ବ୍ରାହ୍ମଣୀ ନଦୀରେ ଡଙ୍ଗା ବୁଡି ଘଟଣା : ଅଳ୍ପକେ ବଞ୍ଚିଲେ ୩୦ ଯାତ୍ରୀ

ବ୍ରାହ୍ମଣୀ ନଦୀରେ ଡଙ୍ଗା ବୁଡି ଘଟଣା

ରାଜନଗର: କେନ୍ଦ୍ରାପଡ଼ା ଜିଲ୍ଲାରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ବ୍ରାହ୍ମଣୀ ନଦୀରେ ଡଙ୍ଗା ବୁଡ଼ିଯିବା ଘଟଣା ଏବେ ସଂପୃକ୍ତ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଜାଣିବାକୁ ମିିଳିଛି ଯେ ରାଜନଗର ରବୀନ୍ଦ୍ର ଦଳେଇଙ୍କ ଭାଇର ନିର୍ବନ୍ଧ କରିଵାକୁ କିଛି ଲୋକ ଡଙ୍ଗାରେ ବସି ଆଳି ବ୍ଲକର ନଳପାହି ଗ୍ରାମକୁ ଯାଉଥିଲେ। କେରଡାଗଡରୁ ନଦୀ ପାର ହୋଇ ନଳପାହି ଗାଁକୁ ଯିବା ବାଟରେ ଏପରି ଅଘଟଣ ଘଟିଛି।
ରବୀନ୍ଦ୍ରଙ୍କ ପରିଵାର ସମେତ ଵନ୍ଧୁଵାନ୍ଧବ ନଦୀ ପାର ହେଵା ପାଇଁ ଡଙ୍ଗା ଭଡ଼ା କରି କେରଡାଗଡରୁ ନଳପାହି ପାର ହେଉଥିବା ଵେଳେ ନଳପାହି କୂଳ ନିକଟରେ ଡଙ୍ଗା ଭାରସାମ୍ୟ ହରାଇ ଵୁଡି ଯାଇଥିଲା। ଫଳରେ ଲୋକମାନେ ପାଣିରୁ କୌଣସି ପ୍ରକାରେ ଅନ୍ୟମାନଙ୍କ ସହଯୋଗରେ କୂଳକୁ ଆସିଥିଲେ। ବୁଡିଯାଇଥିବା କେତେକ ଵାଇକକୁ ଲୋକମାନେ ଉଦ୍ଧାର କରିଥିଲେ ମଧ୍ୟ କେତୋଟି ମୋବାଇଲ ପାଣିରେ ବୁଡି ଯାଇଥିବା ସୂଚନା ରହିଛି। ଲୋକଙ୍କର କୌଣସି କ୍ଷତି ହୋଇନଥିଵା ଵେଳେ ଭଗବାନଙ୍କ ଦୟାରୁ ସମସ୍ତ ଯାତ୍ରୀ ଅଳ୍ପକେ ବର୍ତ୍ତି ଯାଇଛନ୍ତି।

Share Now:

Kalinga News Beuro

Next Post

ପୂର୍ବତନ ମନ୍ତ୍ରୀ ନବ ଦାସଙ୍କ ହତ୍ୟା ଘଟଣା : ସବୁ ଦିଗକୁ ଗୁରୁତ୍ୱ ଦିଆଯାଉଛି, ତଦନ୍ତକୁ ସମୟ ଲାଗିବ - ଡିଜିପି

Wed Feb 8 , 2023
ଭୁବନେଶ୍ୱର: ପୂର୍ବତନ ମନ୍ତ୍ରୀ ନବ ଦାସଙ୍କ ହତ୍ୟା ମାମଲାରେ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି। ଏହି ମାମଲାକୁ ନେଇ ତଦନ୍ତ କରିବା ପରେ ପ୍ରତିକ୍ରିୟା ରଖିଛନ୍ତି ଡିଜିପି। ସେ ତାଙ୍କର ପ୍ରତିକ୍ରିୟା ରଖି କହିଛନ୍ତି ଯେ ‘ତଦନ୍ତ ସମୟରେ ଆମେ ସବୁ ଦିଗକୁ ଗୁରୁତ୍ବ ଦେଉଛୁ। ସେଥିପାଇଁ ତଦନ୍ତକୁ ସମୟ ଲାଗିବ। ପୁଙ୍ଖାନୁପୁଙ୍ଖ ତଦନ୍ତ କରିବାକୁ ମୁଖ୍ୟ ଅଭିଯୁକ୍ତ ଗୋପାଳ ଦାସଙ୍କ ରିମାଣ୍ଡ ଅବଧି ବଢ଼ାଇବାକୁ କୋର୍ଟରେ ଆବେଦନ […]
ପୁଲିସ ଡିଜି

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial