ନକ୍ସଲ ସହିଦ ସପ୍ତାହରେ ମାଓ ପ୍ରେମିକ-ପ୍ରେମିକାଙ୍କ ଆତ୍ମସମର୍ପଣ

ମାଲକାନଗିରି: ରବିବାର ଦିନ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ମାଲକାନଗିରି ସ୍ୱାଭିମାନ ଅଞ୍ଚଳରୁ (ପୂର୍ବର ବିଛିନ୍ନାଞ୍ଚଳ) ଦୁଇ ଜଣ ପ୍ରେମିକ-ପ୍ରେମିକ ମାଓବାଦୀ ଏସ୍‌ପି ଜଗମୋହନ ମିନାଙ୍କ ନିକଟରେ ଆତ୍ମ ସମର୍ପଣ କରିଛନ୍ତି।

ସେ ଦୁହେଁ ହେଉଛନ୍ତି ମାଓ ଏରିଆ କମିଟି ମେମ୍ବର ଥିବା ପ୍ରେମିକ ଓ୍ଵାଗା ଉର୍ମାମି ଓରଫ ମୁକେଶ ଏବଂ ପାର୍ଟି ମେମ୍ବର ଥିବା ପ୍ରେମିକା ମୁଡ଼େ ମାଧି ଓରଫ ମେସି ଓରଫ ରତ୍ନା।

ସମ୍ପ୍ରତି ମାଲକାନଗିରି ଜିଲ୍ଲା ସମେତ ପଡ଼ୋଶୀ ଆନ୍ଧ୍ରପ୍ରଦେଶ, ଛତିଶଗଡ଼ ଏବଂ ତେଲଙ୍ଗାନାରେ ନକ୍ସଲ୍‌ ସହିଦ ସପ୍ତାହ ଚାଲିଛି। ଆଜି ସହିଦ ସପ୍ତାହର ଦ୍ୱିତୀୟ ଦିବସରେ ଆତ୍ମସମର୍ପଣ କରିଥିବା ଦୁଇ ନକ୍ସଲ୍‌ କହିଛନ୍ତି କି, ନକ୍ସଲ୍‌ ସଙ୍ଗଠନରେ ଚାଲିଥିବା ଭେଦଭାବ ଓ ନିର୍ଯାତନା ଅସହ୍ୟ ହେବାରୁ ସେମାନେ ଆତ୍ମସମର୍ପଣ କରିବାକୁ ବାଧ୍ୟ ହେଲେ।

ଏହାଛଡ଼ା ଗୁରୁପ୍ରିୟା ସେତୁ କାର୍ଯ୍ୟକ୍ଷମ ହେବା ପରେ ସ୍ୱାଭିମାନ ଅଞ୍ଚଳକୁ ଘନଘନ ସୁରକ୍ଷା କର୍ମୀ ପ୍ରବେଶ କରୁଥିବାରୁ ସେଠାରେ ଥିବା ନକ୍ସଲ୍‌ମାନଙ୍କ ସ୍ଥିତି ଦୋଦୁଲ୍ୟମାନ ହେବାରେ ଲାଗିଛି। ଏହା ନକ୍ସଲ୍‌ମାନଙ୍କର ବଡ଼ ଚିନ୍ତାର କାରଣ ହେଲାଣି ବୋଲି ଉଭୟ କହିଛନ୍ତି।

ରବିବାର ଦିନ ସହିଦ ସପ୍ତାହର ଦ୍ୱିତୀୟ ଦିନରେ ରାଲଗେଡ଼ା ପଞ୍ଚାୟତରେ ନକ୍ସଲ୍‌ମାନେ ମେଳି କରିଛନ୍ତି। ସେଠାରେ ସ୍ଥାୟୀ କ୍ୟାମ୍ପ୍‌ ପ୍ରତିଷ୍ଠା କରିବା ସହ ଲୋକମାନଙ୍କୁ ସହିଦ ଦିବସ ପାଳନ କରିବାକୁ ସେମାନେ କହିଛନ୍ତି।

Share Now:

Kalinga News Beuro

Leave a Reply

Next Post

ପୋଲରୁ ମହାନଦୀକୁ ଖସିଲା ଟ୍ରକ୍‌, ଉଦ୍ଧାର କାର୍ଯ୍ୟ ଜାରି, ୨ ମାସ ମଧ୍ୟରେ ୨ୟ ଘଟଣା

Sun Jul 29 , 2018
ପାରାଦୀପ: ମହାନଦୀକୁ ପୁଣି ଥରେ ଏକ ଟ୍ରକ୍‌ ଖସିପଡ଼ିଛି। ଜଗତସିଂହପୁର ଜିଲ୍ଲାର କୁଜଙ୍ଗ ଅଞ୍ଚଳରେ ଥିବା ଭୁତମୁଣ୍ଡାଇ ଠାରେ ଏହି ଦୁର୍ଘଟଣା ଘଟିଛି। ଜାତୀୟ ରାଜପଥ ନମ୍ବର-୫(କ)ରେ ପାରାଦୀପ ଠାରୁ ଯାଜପୁର ଜିଲ୍ଲାର ଚଣ୍ଡିଖୋଲ ଯାଉଥିବା ଟ୍ରକ ଭାରସାମ୍ୟ ହରାଇ ଆଜି ଅପରାହ୍ନରେ ପ୍ରାୟ ୪ଟାରେ ମହାନଦୀକୁ ଖସିପଡ଼ିଥିଲା। ଟ୍ରକ୍‌ରେ ଜଣେ ଚାଳକ ଓ ଜଣେ ହେଲପର୍‌ ଥିବା ସନ୍ଦେହ କରାଯାଉଛି। ମିଳିଥିବା ସୂଚନା ଅନୁସାରେ ୧୪ ଚକିଆ ଟ୍ରକ୍‌ର […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial