ଏ ଜନ୍ମରେ ଦେଶର ସୈନିକ ହୋଇପାରିଲି ନାହିଁ, ଆର ଜନ୍ମରେ ନିଶ୍ଚିତ ହେବି : ଏଭଳି ଲେଖି ଜୀବନ ହାରିଲେ ଯୁବକ

ଏ ଜନ୍ମରେ ଦେଶର ସୈନିକ ହୋଇପାରିଲି ନାହିଁ

ନୂଆଦିଲ୍ଲୀ: ମୁଁ ଏ ଜନ୍ମରେ ଦେଶର ଜଣେ ସୈନିକ ହୋଇପାରିଲି ନାହିଁ, ଆର ଜନ୍ମରେ ମୁଁ ନିଶ୍ଚିତ ଭାବରେ ଜଣେ ସୈନିକ ହେବି। ସେନା ପରୀକ୍ଷାରେ ବିଫଳ ହେବା ପରେ ଜଣେ ଯୁବକ ଏପରି ଲେଖି ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ଘଟଣାଟି ଘଟିଛି ନୋଏଡାର ସେକ୍ଟର ୪୯ ପୁଲିସ ଷ୍ଟେସନ ଅଞ୍ଚଳର ବାରୁଲା ଗ୍ରାମରେ। ଖବର ପାଇ ଘଟଣାସ୍ଥଳରେ ପହଞ୍ଚିବା ସହ ପୁଲିସ ଯୁବକଙ୍କ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇ ଅଧିକ ତଦନ୍ତ ଆରମ୍ଭ କରିଛି।
ମିଳିଥିବା ସୂଚନା ଅନୁଯାୟୀ, ଅଲିଗଡର ବାସିନ୍ଦା ହରି ସିଂ ଘର ଚଳାଇବା ପାଇଁ ନୋଏଡାର ବାରୁଲା ଗ୍ରାମରେ ପରିବାର ସହିତ ରହୁଥିଲେ। ବାପାଙ୍କୁ ବହୁ କଷ୍ଟରେ ପରିବାର ଚଳାଉଥିବା ଦେଖି ହରି ସିଂଙ୍କ ପୁଅ ଦୀପୁ ଭାରତୀୟ ସେନାରେ ଯୋଗ ଦେବା ପାଇଁ ପ୍ରସ୍ତୁତି ଆରମ୍ଭ କରିଥିଲେ। ପରିବାରର ସମର୍ଥନ ସହ ସେନାବାହିନୀରେ ଯୋଗଦେବା ପାଇଁ ଦୀପୁ ଅନେକ ବର୍ଷ ହେଲା ନିଜକୁ ପ୍ରସ୍ତୁତ କରୁଥିଲେ। କଷ୍ଟ କରି ପାଠ ପଢ଼ିବା ସହ କିଛି ଦିନ ତଳେ ସେ ଅଗ୍ନିବୀର ପରୀକ୍ଷା ଦେଇଥିଲେ, ଯେଉଁଥିରେ ତାଙ୍କୁ ସଫଳତା ମିଳିନଥିଲା। ଅସଫଳ ହେବା ପରେ ନିରାଶ ହୋଇ ଶେଷରେ ଦୀପୁ ଆତ୍ମହତ୍ୟାକୁ ବାଛି ନେଇଥିଲେ। ଆତ୍ମହତ୍ୟା ପୂର୍ବରୁ ଦୀପୁ ଏକ ସୁଇସାଇଡ ନୋଟ ଲେଖିଥିଲେ, ସେଥିରେ ଲେଖାଥିଲା ଯେ ମୁଁ ଏ ଜନ୍ମରେ ଦେଶର ଜଣେ ସୈନିକ ହୋଇପାରିଲି ନାହିଁ, ଆର ଜନ୍ମରେ ମୁଁ ନିଶ୍ଚିତ ଭାବରେ ସଫଳ ହେବି। ୪ବର୍ଷ ପରିଶ୍ରମ କରିଥିଲେ ମଧ୍ୟ କିଛି ହାସଲ କରିପାରିଲି ନାହିଁ, ପିତାମାତାଙ୍କ ପାଇଁ କିଛି କରିପାରିଲି ନାହିଁ, ସେଥିପାଇଁ ମୁଁ ଆତ୍ମହତ୍ୟା କରୁଛି।

Share Now:

Kalinga News Beuro

Next Post

ନିର୍ବାଚନ ଜିତିବାକୁ ଇସ୍ରାଏଲର ସହାୟତା ନିଅନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ : କଂଗ୍ରେସ

Thu Feb 16 , 2023
ନୂଆଦିଲ୍ଲୀ: ନିର୍ବାଚନ ଜିତିବାକୁ ଇସ୍ରାଏଲର ସହାୟତା ନିଅନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। କିଛି ଏଭଳି ଆଶ୍ଚର୍ଯ୍ୟଜନକ ଦାବି କରିଛି କଂଗ୍ରେସ। ନୂଆଦିଲ୍ଲୀରେ କଂଗ୍ରେସ ମୁଖ୍ୟାଳୟରେ ଦଳ ଏକ ସାମ୍ବାଦିକ ସମ୍ମିଳନୀ କରି ପ୍ରଧାନମନ୍ତ୍ରୀ ମୋଦୀଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଛି। କଂଗ୍ରେସ ମୁଖପାତ୍ର ସୁପ୍ରିୟା ଶ୍ରୀନେତ ଏବଂ ପୱନ ଖେଡା ଦାବି କରିଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦୀ ଗଣତନ୍ତ୍ର ସହ ଖେଳୁଛନ୍ତି, ସେ ନିର୍ବାଚନରେ ​​ଜିତିବା ପାଇଁ ଇସ୍ରାଏଲର ଏଜେନ୍ସି […]
ପୱନ ଖେଡା

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial