ନବ ଦାସ ହତ୍ୟାକାଣ୍ଡ ସମ୍ପୂର୍ଣ୍ଣ ଭାବେ ଆରେଞ୍ଜଡ଼ ମର୍ଡର – ବିଜୟ ମହାପାତ୍ର

ବିଜୟ ମହାପାତ୍ର

ଭୁବନେଶ୍ୱର: ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ହତ୍ୟାକାଣ୍ଡ ନେଇ ବରିଷ୍ଠ ନେତା ବିଜୟ ମହାପାତ୍ର ବୁଧବାର ସାମ୍ବାଦିକ ସମ୍ମିଳନୀ କରିଛନ୍ତି। ଗଣମାଧ୍ୟମର ପ୍ରତିନିଧିଙ୍କୁ ସେ କହିଛନ୍ତି ଏହା ସମ୍ପୂର୍ଣ୍ଣ ଭାବେ ଆରେଞ୍ଜଡ଼ ମର୍ଡର। ଡିଜିଙ୍କ ନିଦ ବହୁତ ଦିନ ପରେ ଭାଙ୍ଗିଛି। ଡିଜି କେତେ ହତ୍ୟାକାଣ୍ଡର ତଦନ୍ତ କରିଛନ୍ତି ବୋଲି ବିଜୟ ପ୍ରଶ୍ନ କରିଛନ୍ତି। ସେ କହିଛନ୍ତି ଯେ, ତଦନ୍ତରେ ବିଳମ୍ବ ହୋଇଛି। ମନ୍ତ୍ରୀ ନବ ଦାସଙ୍କ ହତ୍ୟାକାଣ୍ଡକୁ ୧୫ ଦିନରୁ ଉର୍ଦ୍ଧ୍ୱ ହେଲାଣି। ତା ପରେ ହତ୍ୟାକାଣ୍ଡର କାରଣ ଲୋକେ ଜାଣି ପାରିଲେନି। ପ୍ରତି ହତ୍ୟାକାଣ୍ଡରେ ମୋଟିଭକୁ ତଦନ୍ତ କରାଯାଏ କିନ୍ତୁ ଏହି କେସର ତଦନ୍ତରେ ତାହା ହେଉନାହିଁ। ବିଜୟ ମହାପାତ୍ର ଖାକିର ରଙ୍ଗ କଳା ହୋଇଯିବ ବୋଲି କହିଛନ୍ତି। ପୁଲିସ ପୋଷାକରେ ଯେଉଁ କଳଙ୍କ ଲାଗିଛି ତାକୁ ଯଦି ନ ଛଡା ଯାଏ, ତେବେ ମାଟିଆ ପୋଷାକ ସବୁଦିନ ପାଇଁ କଳା ହୋଇ ରହିଯିବ। କ୍ରାଇମବ୍ରାଞ୍ଚ ଅଭିଯୁକ୍ତ ଗୋପାଳକୃଷ୍ଣ ଦାସକୁ ନେଇ ସେଣ୍ଟ୍ରିକ ତଦନ୍ତ କରୁଛି। ଗୋପାଳ ଛଡା ଆଉ କାହାକୁ ପଚରାଉଚରା କରାଯାଇ ନାହିଁ। ତେଣୁ ସତ୍ୟ ବାହାରକୁ ଆସିବା ଅସମ୍ଭବ। ତଦନ୍ତର ସତ୍ୟତା ଜାଣିବାକୁ ହେଲେ ଗୋପାଳଠୁ ବାହାରକୁ ଯିବାକୁ ହେବ। ଗୋପାଳ ନିଜ କେସ ନିଜେ ତଦନ୍ତ କରୁଛି, କ୍ରାଇମବ୍ରାଞ୍ଚ କିଛି କରୁନି। ରାଜ୍ୟ ପୁଲିସର ପାରିବା ପଣିଆ ଏଥିରୁ ଜାଣି ହେଇ ଯାଉଛି। କାହିଁକି ଗୋପାଳ ମାରିଲା ତାର ତଦନ୍ତ ହେଉ ନାହିଁ। ଗୋପାଳ ଆଗରୁ ଅଧିକ ଚାନ୍ସ ପାଇଥିଲା ସେବେ ନ ମାରି ଏବେ କାହିଁକି ତାର ତଦନ୍ତ କରୁନି କ୍ରାଇମବ୍ରାଞ୍ଚ। ସେଦିନ କାହିଁକି ମାରିଲା ରାଗ କଣ ଥିଲା ସେ ଦିଗରେ ତଦନ୍ତ ଆଗକୁ ବଢୁନି।
କୋଲ ମାଫିଆ, ଇଣ୍ଡଷ୍ଟ୍ରି ହାଉସ, ବ୍ୟବସାୟିକ ବନ୍ଧୁ, କି ପରିବାର ସଦସ୍ୟ ସବୁ ଦିଗରୁ ତଦନ୍ତ ନ ହେଲେ ପ୍ରକୃତ ସତ ସାମ୍ନାକୁ ଆସି ପାରିବନି। ନବ ଦାସଙ୍କ ସହିତ ଯେଉଁମାନେ ବ୍ୟବସାୟ କରୁଥିଲେ ସେମାନଙ୍କୁ ଡାକି ପଚାରିବାର ଆବଶ୍ୟକ ରହିଛି। ତଦନ୍ତ ସେମିତି ହୁଏ ପୂର୍ବରୁ ଅନେକ ଛୋଟ ଛୋଟ ଘଟଣାରେ ବି ଦେଖିଛୁ ସମ୍ପର୍କୀୟ ପଚରାଯାଏଁ। ଏଠି କିନ୍ତୁ ୧୫ ଦିନ ଭିତରେ ଗୋପାଳଠୁ ବାହାରକୁ ବହରୁନି କ୍ରାଇମବ୍ରାଞ୍ଚ। ୫୦ରୁ ଅଧିକ ଲୋକଙ୍କ ଜେରା କଲେ ସତ ସାମ୍ନାକୁ ଆସିବ। ତଦନ୍ତ ଆଗକୁ ଯାଉନି, ଘଣ୍ଟା କଣ୍ଟା ଅଟକି ଯାଉଛି। ନାର୍କୋ ଟେଷ୍ଟ ପାଇଁ କ୍ରାଇମବ୍ରାଞ୍ଚ କଣ କଣ ପ୍ରଶ୍ନ ତିଆରି କରିଥିଲା ତାହା ପ୍ରଶ୍ନବାଚୀ। କ୍ରାଇମବ୍ରାଞ୍ଚ ଏ ଦିଗରେ ସ୍ପଷ୍ଟ କରିବା ଦରକାର କେଉଁ କେଉଁ ପ୍ରଶ୍ନ କ୍ରାଇମବ୍ରାଞ୍ଚ ଜାଣିବାକୁ ଚାହିଁ ଥିଲା। ହୁଏତ ଆଉ କିଛି ପ୍ରଶ୍ନ ପଚାରିଥିଲେ ଘଟଣା ପଛରେ କିଏ, ତାହା ପଦାକୁ ଆସିପାରିଥାନ୍ତା। ପୁଲିସ ଫିଟନେସ ଆଳ କରି ଘଟଣାକୁ ଚାପିବାକୁ ଚେଷ୍ଟା କରା ନ ଯାଉ। ନବ ଦାସଙ୍କ ହତ୍ୟାକାଣ୍ଡକୁ ଚପେଇବା ପାଇଁ ପୁଲିସ ଟ୍ରେନିଂ ଓ ଫିଟନେସ ନାଁରେ କୌଣସି ଉଦ୍ୟମ ନ କରୁ ପୁଲିସ। ଏ ସବୁ ରେଗୁଲାର ବିଷୟ, ତାକୁ ଅଧିକ ହାଇପ ନ କରଯାଉ। ଗୋପାଳ ଅର୍ଥପେଡିକ ରୋଗୀ। ଗୋପାଳ ଦାସ ମାନସିକ ରୋଗୀ ବୋଲି କୁହାଯାଉଛି। ତେବେ ୨୦୨୨ ରେ ଭୀମସାର ଅର୍ଥପେଡିକ ଚେକଅପ ପାଇଁ ଯାଇଥିଲା। ସେ ଯଦି ଅର୍ଥପେଡିକ ବିଭାଗକୁ ଯାଇ ମେଡ଼ିସିନ ଖାଇପାରୁଛି ତେବେ ମାନସିକ ରୋଗ ନେଇ ଡାକ୍ତର ପାଖକୁ କାହିଁକି ଯାଇନି ବୋଲି ପ୍ରଶ୍ନ କରିଛନ୍ତି ବିଜୟ।

Share Now:

Kalinga News Beuro

Next Post

ନିଆଁରେ ଜଳିଗଲା ୩୦ ବଖରା ଘର : ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡ଼ି ପାଉଁଶ

Wed Feb 15 , 2023
କାମାକ୍ଷାନଗର: ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ପଥରଖମ୍ବ ଗ୍ରାମରେ ଆଜି ଭୟାଭୟ ଅଗ୍ନିକାଣ୍ଡ ହୋଇଛି। ଅଗ୍ନିକାଣ୍ଡରେ ୩୦ ବଖରାରୁ ଅଧିକ ଘର ଜଳିଯାଇଛି। ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି। ନିଆଁକୁ ଆୟତ୍ତ କରିବା ପାଇିଁ କାମାକ୍ଷାନଗର ଓ ପର୍ଜଙ୍ଗର ୨ଟି ଅଗ୍ନିଶମ ବାହିନି ଟିମ ନିୟୋଜିତ ଥିଲେ।ପ୍ରାଥମିକ ଆକଳନ ଅନୁସାରେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡ଼ି ପାଉଁଶ ହୋଇଯାଇଛି। ସୂଚନା ଅନୁସାରେ ଗ୍ରାମର ଶରତ ନାଏକଙ୍କ ଘରୁ ପ୍ରଥମେ ନିଆଁ […]
ନିଆଁରେ ଜଳିଗଲା ୩୦ ବଖରା ଘର

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial