ପାଶ୍ଚାତ୍ୟ ଦେଶମାନେ ହିଁ ଯୁଦ୍ଧ ଆରମ୍ଭ କରିଛନ୍ତି, କିନ୍ତୁ ରୁଷକୁ ହରାଇବା ଅସମ୍ଭବ : ପୁଟିନ

ପାଶ୍ଚାତ୍ୟ ଦେଶମାନେ ହିଁ ଯୁଦ୍ଧ ଆରମ୍ଭ କରିଛନ୍ତି

ମସ୍କୋ : ପାଶ୍ଚାତ୍ୟ ଦେଶମାନେ ହିଁ ୟୁକ୍ରେନ ଯୁଦ୍ଧ ଆରମ୍ଭ କରିଥିବା ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ କହିଛନ୍ତି। କିନ୍ତୁ ଯୁଦ୍ଧରେ ରୁଷକୁ ହରାଇବା ଅସମ୍ଭବ ବୋଲି ସେ ଦାବି କରିଛନ୍ତି। ରାଷ୍ଟ୍ରପତି ପୁଟିନ୍ ମଙ୍ଗଳବାର ମସ୍କୋରେ କହିଛନ୍ତି ଯେ ପାଶ୍ଚାତ୍ୟ ଦେଶ ମାନଙ୍କ ସହ ଆଲୋଚନା ଏବଂ କୂଟନୀତିର ମାର୍ଗକୁ ଆଗକୁ ବଢ଼ାଇବା ପାଇଁ ରୁଷ୍ ପ୍ରସ୍ତୁତ ଅଛି। ସେ ନାଟୋର ସମ୍ପ୍ରସାରଣ ବିଷୟରେ ଉଲ୍ଲେଖ କରି ସେ କହିଛନ୍ତି ଯେ ରୁଷର ଶାନ୍ତି ପ୍ରସ୍ତାବ ବଦଳରେ ବିଶ୍ୱାସଘାତକତା ହିଁ ମିଳିଛି।
ନିଜ ଭାଷଣରେ ରୁଷ ରାଷ୍ଟ୍ରପତି ଆମେରିକା ଏବଂ ଏହାର ସହଯୋଗୀ ରାଷ୍ଟ୍ରମାନଙ୍କୁ ଟାର୍ଗେଟ କରି ଅଭିଯୋଗ କରିଥିଲେ ଯେ ପାଶ୍ଚାତ୍ୟ ଦେଶ ଏକ ସ୍ଥାନୀୟ ସଂଘର୍ଷକୁ ବିଶ୍ୱ ସଂଘର୍ଷରେ ପରିଣତ କରିବାକୁ ଚେଷ୍ଟା କରୁଛନ୍ତି। କିନ୍ତୁ ରୁଷ ତାହାର ଉଚିତ ଜବାବ ଦେବ। ଆମେ ଆମ ଦେଶର ଅସ୍ତିତ୍ୱ ବିଷୟରେ କହୁଛୁ ବୋଲି ସେ କହିଛନ୍ତି। ଗତ ଏକ ବର୍ଷ ଧରି ୟୁକ୍ରେନକୁ ସାମରିକ ସହାୟତା ଯୋଗାଉଥିବା ଦେଶର ନାମ ନ ନେଇ ପୁଟିନ୍ ଆମେରିକାକୁ ଚେତାବନୀ ଦେଇଛନ୍ତି। ୟୁକ୍ରେନକୁ ଯେତେ ଦୂରଗାମୀ ଅସ୍ତ୍ରଶସ୍ତ୍ର ପଠାଯିବ, ରୁଷ ଏହି ବିପଦକୁ ସେତେ ଦୂରକୁ ଠେଲିଦେବ। ରୁଷ ପର୍ଯ୍ୟାୟକ୍ରମେ ଓ ସତର୍କତାର ସହ ଏବଂ ଶୃଙ୍ଖଳିତ ଭାବରେ ନିଜର ଲକ୍ଷ୍ୟ ହାସଲ କରିବ।

Share Now:

Kalinga News Beuro

Next Post

ପରିବାର ଅଦାଲତ ହତା ପାଲଟିଲା ରଣକ୍ଷେତ୍ର : ହାତାହାତି ହେଲେ ଛାଡ଼ପତ୍ର ହୋଇଥିବା ଦମ୍ପତି

Tue Feb 21 , 2023
ବାଲେଶ୍ଵର: ପରିବାର ଅଦାଲତ ହତା ପାଲଟିଲା ରଣକ୍ଷେତ୍ର। ବାଲେଶ୍ଵର ପରିବାର ଅଦାଲତରେ ଛାଡ଼ପତ୍ର ମାମଲାର ବିଚାର ଚାଲିଥିବା ବେଳେ ମାରପିଟ୍ ହେଲେ ଦମ୍ପତି। ବ୍ୟକ୍ତିଙ୍କ ହେଲମେଟ୍ ମାଡ଼ରେ ଗୁରୁତର ହେଲେ ଯୁବତୀ। ଗୁରୁତର ଅବସ୍ଥାରେ ଯୁବତୀଙ୍କୁ ବାଲେଶ୍ଵର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।ଘଟଣା ଅନୁସାରେ ଚାନ୍ଦିପୁର ଥାନା ଅନ୍ତର୍ଗତ ମଝିକିଆ ଅଞ୍ଚଳର ରତିକାନ୍ତ ପାଣିଗ୍ରାହୀ ଓ ରଶ୍ମିରେଖା ପାଣିଗ୍ରାହୀଙ୍କ ୩ ବର୍ଷ ପୂର୍ବେ ଛାଡ଼ପତ୍ର ହୋଇଥିଲା। ଏହି ମାମଲା […]
ପରିବାର ଅଦାଲତ ହତା ପାଲଟିଲା ରଣକ୍ଷେତ୍ର

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial