ପ୍ରଣବ ପଟ୍ଟନାୟକଙ୍କୁ ମିଳିଲା ‘ଜୟଦେବ’ ସମ୍ମାନ

ଭୁବନେଶ୍ୱର : ଭୁବନେଶ୍ୱର ଉତ୍କଳ ମଣ୍ଡପରେ ମଙ୍ଗଳବାର ଅନୁଷ୍ଠିତ ହୋଇଛି ୨୮ ତମ ରାଜ୍ୟ ଓଡ଼ିଆ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ ଉତ୍ସବ। ଏହି ଅବସରରେ ବିଶିଷ୍ଟ କଣ୍ଠଶିଳ୍ପୀ ପ୍ରଣବ ପଟ୍ଟନାୟକଙ୍କୁ ସମ୍ମାନଜନକ ଜୟଦେବ ପୁରସ୍କାରରେ ସମ୍ମାନୀତ କରାଯାଇଛି। ଏହି ଅବସରରେ ଚଳିତ ଥର ୨୭ଟି ଭିନ୍ନ ଭିନ୍ନ ବିଭାଗରେ କଳାକାର ଓ ଟେକ୍ନିସିଆନଙ୍କୁ ପୁରସ୍କୃତ କରାଯାଇଛିା

ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଇତିହାସରେ ପ୍ରଥମ ଥର ପାଇଁ କୌଣସି କଣ୍ଠଶିଳ୍ପୀଙ୍କୁ ମର୍ଯାଦାଜନକ ‘ଜୟଦେବ ପୁରସ୍କାର’ ପ୍ରଦାନ କରାଯାଇଛି। ଜୀବନବ୍ୟାପୀ ସାଧନା ପାଇଁ ତାଙ୍କୁ ପୁରସ୍କାର ସ୍ୱରୂପ ମିଳିଛି ୧ଲକ୍ଷ ଟଙ୍କା ସହ ମାନପତ୍ର ଓ ଉପଢୌକନ। ଏହି ଅବସରରେ ଶ୍ରେଷ୍ଠ ଚଳଚ୍ଚିତ୍ର ଭାବେ ଫିଲ୍ମ ‘ଚିନି’କୁ ମୋହନ ସୁନ୍ଦର ଦେବଗୋସ୍ୱାମୀ ସମ୍ମାନ, ଫିଲ୍ମ ‘ନାମର୍ଦ୍ଦ’ ପାଇଁ ସମରେଶ ରାଉତରାୟ ଶ୍ରେଷ୍ଠ ଅଭିନେତା ଓ ‘ମୀମାଂସା’ ପାଇଁ ସୁଶ୍ରୀ ସଙ୍ଗୀତା ମହାପାତ୍ର(ଲିପି)ଙ୍କୁ ଶ୍ରେଷ୍ଠ ଅଭିନେତ୍ରୀ ଭାବେ ପୁରସ୍କୃତ କରାଯାଇଛି।

ଶ୍ରେଷ୍ଠ ପାର୍ଶ୍ୱ ଅଭିନେତ୍ରୀ ଭାବେ ମହାଶ୍ୱେତା ରାୟ, ଶ୍ରେଷ୍ଠ ହାସ୍ୟ କଳାକାର ଚିତ୍ତରଞ୍ଜନ ତ୍ରିପାଠୀ, ଶ୍ରେଷ୍ଠ ଶିଶୁ କଳାକାର ତିସୀରୁପା ବହିଦାର, ଶ୍ରେଷ୍ଠ ଶବ୍ଦ ଗ୍ରହଣକାରୀ ଭାବ ସୁବାସ ସାହୁ ପୁରସ୍କୃତ ହୋଇଛନ୍ତି। ସେହିପରି ଫିଲ୍ମ ‘ମୀମାଂସା’ ପାଇଁ ଦିବଙ୍ଗତ ଅଭିନେତା ମୀନକେତନଙ୍କୁ ମିଳିଛି ଶ୍ରେଷ୍ଠ ପାର୍ଶ୍ୱ ଅଭିନେତା ପୁରସ୍କାର। ‘ତୁ କହିବୁ ନା ମୁଁ’ ଫିଲ୍ମ ପାଇଁ ଶ୍ରେଷ୍ଠ ସଙ୍ଗୀତ ନିର୍ଦ୍ଦେଶକ ଗୁଡୁଲି ରଥଙ୍କୁ ବାଳକୃଷ୍ଣ ସମ୍ମାନ ଦିଆଯାଇଛି।

ଏହି ଅବସରରେ ଆୟୋଜିତ ଉତ୍ସବରେ ସଂସ୍କୃତି ମନ୍ତ୍ରୀ ଅଶୋକ ପଣ୍ଡା, ମହିଳା ଓ ଶିଶୁ କଲ୍ୟାଣ ବିଭାଗ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ, ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରି ବଦ୍ରିନାରାୟଣ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।

Share Now:

Kalinga News Beuro

Leave a Reply

Next Post

ମିଥ୍ୟା ସତ୍ୟପାଠ ଦେଇ ଜମି ହାତେଇଥିଲେ ହେବ କ୍ରିମିନାଲ କେସ୍‌

Wed Dec 20 , 2017
ଭୁବନେଶ୍ୱର : ଇଚ୍ଛାଧୀନ କୋଟାରେ ମିଥ୍ୟା ସତ୍ୟପାଠ ଦେଇ ବିଡିଏରେ ଏକାଧିକ ଜମି ହାତେଇ ଥିବା ଲୋକଙ୍କ ନାଁରେ ହେବ ଅପରାଧୀକ ମାମଲା। ପ୍ଲଟ ଆବଣ୍ଟନରେ ହୋଇଥିବା ଅନିୟମିତତାର ତଦନ୍ତ ପରେ, ତାରା ଦତ୍ତ ଟାସ୍କ ଫୋର୍ସ କମିଟି ଦେଇଥିବା ସୁପାରିଶର କାର୍ଯ୍ୟନ୍ୱୟନ ନେଇ ସଚିବାଳୟରରେ ସମୀକ୍ଷା ପରେ ଆଜି ଏହି ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ। ସେ କହିଛନ୍ତି-“ଦରଖାସ୍ତ ବେଳେ ଯେଉଁ ହିତାଧିକାରୀ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial