ଭୁବନେଶ୍ୱର ଉପକଣ୍ଠ ଜାମୁଝରିରେ ନିର୍ମାଣ ହେବ ରାଜ୍ୟର ବୃହତ୍‌ ଜେଲ

ଜାମୁଝରିରେ ଅନ୍ତର୍ଜାତୀୟ ସ୍ତରୀୟ ବୃହତ୍‌ ଜେଲ

ଭୁବନେଶ୍ୱର: ଭୁବନେଶ୍ୱର ଉପକଣ୍ଠ ଜାମୁଝରିରେ ଅନ୍ତର୍ଜାତୀୟ ସ୍ତରୀୟ ବୃହତ୍‌ ଜେଲ ନିର୍ମାଣ ହେବ। ଭୁବନେଶ୍ୱରସ୍ଥିତ ଝାରପଡ଼ା ଜେଲ୍‌ ସେଠାକୁ ସ୍ଥାନାନ୍ତରିତ ହେବ। ଏହି ଜେଲ୍‌ ଅନ୍ତର୍ଜାତୀୟ ସ୍ତରରେ ନିର୍ମାଣ ହେବ। ଏହି ସ୍ୱତନ୍ତ୍ର ଜେଲ୍‌ରେ ୨୫୦୦ କଏଦୀ ରହିପାରିବେ। ୫୦ ଏକର ଜାଗାରେ ନିର୍ମାଣ ହେବ ଏହି ଜେଲ। ଆଗାମୀ ଦୁଇ ବର୍ଷ ମଧ୍ୟରେ ଏହାର ନିର୍ମାଣ କାମ ଶେଷ ହେବ। ଏଥି ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଅନୁମୋଦନ ମିଳିଛି।
ଜାମୁଝରିରେ ରାଜ୍ୟର ପ୍ରଥମ ଗ୍ରୀନ୍ ଜେଲ ହେବା ସହ ଶୂନ କାର୍ବନ ଏମିଶନ ଓ ସ୍ମାର୍ଟ ଜେଲ ହେବ ଏହି ନୂତନ ଜେଲ୍‌। ଜେଲ୍‌ ଭିତରେ ରହିବ ହସ୍ପିଟାଲ। ଆମ୍ଫି ଥିଏଟର, ଲାଇବ୍ରେରି, ଜିମ୍, ବେକରି ଇଉନିଟ, ଫୁଡ଼ ପ୍ରୋସେସିଂ ୟୁନିଟ, ମହିଳା କଏଦୀଙ୍କ ପାଇଁ ବଡ଼ ଜାଗା ଇତ୍ୟାଦି। ଝାରପଡା ଜେଲ ଓଭର କ୍ରାଉଡେଡ଼ ହୋଇଯାଇଛି। ସ୍ଥାନ ଅଭାବରୁ ଏଠାରେ ଆଉ ଏକ୍ସପାଣ୍ଡ କରିହେଉନାହିଁ। ଏବେ ପାଖାପାଖି ୧୨୦୦ କଏଦୀ ସେଠାରେ ଅଛନ୍ତି। ସୁରକ୍ଷା ଦୃଷ୍ଟି କୋଣରୁ ମଧ୍ୟ ସମସ୍ୟା ସୃଷ୍ଟି ହେବାର ସମ୍ଭାବନା ରହୁଛି। ସେହି କାରଣରୁ ଏହି ନୂତନ ଜେଲ ନିର୍ମାଣ ହେବ। ନୂତନ ଜେଲ ନିର୍ମାଣ ପାଇଁ ଜେଲ ବିଭାଗ ପ୍ରସ୍ତାବ ଦେଇଥିଲା। ପ୍ରସ୍ତାବକୁ ଅନୁମତି ମିଳିଛି ଏବଂ ଖୁବ ଶୀଘ୍ର ନିର୍ମାଣ କାମ ଆରମ୍ଭ ହେବ ବୋଲି ଜେଲ୍ ଡିଜି ମନୋଜ ଛାବ୍ରା ଗଣମାଧ୍ୟମକୁ ସୂଚନା‌ ଦେଇଛନ୍ତି।

Share Now:

Kalinga News Beuro

Next Post

ନେପାଳ ବିମାନ ଦୁର୍ଘଟଣାର ରିପୋର୍ଟ : ପାଇଲଟଙ୍କ ଭୁଲ ହେତୁ ଘଟିଥିଲା ଦୁର୍ଘଟଣା

Fri Feb 17 , 2023
କାଠମାଣ୍ଡୁ : ନେପାଳର ପୋଖରାଠାରେ ଭୟଙ୍କର ବିମାନ ଦୁର୍ଘଟଣାରେ ୫ ଭାରତୀୟଙ୍କ ସମେତ ୭୨ ଜଣ ପ୍ରାଣ ହରାଇଥିଲେ। ଏଥିରେ ୪ ଜଣ ବିମାନ କର୍ମଚାରୀ ଓ ୬୮ ଜଣ ଯାତ୍ରୀ ଥିଲେ। ବିମାନଟି ଅବତରଣ କରିବାକୁ ଆଉ ମାତ୍ର ୧୦ ସେକେଣ୍ଡ ଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା। ଏହି ଦୁର୍ଘଟଣାର ଯାଞ୍ଚ ପାଇଁ ଗଠିତ କମିଟିର ପ୍ରାରମ୍ଭିକ ରିପୋର୍ଟ ସାମ୍ନାକୁ ଆସିଛି। ଯେଉଁଥିରେ ବିମାନ ଦୁର୍ଘଟଣାର କାରଣ […]
ନେପାଳ ବିମାନ ଦୁର୍ଘଟଣା

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial