ଅଗରତାଲା ରେଳ ଷ୍ଟେସନରୁ ୧୦ ଜଣ ରୋହିଙ୍ଗ୍ୟା ଶରଣାର୍ଥୀ ଗିରଫ

୧୦ ଜଣ ରୋହିଙ୍ଗ୍ୟା ଶରଣାର୍ଥୀ ଗିରଫ

ଅଗରତାଲା: ତ୍ରିପୁରାର ଅଗରତାଲା ରେଳ ଷ୍ଟେସନରୁ ଆଜି ୧୦ ଜଣ ରୋହିଙ୍ଗ୍ୟା ଶରଣାର୍ଥୀଙ୍କୁ ପୁଲିସ ଗିରଫ କରିଛି। ଏହା ବ୍ୟତୀତ ଦୁଇ ବାଂଲାଦେଶୀ ଏବଂ ଜଣେ ଭାରତୀୟ ହ୍ୟାଣ୍ଡେଲରଙ୍କୁ ମଧ୍ୟ ଗିରଫ କରାଯାଇଛି। ଜିଆରପି ପୁଲିସ ପକ୍ଷରୁ ମିଳିଥିବା ସୂଚନା ମୁତାବକ ପଚରାଉଚରାବେଳେ ରୋହିଙ୍ଗ୍ୟା ଶରଣାର୍ଥୀମାନେ ବାଂଲାଦେଶର କକ୍ସ ବଜାର କ୍ୟାମ୍ପ ଛାଡି ବେଆଇନ ଭାବେ ଭାରତରେ ପ୍ରବେଶ କରିଥିବା ସ୍ୱୀକାର କରିଛନ୍ତି। ଏହି ଶରଣାର୍ଥୀମାନଙ୍କୁ ଭାରତରେ ବେଆଇନ ପ୍ରବେଶ କରିବାକୁ ସାହାଯ୍ୟ କରିଥିବା ବ୍ୟକ୍ତିଙ୍କୁ ମଧ୍ୟ ଗିରଫ କରାଯାଇଛି।
ଜିଆରପି ପୁଲିସ ଅଧୀକ୍ଷକ ଅମିତାଭ ପାଲ କହିଛନ୍ତି ଯେ ଗିରଫ ହୋଇଥିବା ୧୩ ଜଣ ବ୍ୟକ୍ତି କୋଲକାତା ଯିବାକୁ କାଞ୍ଚନଜଂଘା ଏକ୍ସପ୍ରେସକୁ ଅପେକ୍ଷା କରିଥିଲେ। ଏହି ୧୩ ଜଣଙ୍କୁ ମିଶାଇ ଅଗରତାଲା ରେଳ ଷ୍ଟେସନରୁ ଏପର୍ଯ୍ୟନ୍ତ ୩୩ ଜଣ ରୋହିଙ୍ଗ୍ୟା ଶରଣାର୍ଥୀଙ୍କୁ ଗିରଫ କରାଯାଇଛି ବୋଲି ପୁଲିସ ଅଧିକାରୀ କହିଛନ୍ତି। ରୋହିଙ୍ଗ୍ୟା ଅନୁପ୍ରବେଶକାରୀମାନେ ସିପାହି ଜାଲା ଜିଲ୍ଲା ସହିତ ଅନ୍ତର୍ଜାତୀୟ ସୀମାରୁ ରାଜ୍ୟକୁ ପ୍ରବେଶ କରୁଛନ୍ତି ବୋଲି ସେ କହିଛନ୍ତି। ଉଲ୍ଲେଖ ଥାଉ କି ରୋହିଙ୍ଗ୍ୟା ଶରଣାର୍ଥୀମାନେ ବିନା ପାସପୋର୍ଟ ମାଧ୍ୟମରେ ଭାରତରେ ପ୍ରବେଶ ପାଇଁ ଉଦ୍ୟମ କରୁଛନ୍ତି। ଆଉ ସେମାନଙ୍କୁ କିଛି ଭାରତୀୟ ଦଲାଲ ସାହାଯ୍ୟ କରୁଛନ୍ତି। ତେବେ ସୀମା ଅନୁପ୍ରବେଶ ରୋକିବାକୁ ବିଏସଏଫ ସହ ପୁଲିସ ଏବେ କଡା ନଜର ରଖିଛି।

Share Now:

Kalinga News Beuro

Next Post

ଡାକ୍ତରଙ୍କ କମାଲ : ଏକା ସମୟରେ ହୃତପିଣ୍ଡ ସର୍ଜରୀ ସହ ମହିଳାଙ୍କର କଲେ ଡେଲିଭରି

Sun Feb 19 , 2023
ଲଖନଉ: ଉତ୍ତରପ୍ରଦେଶର ଲଖନଉରେ ଥିବା କିଙ୍ଗ ଜର୍ଜ ମେଡିକାଲ ୟୁନିଭରସିଟି (କେଜିଏମୟୁ)ର ଡାକ୍ତରମାନେ ସଫଳତାର ସହ ଜଣେ ରୋଗୀଙ୍କର ହାର୍ଟ ସର୍ଜରୀ ଏବଂ ସିଜରିଆନ୍ ଡେଲିଭରି କରିଛନ୍ତି। କେଜିଏମୟୁ ମୁଖପାତ୍ର ଡ଼.ସୁଧୀର ସିଂ କହିଛନ୍ତି, “ଉତ୍ତରପ୍ରଦେଶରେ ଏହା ପ୍ରଥମ ଥର ଗର୍ଭବତୀ ମହିଳାଙ୍କର ଏପରି ଜଟିଳ ଅପରେସନ କରାଯାଇଥିଲା। ଉଭୟ ମା ଏବଂ ନବଜାତ ଶିଶୁ ସୁସ୍ଥ ଅଛନ୍ତି। ତାଙ୍କ ସୂଚନା ମୁତାବକ ଜଣେ ୨୭ ବର୍ଷ ବୟସ୍କା ରୋଗୀ […]
ହୃତପିଣ୍ଡ ସର୍ଜରୀ ସହ ମହିଳାଙ୍କ ଡେଲିଭରି

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial