିବିଆଇ ତଦନ୍ତ ଦାବି କରୁଛି। ଓଡିଶା ପୁଲିସ ଉପରେ ମୋର ଆଉ ବିଶ୍ୱାସ ନାହିଁ। ମୁଁ ମୋ ସୁରକ୍ଷା କର୍ମୀଙ୍କୁ ଫେରାଇ ଦେଉଛି। ଓଡ଼ିଶା କ୍ରାଇମବ୍ରାଞ୍ଚ ଉପରେ ଓଡ଼ିଶାବାସୀଙ୍କ ଭରସା ନାହିଁ। ରାଜ୍ୟର ଜଣେ କ୍ୟାବିନେଟ ମନ୍ତ୍ରୀଙ୍କୁ ହତ୍ୟା କରାଯାଇଛି। ଓଡ଼ିଶାବାସୀ ଜାଣିବାକୁ ଚାହିଁବେ ହତ୍ୟାକାଣ୍ଡର ରହସ୍ୟ କଣ ? କ୍ରାଇମବ୍ରାଞ୍ଚ ଆଈ ମା’ କାହାଣୀ ବାରମ୍ବାର ଆମକୁ ଶୁଣାଇ ଆସିଛନ୍ତି। ସେ ପରି ହଉ ଅବା ମମିତା କେସ ହେଉ। ଆଉ ଏବେ କାହାଣୀ ଉପରେ କାହାଣୀ ପ୍ଲଟ କରୁଛନ୍ତି। ଏହା ତଦନ୍ତ ପରିସର ଆସିବା କଥା। ମହତ୍ତ୍ୱକାଂକ୍ଷୀ ହୋଇପାରନ୍ତି। ସାଧାରଣ ଗୋଟେ ଛୋଟ କର୍ମଚାରୀ ସହ କଣ ଥିଲା ତଦନ୍ତ କଲେ ରାଜନୈତିକ ସାମାଜିକ ବ୍ୟବସାୟିକ କାରଣ ମଧ୍ୟ ଜଣାପଡିବ ବୋଲି ଜୟନାରାୟଣ ମିଶ୍ର କହିଛନ୍ତି। ତେବେ ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ରଙ୍କ ପ୍ରତିକ୍ରିୟା ଉପରେ ବିଜେଡି ବିଧାୟକ ରାଜ କିଶୋର ଦାସ ମନ୍ତବ୍ୟ ଦେଇଛନ୍ତି। ଶ୍ରୀ ଦାସ କହିଛନ୍ତି ଯେ, ଜୟ ନାରାୟଣ ମିଶ୍ରଙ୍କ ନାରେ ହତ୍ୟାକାଣ୍ଡ ମାମଲା ଅଛି। ଆଜିବି କୋର୍ଟରେ ମାମଲା ଅଛି। ସେ ଏଠି ବଡ଼ବଡ କଥା କହୁଛନ୍ତି। ସେ ବକ୍ତବ୍ୟ ଦେବା ଉଚିତ ନୂହେଁ। ଘଟଣା ଯେଉଁଦିନ ଘଟିଲା। ଜୟ ନାରାୟଣ କଣ ସେଠି ଥିଲେ କି? ଜୟ ନାରାୟଣ କ’ଣ ନିଜକୁ ଡାକ୍ତର ଭାବୁଛନ୍ତି। ସେ ଅବାନ୍ତର ଓ ଅବାସ୍ତବ କଥା କୁହନ୍ତୁ ନାହିଁ।
ସୂଚନାଯୋଗ୍ୟ, ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ ଗତ ଜାନୁଆରି ୨୯ ତାରିଖ ଦିନ ପ୍ରାୟ ସାଢ଼େ ୧୨ଟାରେ ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗର ଠାରେ ଆୟୋଜିତ ହେବାକୁ ଥିବା ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ଯାଇଥିଲେ। ସେ ସେହି କାର୍ଯ୍ୟକ୍ରମସ୍ଥଳରେ ପହଞ୍ଚି ମଞ୍ଚାସିନ ହେବା ପୂର୍ବରୁ ତାଙ୍କୁ ବ୍ରଜରାଜନଗର ଗାନ୍ଧିଛକ ଫାଣ୍ଡିରେ ମୁତୟନ ହୋଇଥିବା ପୁଲିସ ଏଏସ୍‌ଆଇ ଗୋପାଳକୃଷ୍ଣ ଦାସ ଗୁଳି କରିଥିଲେ। ନବ ଦାସଙ୍କ ଛାତିରେ ଗୁଳି ବାଜିଥିବାରୁ ସେ ଘଟଣାସ୍ଥଳରେ ହିଁ ତଳେ ପଡ଼ିଯାଇଥିଲେ। ସେଠାରୁ ତାଙ୍କୁ ଗୁରୁତର ଅବସ୍ଥାରେ ଭୁବନେଶ୍ବରକୁ ଏୟାରଲିଫ୍ଟ କରାଯାଇଥିଲା। ଭୁବନେଶ୍ବରସ୍ଥିତ ଆପଲୋ ହସ୍‌ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ହୋଇଥିଲା। ଏହି ଘଟଣାରେ ଅଭିଯୁକ୍ତ ଏଏଏସ୍‌ଆଇ ଗୋପାଳକୃଷ୍ଣଙ୍କୁ ଗିରଫ କରିଛି ପୁଲିସ। ଘଟଣାର ତଦନ୍ତ ପାଇଁ କ୍ରାଇମ୍‌ବ୍ରାଞ୍ଚ ଏପର୍ଯ୍ୟନ୍ତ ୩ଟି ଟିମ୍‌ ଗଠନ କରିଛି। ଏହାରି ମଧ୍ୟରେ ଝାରସୁଗୁଡ଼ା ଏସ୍‌ପି ରାହୁଲ ଜୈନ ଓ ବ୍ରଜରାଜନଗର ଏସ୍‌ଡିପିଓ ଗୁପ୍ତେଶ୍ବର ଭୋଇଙ୍କୁ ରାଜ୍ୟ ମୁଖ୍ୟ ପୁଲିସ କାର୍ଯ୍ୟାଳୟକୁ ବଦଳି ହୋଇଛି।

Share Now:

Kalinga News Beuro

Next Post

ଚାଲିଗଲେ ଭାରତୀୟ ସଂଗୀତର ମୀରା କୋକିଳକଣ୍ଠୀ ବାଣୀ ଜୟରାମ୍

Sat Feb 4 , 2023
ମୁମ୍ବାଇ: ସଙ୍ଗୀତ ଜଗତରୁ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି। କିଛି ଦିନ ତଳେ ପଦ୍ମଭୂଷଣ ପୁରସ୍କାର ପାଇଥିବା ଲୋକପ୍ରିୟ ଗାୟିକା ବାଣୀ ଜୟରାମଙ୍କ ଦେହାନ୍ତ ହୋଇଛି। ଚେନ୍ନାଇସ୍ଥିତ ତାଙ୍କ ଘରେ ବାଣୀ ଜୟରାମଙ୍କ ପରଲୋକ ହୋଇଥିବା ଖବର ମିଳିଛି। ହଠାତ ତାଙ୍କ ଦେହାନ୍ତ ଖବର ଆସିବା ପରେ ତାଙ୍କ ପ୍ରଶଂସକଙ୍କୁ ଶକ୍ତ ଧକ୍କା ଲାଗିଛି। ତାଙ୍କ ମୃତ୍ୟୁ ଖବରକୁ ନେଇ ଏବେ ଦେଶର ସଂଗୀତ ଦୁନିଆରେ ଶୋକର ଲହରୀ […]
ଚାଲିଗଲେ ଭାରତୀୟ ସଂଗୀତର ମୀରା

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial