ଡାକ୍ତରଖାନାରେ ପାଣି, ଆଇସିୟୁରେ ପହଁରିଲେ ମାଛ

ପାଟନା: ଲଗାଣ ବର୍ଷା ଯୋଗୁ ବିହାରର ଏକାଧିକ ସରକାରୀ ଡାକ୍ତରଖାନାରେ ପାଣି ପଶିଯାଇଛି। ତେବେ ନାଳନ୍ଦା ମେଡିକାଲ୍‌ କଲେଜ ଓ ହସ୍ପିଟାଲ୍‌ ମଧ୍ୟରେ ଆଣ୍ଟୁଏ ପାଣି ଲହରୀ ମାରୁଥିବା ଦେଖିବାକୁ ମିଳିଛି। ଏଠାରେ ଆଇସିୟୁରେ ପଶିଛି ନାଳ ଓ କାଦୁଅ ମିଶା ବର୍ଷା ଜଳ।


ହସ୍ପିଟାଲ୍‌ର କରିଡର୍‌ ଓ ବିଭିନ୍ନ ୱାର୍ଡରେ ମଧ୍ୟ ମଇଳା ମିଶା ବର୍ଷା ପାଣି ଜମି ରହିଛି। ଫଳରେ ଡାକ୍ତର ଓ କର୍ମଚାରୀମାନେ ସେହି ଅପରିସ୍କାର ପାଣିରେ ପଶି ରୋଗୀଙ୍କୁ ସେବା ଯୋଗାଇ ଦେବାକୁ ବାଧ୍ୟ ହେଉଛନ୍ତି। ସବୁଠାରୁ ରୋଚକ କଥା ହେଉଚି, ଆଇସିୟୁରେ ଜମିଥିବା ପାଣିରେ ମାଛ ପହଁରୁଥିବା ଦେଖିବାକୁ ମିଳିଛି। ହସ୍ପିଟାଲ୍‌ ବାହାରେ ମଧ୍ୟ ଆଣ୍ଠୁଏ ପାଣି ରହିଥିବାରୁ ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ୱାର୍ଡରେ ବର୍ଷା ପାଣି ଜମି ରହିବାରୁ ରୋଗୀଙ୍କ ସମ୍ପର୍କୀୟମାନେ ରାତି ସାରା ଏହା ମଧ୍ୟରେ ଛିଡ଼ା ହୋଇଥିଲେ। ନାଳନ୍ଦା ମେଡିକାଲ୍‌ କଲେଜ ଓ ହସ୍ପିଟାଲ୍‌ ହେଉଛି, ରାଜ୍ୟର ଦ୍ୱିତୀୟ ସର୍ବବୃହତ ସ୍ୱାସ୍ଥ୍ୟସେବା କେନ୍ଦ୍ର। ଏହା ୧୦୦ ଏକର ପରିମିତ ଜମିରେ ନିର୍ମାଣ ହୋଇଥିବା ବେଳେ ଏଠାରେ ୭୫୦ଟି ବେଡ୍‌ ରହିଛି।

Share Now:

Kalinga News Beuro

Leave a Reply

Next Post

ନକ୍ସଲ ସହିଦ ସପ୍ତାହରେ ମାଓ ପ୍ରେମିକ-ପ୍ରେମିକାଙ୍କ ଆତ୍ମସମର୍ପଣ

Sun Jul 29 , 2018
ମାଲକାନଗିରି: ରବିବାର ଦିନ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ମାଲକାନଗିରି ସ୍ୱାଭିମାନ ଅଞ୍ଚଳରୁ (ପୂର୍ବର ବିଛିନ୍ନାଞ୍ଚଳ) ଦୁଇ ଜଣ ପ୍ରେମିକ-ପ୍ରେମିକ ମାଓବାଦୀ ଏସ୍‌ପି ଜଗମୋହନ ମିନାଙ୍କ ନିକଟରେ ଆତ୍ମ ସମର୍ପଣ କରିଛନ୍ତି। ସେ ଦୁହେଁ ହେଉଛନ୍ତି ମାଓ ଏରିଆ କମିଟି ମେମ୍ବର ଥିବା ପ୍ରେମିକ ଓ୍ଵାଗା ଉର୍ମାମି ଓରଫ ମୁକେଶ ଏବଂ ପାର୍ଟି ମେମ୍ବର ଥିବା ପ୍ରେମିକା ମୁଡ଼େ ମାଧି ଓରଫ ମେସି ଓରଫ ରତ୍ନା। ସମ୍ପ୍ରତି ମାଲକାନଗିରି ଜିଲ୍ଲା ସମେତ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial