ଜଙ୍ଗଲ ଭିତରୁ ନିଖୋଜ ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର : ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ

ନିଖୋଜ ମହିଳାଙ୍କ ଝୁଲନ୍ତା ମୃତଦେହ

ପାଟଣାଗଡ଼: ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଉପଖଣ୍ଡ ଲରମ୍ଭା ଥାନା ଅନ୍ତର୍ଗତ ରେଙ୍ଗାଲଜୁରୀ ନିକଟସ୍ଥ ଘଞ୍ଚ ଜଙ୍ଗଲରେ ନିଖୋଜ ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ତେବେ ମୃତକଙ୍କ ମା’ଘର ପକ୍ଷରୁ ଏହା ଏକ ହତ୍ୟାକାଣ୍ଡ ବୋଲି ଅଭିଯୋଗ କରିଥିବା ଜଣାପଡିଛି। ମୃତକା ହେଲେ ଭାରତୀ ମଲ୍ଲିକ (୪୨)। ମିଳିଥିବା ସୂଚନା ଅନୁଯାୟୀ, ଗତ ୨୬ ତାରିଖରୁ ରେଙ୍ଗଲଜୁରୀ ଗାଁର ସନ୍ତୋଷ ମଲ୍ଲିକଙ୍କ ପତ୍ନୀ ଭାରତୀ ମଲ୍ଲିକ ନିଖୋଜ ଥିବା ନେଇ ପରିବାର ଲୋକେ ଲରମ୍ଭା ଥାନାରେ ଅଭିଯୋଗ କରିଥିଲେ। ଏନେଇ ପରଦିନ (୨୭ ତାରିଖ) ଭାରତୀଙ୍କ ମା’ ଘର ଲୋକଙ୍କୁ ସନ୍ତୋଷ ଫୋନ କରି କହିଥିଲେ। ପରେ ଭାରତୀଙ୍କ ଭାଇ ଓ ପରିବାରବର୍ଗ ରେଙ୍ଗଲଜୁରୀ ଗାଁରେ ପହଞ୍ଚି ଖୋଜାଖୋଜି କରି ନ ପାଇବାରୁ ୨୮ ତାରିଖରେ ଥାନାରେ ଏନେଇ ଅଭିଯୋଗ କରିଥିଲେ। ଗାଁ ଲୋକେ ଓ ପରିବାର ଲୋକେ ଖୋଜାଖୋଜି କରିବା ପରେ ରେଙ୍ଗଲଜୁରୀ ଗାଁ ନିକଟରେ ଥିବା ବାଙ୍କଡି ଜଙ୍ଗଲ ଭିତରେ ଏକ ଗଛରେ ଦଉଡିରେ ଛୁଲୁଥିବା ଅବସ୍ଥାରେ ଦେଖିଥିଲେ। ପରେ ଏ ସମ୍ପର୍କରେ ଥାନାକୁ ସୂଚନା ଦେଇଥିଲେ। ପୁଲିସ ଓ ମାଜିଷ୍ଟ୍ରେଟ୍ ଦାଇତ୍ୱରେ ଥିବା ପାଟଣାଗଡ଼ ଅତିରିକ୍ତ ତହସିଲଦାର ଧିରଜ କୁମାର ପାତ୍ର ପହଞ୍ଚି ଥିଲେ। ମୃତଦେହକୁ ଉଦ୍ଧାର କରି ଶବ ବ୍ୟବଚ୍ଛେଦ ପାଇଁ ପଠାଯିବା ନେଇ ଉଦ୍ୟମ କରା ଯାଉଥିବା ଜଣାପଡିଛି।

Share Now:

Kalinga News Beuro

Next Post

ଯୁକ୍ତ ଦୁଇ ଛାତ୍ରୀଙ୍କ ଗଳା କାଟିଲା ଯୁବକ : ଅଭିଯୁକ୍ତକୁ କାବୁ କରି ପୁଲିସରେ ଜିମା ଦେଲେ ଲୋକେ

Thu Mar 2 , 2023
ରାୟଗଡ଼ା: ପରୀକ୍ଷା ଦେଇ ଘରକୁ ଫେରୁଥିବା ବେଳେ ଜଣେ ଯୁକ୍ତ ଦୁଇ ଦ୍ଵିତୀୟ ବର୍ଷର ଛାତ୍ରୀଙ୍କୁ ଆକ୍ରମଣ ହୋଇଛି। ଛୁରାମାଡ଼ର ଶିକାର ହୋଇଥିବା ଛାତ୍ରୀଙ୍କ ଅବସ୍ଥା ଗୁରୁତର ହୋଇଛି। ରାୟଗଡ଼ା ଜିଲ୍ଲା ଗୁଣୁପୁର ଅଞ୍ଚଳରେ ଆଜି ଅପରାହ୍ନରେ ଏହି ଅଭାବନୀୟ ଘଟଣା ଘଟିଛି। ତେବେ ପୀଡିତାଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।ସୂଚନା ଅନୁସାରେ ରାୟଗଡ଼ା ଜିଲ୍ଲା ଗୁମୁଡ଼ାସ୍ଥିତ ଦ୍ରୌପଦୀ ବିଦ୍ୟାପୀଠରୁ ଯୁକ୍ତ ଦୁଇ ପରୀକ୍ଷା ଦେଇ ବିଷମକଟକ ଅଞ୍ଚଳର […]
ଯୁକ୍ତ ଦୁଇ ଛାତ୍ରୀଙ୍କ ଗଳା କାଟିଲା ଯୁବକ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial