ଖୁବ୍‌ ଶୀଘ୍ର ରୁଷ୍‌ ଗସ୍ତରେ ଆସିବେ ଚୀନ୍‌ ରାଷ୍ଟ୍ରପତି ସି ଜିନ୍‌ପିଙ୍ଗ : ପୁଟିନ୍‌

ରୁଷ୍‌ ଗସ୍ତରେ ଆସିବେ ଚୀନ୍‌ ରାଷ୍ଟ୍ରପତି

ମସ୍କୋ: ଖୁବ୍‌ ଶୀଘ୍ର ଚୀନ୍‌ର ରାଷ୍ଟ୍ରପତି ସି ଜିନ୍‌ପିଙ୍ଗ୍‌ ମସ୍କୋ ଗସ୍ତରେ ଆସିବେ‌ ବୋଲି ବୁଧବାର ଦିନ ରୁଷୀୟ ରାଷ୍ଟ୍ରପତି ଭ୍ଲାଦିମିର୍‌ ପୁଟିନ୍‌ ସୂଚନା ଦେଇଛନ୍ତି। ଚୀନ୍‌ର ପଦସ୍ଥ କୂଟନୀତିଜ୍ଞ ୱାଙ୍ଗ୍‌ ୟିଙ୍କୁ କ୍ରେମ୍‌ଲିନ୍‌କୁ ସ୍ୱାଗତ କରିବା ବେଳେ ପୁଟିନ୍‌ କହିଛନ୍ତି, ଜିନ୍‌ପିଙ୍ଗ୍‌ଙ୍କ ଗସ୍ତକୁ ଚାହିଁବସିଛୁ। ଏଥିପାଇଁ ଦୁଇ ଦେଶ ମଧ୍ୟରେ ବ୍ୟବସ୍ଥା କରାଯାଇଛି। ସେ ଆହୁରି ମଧ୍ୟ କହିଛନ୍ତି, ସବୁ ଜିନିଷ ପ୍ରଗତି କରୁଛି, ଉନ୍ନତି କରୁଛି। ଆମେ ନୂତନ ଦିଗନ୍ତରେ ଉପଗତ ହେଉଛୁ। ଉଲ୍ଲେଖଯୋଗ୍ୟ, ଫେବୃଆରୀ୨୪ ତାରିଖରେ ୟୁକ୍ରେନ୍‌ ଯୁଦ୍ଧକୁ ବର୍ଷେ ପୂରୁଥିବା ବେଳେ ପୁଟିନ୍‌ ଉପରୋକ୍ତ ଘୋଷଣା କରିଛନ୍ତି। ସି ଜିନ୍‌ପିଙ୍ଗ୍‌ଙ୍କ ଯୋଜନା ସଂକ୍ରାନ୍ତରେ ଅବଗତ ଥିବା ଲୋକମାନଙ୍କ କଥାରୁ ଉଦ୍ଧୃତ କରି ‘ଦି ୱାଲ୍‌ ଷ୍ଟ୍ରିଟ୍‌ ଜର୍ଣ୍ଣାଲ୍‌’ ରିପୋର୍ଟ କରିଛି, ୟୁକ୍ରେନ୍‌ରେ ଚାଲିଥିବା ଯୁଦ୍ଧର ଅବସାନ ନିମନ୍ତେ ସକ୍ରିୟ ଭୂମିକା ଗ୍ରହଣ କରିବାକୁ ବେଜିଙ୍ଗ୍‌ ଚାହୁଁଥିବାରୁ ପୁଟିନ୍‌ଙ୍କ ସହିତ ତାଙ୍କର ସାକ୍ଷାତ ବହୁପକ୍ଷ ଶାନ୍ତି ଆଲୋଚନାର ଅଂଶବିଶେଷ ହେବ। ଏହାଛଡ଼ା, ଚୀନ୍‌ ରାଷ୍ଟ୍ରପତିଙ୍କ ଗସ୍ତ ବ୍ୟବସ୍ଥା ପ୍ରାରମ୍ଭିକ ଅବସ୍ଥାରେ ଥିବା ଦୃଷ୍ଟିରୁ ଗସ୍ତ ସମୟ ନିର୍ଦ୍ଧାରଣ କରାଯାଇନାହିଁ। ଦ୍ଵିତୀୟ ବିଶ୍ୱଯୁଦ୍ଧରେ ଜର୍ମାନ୍‌ ଉପରେ ବିଜୟ ହାସଲ ପାଳନ ଚାଲିଥିବା ବେଲେ ଏପ୍ରିଲ୍‌ ଅଥବା ମଇ ପ୍ରାରମ୍ଭରେ ସି ଜିନ୍‌ପିଙ୍ଗ୍‌ ରୁଷ୍‌ ଗସ୍ତରେ ଯାଇପାରନ୍ତି।
ସି ଜିନ୍‌ପିଙ୍ଗ୍‌ଙ୍କ ସମ୍ଭାବ୍ୟ ରୁଷ୍‌ ଗସ୍ତ ଖବର ଆମେରିକା ପାଇଁ ଚିନ୍ତାର କାରଣ ପାଲଟିଛି। ବୁଧବାର ଦିନ ଆମେରିକାର ବୈଦେଶିକ ବିଭାଗ କହିଛି ଯେ, ଦୁଇ ରାଷ୍ଟ୍ର ମଧ୍ୟରେ ବୃହତ୍ତର ରାଜିନାମା ଆଶଙ୍କା କରି ଆମେରିକା ଚିନ୍ତିତ। ଏହା ରୁଷ୍‌ ଓ ଚୀନ୍‌କୁ ଗୋଟିଏ ପଟ କରିବା ବେଳେ ୟୁକ୍ରେନ୍‌ ଓ ଆମେରିକା ନେତୃତ୍ୱାଧୀନ ନାଟୋ ସାମରିକ ମେଣ୍ଟ ରାଷ୍ଟ୍ରମାନଙ୍କୁ ଆଉ ଗୋଟିଏ ପଟ କରି ମୁହାଁମୁହି କରାଇବ।

Share Now:

Kalinga News Beuro

Next Post

ରାଜଧାନୀରେ ରୋଗୀଙ୍କ ଜୀବନ ସହ ଖେଳ ଖେଳୁଛନ୍ତି ଡାଏଗ୍ନୋଷ୍ଟିକ୍‌ ସେଣ୍ଟର

Thu Feb 23 , 2023
ଭୁବନେଶ୍ୱର : ଡାଏଗ୍ନୋଷ୍ଟିକ୍ ସେଣ୍ଟରମାନେ ରୋଗୀଙ୍କ ଜୀବନ ସହ ଖେଳ ଖେଳୁଛନ୍ତି। ଜଣଙ୍କର ନମୁନା ରିପୋର୍ଟକୁ ବଦଳାଇ ଅନ୍ୟକୁ ଦେଉଛନ୍ତି। ରୋଗୀଟିଏ ନିଜ ରୋଗକୁ ନେଇ ଦ୍ଵନ୍ଦରେ ପଡ଼ୁଛନ୍ତି। ରାଜଧାନୀର ଏକ ନାମୀ ହସ୍ପିଟାଲର ଡାଏଗ୍ନୋଷ୍ଟିକ ସେଣ୍ଟର ରୋଗୀଙ୍କ ରିପୋର୍ଟ ଅଦଳବଦଳ କରିଥିବା ନଜରକୁ ଆସିଛି। ରୋଗୀ ଜଣକ ଏନେଇ ମାମଲା କରିବା ଲାଗି ଧମକ ଦେଇଛନ୍ତି।ରାଜଧାନୀର ସବିତାବାଳା ପଟ୍ଟନାୟକ ଗତ ନଭେମ୍ବର ୪ ତାରିଖରେ ସଂପୃକ୍ତ ଡାଏଗ୍ନୋଷ୍ଟିକ୍‌ ସେଣ୍ଟରରେ […]
ଡାଏଗ୍ନୋଷ୍ଟିକ୍‌ ସେଣ୍ଟରରେ ରୋଗୀଙ୍କ ଜୀବନ ସହ ଖେଳ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial