ଦିଲ୍ଲୀ ଟେଷ୍ଟ : ୬ ୱିକେଟ୍‌ରେ ଅଷ୍ଟ୍ରେଲିଆକୁ ପରାସ୍ତ କରି ଭାରତ ୨-୦ରେ ଅଗ୍ରଣୀ

୬ ୱିକେଟ୍‌ରେ ଅଷ୍ଟ୍ରେଲିଆ ପରାସ୍ତ

ନୂଆଦିଲ୍ଲୀ: ଦିଲ୍ଲୀର ଅରୁଣ ଜେଟ୍‌ଲୀ ଷ୍ଟାଡିୟମ୍‌ରେ ଚାଲିଥିବା ‘ବର୍ଡର୍‌-ଗାଭାସ୍କର୍‌ ଟ୍ରଫି’ର ଦ୍ଵିତୀୟ ଟେଷ୍ଟ୍‌ ମ୍ୟାଚ୍‌ର ଆଜି ତୃତୀୟ ଦିବସରେ ଭାରତ ଅଷ୍ଟ୍ରେଲିଆକୁ ୬ ୱିକେଟ୍‌ରେ ପରାସ୍ତ କରି ଏହି ୪ ମ୍ୟାଚ୍‌ ସିରିଜ୍‌ରେ ୨-୦ରେ ଅଗ୍ରଣୀ ରହିଛି। ଆଜିର ଏହି ମ୍ୟାଚ୍‌ରେ ଭାରତକୁ ବିଜୟମଣ୍ଡିତ କରିବାରେ ରବିନ୍ଦ୍ର ଜା‌ଦେଜାଙ୍କ ଅବଦାନ ଯଥେଷ୍ଟ। ସେ ୪୨ ରନ୍‌ ବିନିମୟରେ ୭ ୱିକେଟ୍‌ ହାସଲ କରିଛନ୍ତି। ସେହିପରି, ରବିଚନ୍ଦ୍ରନ ଅଶ୍ୱିନୀ ମଧ୍ୟ ୫୯ ରନ୍‌ ବିନିମୟରେ ୩ ୱିକେଟ୍‌ ହାସଲ କରିଛନ୍ତି। ଆଜି ସମୁଦାୟ ୧୧୩ ରନ୍‌ କରି ଅଷ୍ଟ୍ରେଲିଆ ତା’ର ଦ୍ଵିତୀୟ ଇନିଙ୍ଗ୍‌ସ୍‌ ପରିସମାପ୍ତି କରିଥିଲା।
ସଂକ୍ଷିପ୍ତ ସ୍କୋର୍‌: ଏହି ମ୍ୟାଚ୍‌ର ପ୍ରଥମ ଇନିଙ୍ଗ୍‌ସ୍‌ରେ ୨୬୩ ରନ୍‌ କରିଥିବା ଅଷ୍ଟ୍ରେଲିଆ ଆଜି ଦ୍ଵିତୀୟ ଇନିଙ୍ଗ୍‌ସ୍‌ରେ ୩୧.୧ ଓଭର୍‌ ଖେଳି ୧୧୩ ରନ୍‌ରେ ଅଲ୍‌ ଆଉଟ୍‌ ହୋଇଯାଇଥିଲା। ସେହିପରି, ଭାରତ ପ୍ରଥମ ଇନିଙ୍ଗ୍‌ସ୍‌ରେ ୨୬୨ ଏବଂ ଦ୍ଵିତୀୟ ଇନିଙ୍ଗ୍‌ସ୍‌ରେ ୨୬.୪ ଓଭର୍‌ ଖେଳି ୧୧୮ ରନ୍‌ କରିଥିଲା। ରୋହିତ ଶର୍ମା ୩୧ ଓ ଚେତେଶ୍ୱର ପୂଜାରା ୩୧ ରନ୍‌ କରି ନଟ୍‌ ଆଉଟ୍‌ ଥିଲେ। ଉଲ୍ଲେଖଯୋଗ୍ୟ, ଆଜି ତାଙ୍କର ୧୦୦ତମ ଟେଷ୍ଟ୍‌ ମ୍ୟାଚ୍‌ରେ ଚେତେଶ୍ୱର ବିଜୟ ରନ୍‌ ଦଳ ପାଇଁ ହାସଲ୍‌ କରିଥିଲେ।

Share Now:

Kalinga News Beuro

Next Post

ରାଜଧାନୀରୁ ଦୁଇ ବେପାରୀ ଗିରଫ : କୋଟିଏ ୮୫ ଲକ୍ଷର ଗଞ୍ଜେଇ ଜବତ

Sun Feb 19 , 2023
ଭୁବନେଶ୍ୱର : ରାଜଧାନୀରୁ ଦୁଇ ଗଞ୍ଜେଇ ବେପାରୀ ଗିରଫ ହୋଇଥିବାର ଖବର ମିଳିଛି। ଗିରଫ ଅଭିଯୁକ୍ତ ଉତ୍ତରପ୍ରଦେଶ ଓ ବିହାରରୁ ଆସି ଭୁବନେଶ୍ୱରରେ ଗଞ୍ଜେଇ ବେପାର କରୁଥିଲେ। ଦୁଇ ଅଭିଯୁକ୍ତ ହେଲେ ଉତ୍ତର ପ୍ରଦେଶର ମାନସିଂ ଯାଦବ ଓ ବିହାରର ମୁକେଶ କୁମାର ଯାଦବ। ଏକ ସ୍ୱିଫ୍ଟ ଡିଜାୟାର ଓ ସୁଜୁକି ସିଆଜ କାରରେ ଗଞ୍ଜେଇ ଚାଲାଣ କରୁଥିଲେ। ଉଭୟଙ୍କୁ ଭୁବନେଶ୍ୱରସ୍ଥିତ ଓଡ଼ିଶା ଇଉନିଭରସିଟି ଅଫ ଟେକ୍ନୋଲୋଜି ରିସର୍ଚ୍ଚ ସେଣ୍ଟର […]
ରାଜଧାନୀରୁ ଦୁଇ ବେପାରୀ ଗିରଫ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial