ଆତଙ୍କବାଦୀଙ୍କ ଦ୍ୱାରା ଭାରତ ଆକ୍ରମଣ କରିବାର ଯୋଜନା କରୁଛି ପାକିସ୍ତାନ

ଭାରତ ଉପରେ ଆକ୍ରମଣ ଯୋଜନା କରୁଛି ପାକିସ୍ତାନ

ପାକିସ୍ତାନ: ପାକିସ୍ତାନ ଘୋର ଆର୍ଥିକ ସଙ୍କଟ ଦେଇ ଗତି କରୁଛି। ଏଠାରେ ଦିନକୁ ଦିନ ଅର୍ଥନୀତି ବିପର୍ଯ୍ୟସ୍ତ ହେବାରେ ଲାଗିଛି। ଦରଦାମ୍ ବୃଦ୍ଧି ହେତୁ ଦେଶରେ ଜନସାଧାରଣମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏଭଳି ପରିସ୍ଥିତିରେ ବି ପାକିସ୍ତାନ ଭାରତ ଉପରେ ଆକ୍ରମଣ କରିବାର ଷଡ଼ଯନ୍ତ୍ର କରିବାକୁ ପଛାଉ ନାହିଁ। ପାକିସ୍ତାନ ଭାରତ ଉପରେ ବଡ଼ ଧରଣର ଆକ୍ରମଣ କରିବାକୁ ଯୋଜନା କରୁଛି। ଏଥିପାଇଁ ପାକିସ୍ତାନର ଗୁଇନ୍ଦା ଏଜେନ୍ସି ଏଏସଆଇ ଆତଙ୍କବାଦୀଙ୍କୁ ଭର୍ତ୍ତି ବି କରୁଛି। ଏଥିରେ ଭର୍ତ୍ତି ହୋଇଥିବା ଯୁବକମାନଙ୍କୁ ଯେଉଁମାନେ ନିର୍ଦ୍ଦେଶ ଦେଉଛନ୍ତି ସେମାନେ ବି ପାକିସ୍ତାନର ରହିଥିବା କୁହାଯାଉଛି। ଏସବୁ ସୂଚନା ଏନଆଇଏ(ଜାତୀୟ ଗୁଇନ୍ଦା ଏଜେନ୍ସି)ର ଏଫଆଇଆରରୁ ଜଣାପଡ଼ିଛି।
ଜାତୀୟ ଗୁଇନ୍ଦା ଏଜେନ୍ସି ସୂତ୍ରରୁ ପ୍ରକାଶ, ହାଇଦ୍ରାବାଦରେ ଆତଙ୍କବାଦୀ ଆକ୍ରମଣର ଯୋଜନା କରୁଥିବା ଘଟଣାରେ ୩ଜଣଙ୍କୁ ଗିରଫ କରାଯାଇ ସେମାନଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି। ଏହି ଯୋଜନାର ମାଷ୍ଟରମାଇଣ୍ଡ ଅବ୍ଦୁଲ ଜାହିଦ ହାଇଦ୍ରାବାଦରେ ଆତଙ୍କବାଦୀ ସହିତ ଜଡ଼ିତ ଅନେକ ଘଟଣାରେ ସାମିଲ ଥିବା ଅଭିଯୋଗ ହୋଇଛି। ଅବ୍ଦୁଲ ଜାହିଦ ଠାରୁ ହ୍ୟାଣ୍ଡ ଗ୍ରେନେଡ ଜବତ ହୋଇଛି। ଏଥିସହିତ ଅବ୍ଦୁଲ ଜାହିଦ ବିରୋଧରେ ଏକ ସଙ୍ଗୀନ ଅଭିଯୋଗ ବି ଆସିଛି। ଅବ୍ଦୁଲ ଲସ୍କର-ଏ- ତେୟବା ଓ ପାକିସ୍ତାନ ଗୁଇନ୍ଦା ଏଜେନ୍ସି ଏଏସଆଇ ସହିତ ଜଡ଼ିତ ପାକିସ୍ତାନ ସ୍ଥିତ ହ୍ୟାଣ୍ଡଲର୍ସ ନିର୍ଦ୍ଦେଶରେ ମହମ୍ମଦ ସମିଉଦ୍ଦିନ, ମାଜ ହସନ ଫାରୁକ ଓ ଅନେକ ଯୁବକଙ୍କୁ ଆତଙ୍କବାଦୀ ପାଇଁ ଭର୍ତ୍ତି କରିଥିଲା। ଅବ୍ଦୁଲ ଜାହିଦକୁ ପାକିସ୍ତାନ ହ୍ୟାଣ୍ଡଲର୍ସ ଠାରୁ ନିର୍ଦ୍ଦେଶ ମିଳିଥିଲା କି ସେ ନିଜର ସାଥୀଙ୍କ ସହିତ ମିଶି ହାଇଦ୍ରାବାଦ ସହରରେ ବିସ୍ଫୋରଣ କରିବା ସହିତ ଅନେକ ଆତଙ୍କବାଦୀ ଘଟଣା ଘଟାଇବ।

Share Now:

Kalinga News Beuro

Next Post

ତୁର୍କୀରେ ପୁଣି ଭୂକମ୍ପ : ୨୪ ଘଣ୍ଟାରେ ୩ୟ ଝଟକା,ମୃତ୍ୟୁସଂଖ୍ୟା ୧୮୦୦ ଟପିଲା

Mon Feb 6 , 2023
ଅଙ୍କାରା : ତୁର୍କୀରେ ପୁଣି ଭୂମିକମ୍ପ ଆସିଛି। ଗତ ୨୪ ଘଣ୍ଟାରେ ଏହା ହେଉଛି ୩ୟ ଭୂମିକମ୍ପ। ଏହି ଭୂମିକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୬ ବୋଲି କୁହାଯାଉଛି। ଏହା ଯୋଗୁଁ ସ୍ଥିତି ଆହୁରି ସଂଗୀନ ହେବା ସହ ଉଦ୍ଧାର କାର୍ଯ୍ୟରେ ବାଧା ସୃଷ୍ଟି ହେଉଛି। ସୋମବାର ଭୋର ୪ଟା ବେଳେ ହୋଇଥିବା ପ୍ରଥମ ଭୂମିକମ୍ପରେ ସବୁଠାରୁ ଅଧିକ ଲୋକ ମୃତ୍ୟୁବରଣ କରିବା ସହ ଅଧିକ କ୍ଷୟକ୍ଷତି ହୋଇଥିଲା। ଇତି […]
ତୁର୍କୀରେ ପୁଣି ଭୂକମ୍ପ-1

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial