ଗୋପନରେ କିବ୍ ଗସ୍ତ କଲେ ଆମେରିକା ରାଷ୍ଟ୍ରପତି ବାଇଡେନ

ଗୋପନ କିବ୍ ଗସ୍ତରେ ଆମେରିକା ରାଷ୍ଟ୍ରପତି ବାଇଡେନ

ନୂଆଦିଲ୍ଲୀ : ଆସନ୍ତା ୨୪ ତାରିଖରେ ୟୁକ୍ରେନ ଉପରେ ରୁଷ ଆକ୍ରମଣକୁ ଏକ ବର୍ଷ ପୂରଣ ହେବ। ଏହା ପୂର୍ବରୁ ପାଶ୍ଚାତ୍ୟ ଦେଶମାନେ ୟୁକ୍ରେନ ପଛରେ ନିଜର ସମର୍ଥନକୁ ପ୍ରମାଣିତ କରିବାକୁ ପୋଲାଣ୍ଡର ଓ୍ବାର୍ସାଠାରେ ଏକାଠି ହୋଇଛନ୍ତି। ଏହି ବୈଠକରେ ଯୋଗ ଦେବାକୁ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ସୋମବାରଦିନ ପୋଲାଣ୍ଡ ଗସ୍ତରେ ଯାଇଛନ୍ତି। କିନ୍ତୁ ପୋଲାଣ୍ଡରୁ ସେ ଗୋପନରେ ୟୁକ୍ରେନର ରାଜଧାନୀ କିବ୍ ଗସ୍ତ କରିଥିବା ଆଲୋଚନା ହେଉଛି। ବାଇଡେନଙ୍କ ଏହି ଗସ୍ତ ସମ୍ପର୍କରେ ଉଭୟ ଆମେରିକା ଓ ୟୁକ୍ରେନ ସରକାରଙ୍କ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ସୂଚନା ଦିଆଯାଇନାହିଁ। ତେବେ ସୋସିଆଲ ମିଡିଆରେ ଏ ସଂପର୍କରେ ଏକ ଫଟୋ ଓ ଭିଡିଓ ଘୂରିବୁଲୁଛି। ଫଟୋରେ ବାଇଡେନ ଓ ୟୁକ୍ରେନ ରାଷ୍ଟ୍ରପତି ଭୋଲଦୋମିର ଜେଲେନସ୍କି ଥିବା ଦେଖାଯାଉଛି। ତେବେ ୟୁକ୍ରେନର ସରକାରୀ ନ୍ୟୁଜ ଏଜେନ୍ସି ୟୁକ୍ରେନଫର୍ମ ୟୁକ୍ରେନର ବୈଦେଶିକ ମନ୍ତ୍ରୀ ଆଣ୍ଡ୍ରି ମେଲନିକଙ୍କ ବୟାନକୁ ଉଦ୍ଧାର କରି ଏକ ରିପୋର୍ଟ ପ୍ରକାଶ କରିଛି। ସେଥିରେ କୁହାଯାଇଛି ଯେ ୟୁକ୍ରେନର ସବୁଠାରୁ ମହତ୍ୱପୂର୍ଣ୍ଣ ପାର୍ଟନର କିବ୍ ଗସ୍ତରେ ଆସୁଛନ୍ତି। ତେବେ ସେ ବାଇଡେନଙ୍କ ନାଁ ପ୍ରକାଶ କରିନଥିଲେ ବି ବାଇଡେନଙ୍କୁ ସଂକେତ କରି ସେ ଏହା କହିଥିବା କୁହାଯାଉଛି। ସୂଚନାଯୋଗ୍ୟ ଯେ ୨୦୨୨, ଫେବୃଆରୀ ୨୪ରେ ରୁଷ ୟୁକ୍ରେନ ଉପରେ ଆକ୍ରମଣ କରିଥିଲା।

Share Now:

Kalinga News Beuro

Next Post

ପାରିବାରିକ ବିବାଦକୁ ନେଇ ଏସିଡ ମାଡ : ୪ଜଣ ଗୁରୁତର

Mon Feb 20 , 2023
ବାଲେଶ୍ୱର: ପାରିବାରିକ ବିବାଦକୁ ନେଇ ଏସିଡ ମାଡ କଲେ ଯୁବକ। ବାଲେଶ୍ଵର ଜିଲ୍ଲା ସଦର ବ୍ଲକ ସହଦେଵଖୁଣ୍ଟା ଥାନା ଅନ୍ତର୍ଗତ ଭୀମପୁର ଗାଁରେ ଏସିଡ ମାଡ଼ରେ ଚାରିଜଣ ଗୁରୁତର ହୋଇପଡିଛନ୍ତି। ସମସ୍ତ ଗୁରୁତରଙ୍କୁ ଜିଲ୍ଲା ମେଡିକାଲରେ ଭର୍ତ୍ତି କରାଯାଇଛି। ଆହତଙ୍କ ମଧ୍ୟରେ ଦୁଇ ଜଣ ମହିଳା ଥିବାବେଳେ ଦୁଇ ଜଣ ଶିଶୁ ଅଛନ୍ତି। ମିଳିଥିବା ସୂଚନା ମୁତାବକ ଭୀମପୁର ଗାଁ’ର କାର୍ତ୍ତିକ ସିଂଙ୍କର ଦୁଇ ଝିଅଙ୍କ ମଧ୍ୟରୁ ସାନ ଝିଅ […]
ପାରିବାରିକ ବିବାଦକୁ ନେଇ ଏସିଡ ମାଡ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial