ନିଆଁରେ ଜଳିଗଲା ୩୦ ବଖରା ଘର : ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡ଼ି ପାଉଁଶ

ନିଆଁରେ ଜଳିଗଲା ୩୦ ବଖରା ଘର

କାମାକ୍ଷାନଗର: ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ପଥରଖମ୍ବ ଗ୍ରାମରେ ଆଜି ଭୟାଭୟ ଅଗ୍ନିକାଣ୍ଡ ହୋଇଛି। ଅଗ୍ନିକାଣ୍ଡରେ ୩୦ ବଖରାରୁ ଅଧିକ ଘର ଜଳିଯାଇଛି। ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି। ନିଆଁକୁ ଆୟତ୍ତ କରିବା ପାଇିଁ କାମାକ୍ଷାନଗର ଓ ପର୍ଜଙ୍ଗର ୨ଟି ଅଗ୍ନିଶମ ବାହିନି ଟିମ ନିୟୋଜିତ ଥିଲେ।ପ୍ରାଥମିକ ଆକଳନ ଅନୁସାରେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡ଼ି ପାଉଁଶ ହୋଇଯାଇଛି।

ସୂଚନା ଅନୁସାରେ ଗ୍ରାମର ଶରତ ନାଏକଙ୍କ ଘରୁ ପ୍ରଥମେ ନିଆଁ ଲାଗିଥିଲା। ପରେ ନିଆଁ ଲାଗି ଏକ ଗ୍ୟାସ ଟାଙ୍କି ଫାଟି ଯିବାରୁ ନିଆଁ ବ୍ୟାପି ଯାଇଥିଲା। ଦେଖୁ ଦେଖୁ ସାହିରେ ଥିବା ସମସ୍ତ ଘର ନିଆଁ ଲାଗି ଜଳି ଯାଇଥିଲା। ନିଆଁର ପ୍ରକୋପ ଏତେ ଜୋରରେ ଥିଲା ଯେ ପିନ୍ଧା ବସ୍ତ୍ର ଛଡା ଆଉ କିଛି ଉଦ୍ଧାର କରାଯାଇ ପାରି ନାହିଁ। ନିଆଁରେ ଏକ ବାଇକ ମଧ୍ୟ ପୋଡି ଯାଇଥିବା ଦେଖିବାକୁ ମିଳିଛି। ଧାନ, ଚାଉଳ, ଟଙ୍କା, ସୁନା, ବାସନ କୁସନ ସବୁ ପୋଡି ପାଉଁଶ ହୋଇଯାଇଛି।

Share Now:

Kalinga News Beuro

Next Post

ମହିଳା ଆଇଆଇସିଙ୍କୁ ଧକ୍କା ମାରିଲେ ଜୟନାରାୟଣ ମିଶ୍ର : ଅଭିଯୋଗକୁ ଖଣ୍ଡନ କଲେ ବିରୋଧୀ ଦଳ ନେତା

Wed Feb 15 , 2023
ସମ୍ବଲପୁର: ସମ୍ବଲପୁରରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଆନ୍ଦୋଳନ ବେଳେ ପୁଲିସ ସହ ବିଜେପି କର୍ମୀଙ୍କ ଧସ୍ତାଧସ୍ତି ହୋଇଛି। ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ନେଇ ସମ୍ବଲପୁରରେ ବିଜେପି ପ୍ରତିବାଦ କରୁଥିବା ବେଳେ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ଧନୁପାଲି ଆଇଆଇସିଙ୍କୁ ଧକ୍କା ମାରିଥିବା ନେଇ ଅଭିଯୋଗ ହୋଇଛି। ତେବେ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ଏହି ଅଭିଯୋଗକୁ ଭିତ୍ତିହୀନ ବୋଲି କହିଛନ୍ତି।ଜୟନାରାୟରଣ କହିଛନ୍ତି, ଆମେ ଆଇନ ଅମାନ୍ୟ […]
ମହିଳା ଆଇଆଇସିଙ୍କୁ ଜୟନାରାୟଣ ମିଶ୍ର ଧକ୍କା ମାରିବା

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial