ଚୌଦ୍ୱାର ଜେଲ୍‌ରେ ‌ଗୋପାଳ : ଖାଇଲା ଚୁଡ଼ା ସନ୍ତୁଳା, ମଧ୍ୟାହ୍ନରେ ଭାତ, ଡାଲି ସହ ତରକାରୀ

ଚୌଦ୍ବାର ଜେଲ୍‌ରେ ‌ଗୋପାଳ

ଚୌଦ୍ୱାର: ପୂର୍ବତନ ମନ୍ତ୍ରୀ ନବ ଦାସ ହତ୍ୟା ଘଟଣାର ଅଭିଯୁକ୍ତ ଗୋପାଳକୃଷ୍ଣ ଦାସ ଚୈଦ୍ୱାର ଜେଲ୍‌ରେ ଦୁଇଦିନ ବିତାଇ ସାରିଛି। ଅଭିଯୁକ୍ତ ଗୋପାଳ ଆଜି ସକାଳ ସାଢ଼େ ୬ଟାରେ ଉଠିଥିଲା। ନିଜର ନିତ୍ୟକର୍ମ ସାରି ସ୍ୱତନ୍ତ୍ର ସେଲ୍‌ରୁ ବାହାରକୁ ବାହାରିଥିଲା। ଜେଲ୍‌ ମାନୁଆଲ ହିସାବରେ ସକାଳୁ ଗୋପାଳକୁ ଚୁଡ଼ା ସନ୍ତୁଳା ଖାଇବାକୁ ଦିଆଯାଇଥିଲା। ମଧ୍ୟାହ୍ନ ଭୋଜନରେ ଭାତ, ଡାଲି ଓ ସାଧା ତରକାରୀ ଦିଆଯାଇଥିଲା। ଗୋପାଳ ଦାସ ଜେଲ୍‌ କର୍ତ୍ତୃପକ୍ଷଙ୍କୁ ଦୁଇଟି ଖବରକାଗଜ ମାଗିଥିଲା। ଅନ୍ୟପଟରେ ଗୋପାଳକୁ ଦେଖିବା ଓ ତାହା ସହ କଥା ହେବାକୁ ଅନ୍ୟ ବନ୍ଦୀଙ୍କ ଭିଡ଼ ଦେଖିବାକୁ ମିଳିଥିଲା। କଡା ସୁରକ୍ଷା ମଧ୍ୟରେ ଥିବାବେଳେ ତାହା ପାଖକୁ କାହାକୁ ଛଡ଼ାଯାଇ ନଥିଲା। ସମୟ ଅତିବାହିତ କରିବା ପାଇଁ ଅନ୍ୟ କଏଦୀମାନଙ୍କ ସହିତ ମିଶିବାପାଇଁ ହାତ ଠାରି ଚେଷ୍ଟା କରୁଥିବା ବେଳେ ସୁରକ୍ଷା ଦୃଷ୍ଟିରୁ ତାହା ଅନୁମତି ଦିଆଯାଉ ନାହିଁ।
ମନ୍ତ୍ରୀ ନବଦାସ ହତ୍ୟାକାଣ୍ଡକୁ ୧୯ ଦିନ ବିତିଛି। କିନ୍ତୁ ହତ୍ୟାକାଣ୍ଡ ପଛର କାରଣ ଏବେ ବି ରହସ୍ୟ ହୋଇ ରହିଛି। ଗୁଳିକାଣ୍ଡ ଦିନଠୁ ଯେଉଁ ପ୍ରଶ୍ନ ଉଠିଥିଲା, ସେହି ପ୍ରଶ୍ନର ଉତ୍ତର ଆଜି ବି ମିଳି ନାହିଁ। ଅଭିଯୁକ୍ତ ଗୋପାଳ ଦାସ କାହିଁକି ମନ୍ତ୍ରୀଙ୍କୁ ଗୁଳି କଲେ, ଏହା ପଛର କାରଣ କଣ, ତାର ଖୁଲାସ କ୍ରାଇମବ୍ରାଞ୍ଚ ଏବେ ବି କରିନାହିଁ। ଅନ୍ୟପଟେ କ୍ରାଇମବ୍ରାଞ୍ଚ ପୁଣି ଅଭିଯୁକ୍ତକୁ ରିମାଣ୍ଡରେ ନେଇନଥିବାରୁ ଗୁଳିକାଣ୍ଡର କାରଣ ଜାଣି ସାରିଥିବା ଅନୁମାନ କରାଯାଉଛି। ଅଭିଯୁକ୍ତ ଗୋପାଳକୃଷ୍ଣ ଦାସକୁ ଗତ ୧୪ ତାରିଖ ସନ୍ଧ୍ୟାରେ କଟକ ଜିଲ୍ଲା ଚୌଦ୍ୱାରସ୍ଥିତ ସର୍କଲ ଜେଲକୁ ଅଣାଯାଇଛି।

Share Now:

Kalinga News Beuro

Next Post

ଚାକିରି କରାଇଦେବା ନାଆଁରେ ସାଢ଼େ ତିନି ଲକ୍ଷ ଠକି ନେଲେ ଦୁର୍ବୃତ୍ତ

Thu Feb 16 , 2023
ଭୁବନେଶ୍ୱର: ଟାଟା ଷ୍ଟିଲ (ଜାମସେଦପୁର)ରେ ଚାକିରି କରାଇଦେବା ନାଆଁରେ ଜଣେ ଦୁର୍ବୃତ୍ତ ସାଢ଼େ ତିନି ଲକ୍ଷ ଟଙ୍କା ଠକି ନେଇଛି। ଠକାମିର ଶିକାର ହୋଇଛନ୍ତି ଚନ୍ଦ୍ରଶେଖରପୁର ଅଞ୍ଚଳର ଶକ୍ତି ପ୍ରସନ୍ନ ସ୍ୱାଇଁ। ଶକ୍ତି ଇଲେକ୍ଟ୍ରିକାଲ ଇଞ୍ଜିନିୟରିଂରେ ଡିଗ୍ରି ସମାପ୍ତ କରିବା ପରେ ବେକାର ଥିଲେ। ଏହି ସମୟରେ ଅଭିଯୁକ୍ତ ସନ୍ଦୀପ ପ୍ରଧାନଙ୍କ ସହ ତାଙ୍କର ଭେଟ ହୋଇଥିଲା। ସନ୍ଦୀପ ଲକ୍ଷ୍ମୀସାଗର ଅଞ୍ଚଳରେ ଏକ ପ୍ଲେସମେଣ୍ଟ ଅଫିସ ଖୋଲିଥିଲେ। ଚାକିରି କରାଇ […]
ସାଢ଼େ ତିନି ଲକ୍ଷ ଟଙ୍କା ଠକି ନେଲେ ଦୁର୍ବୃତ୍ତ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial