ତ୍ରିପୁରା, ନାଗାଲାଣ୍ଡରେ ବିଜେପି ସରକାର : ମେଘାଳୟରେ ସ୍ଥିତି ଅସ୍ପଷ୍ଟ

ତ୍ରିପୁରା, ନାଗାଲାଣ୍ଡରେ ବିଜେପି ସରକାର

ଅଗରତାଲା : ତିନି ଉତ୍ତର-ପୂର୍ବ ରାଜ୍ୟ ତ୍ରିପୁରା, ନାଗାଲାଣ୍ଡ ଓ ମେଘାଳୟରେ ଭୋଟ ଗଣତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ଏପର୍ଯ୍ୟନ୍ତ ମିଳିଥିବା ରିପୋର୍ଟ ଅନୁସାରେ ତ୍ରିପୁରା ଓ ନାଗାଲ୍ୟାଣ୍ଡରେ ବିଜେପି ପୁଣି କ୍ଷମତାକୁ ଫେରିବ। ମାତ୍ର ମେଘାଳୟରେ ଏବେ ବି ସ୍ଥିତି ଅସ୍ପଷ୍ଟ ରହିଛି। ସର୍ବଶେଷ ରିପୋର୍ଟ ଅନୁସାରେ ତ୍ରିପୁରାରେ ସରକାର ଗଢିବା ପାଇଁ ୩୧ଟି ଆସନ ଦରକାର ଥିବାବେଳେ ବିଜେପି ୩୪ଟି ଆସନରେ ବିଜୟ ହାସଲ କରିଛି କିମ୍ବା ଆଗୁଆ ରହିଛି। ବିରୋଧୀ ବାମ ଓ କଂଗ୍ରେସ ମେଣ୍ଟ ୧୪ଟି ଆସନରେ ବିଜୟ ହାସଲ କରିଛନ୍ତି କିମ୍ବା ଆଗୁଆ ଅଛନ୍ତି। ସେହିପରି ନାଗାଲାଣ୍ଡରେ ବି ସ୍ଥିତି ବିଜେପି ସପକ୍ଷରେ ରହିଛି। ରାଜ୍ୟ ବିଧାନସଭାରେ ମୋଟ ୬୦ଟି ଆସନ ଥିବାବେଳେ ସରକାର ଗଢିବା ପାଇଁ ୩୧ଟି ଆସନ ଦରକାର। ବିଜେପି ମେଣ୍ଟ ୩୭ଟି ଆସନରେ ବିଜୟ ହାସଲ କରି ସରକାର ଗଢିବା ନିଶ୍ଚିତ କରିଛି। ରାଜ୍ୟରେ ଏନପିପି ୪ଟି ଆସନରେ ବିଜୟ ହାସଲ କରିଥିବା ବେଳେ କଂଗ୍ରେସ ଖାତା ଖୋଲିପାରି ନାହିଁ।
ଅନ୍ୟପକ୍ଷରେ ମେଘାଳୟରେ କୌଣସି ଗୋଟିଏ ଦଳକୁ ସଂଖ୍ୟା ଗରିଷ୍ଠତା ମିଳିବା ପରି ଲାଗୁନାହିଁ। ତେବେ ମୁଖ୍ୟମନ୍ତ୍ରୀ କୋନରାଡ ସାଙ୍ଗମାଙ୍କ ଦଳ ଏନପିପି ୨୭ଟି ଆସନରେ ବିଜୟ ହାସଲ କରିଛି କିମ୍ବା ଆଗୁଆ ରହିଛି। ବିଜେପି ମାତ୍ର ୨ଟି ଆସନରେ ବିଜୟ ହାସଲ କରିଛି। ରାଜ୍ୟରେ ଏବେ ଏନପିପି ବିଜେପି ମେଣ୍ଟ ସରକାର ଥିଲେ ବି ଉଭୟ ଦଳ ଅଲଗା ଅଲଗା ନିର୍ବାଚନ ଲଢୁଛନ୍ତି। ଉଭୟ ଦଳ ପୁଣି ମେଣ୍ଟ କଲେ ବି ସରକାର ଗଢିବାକୁ ସ୍ୱାଧୀନ ପ୍ରାର୍ଥୀଙ୍କ ସମର୍ଥନ ଆବଶ୍ୟକ।

Share Now:

Kalinga News Beuro

Next Post

ପ୍ରଥମ କରି ୨ଜଣ ମହିଳା ପ୍ରାର୍ଥୀଙ୍କୁ ବିଜୟୀ କରି ଇତିହାସ ସୃଷ୍ଟି କଲା ନାଗାଲାଣ୍ଡ

Thu Mar 2 , 2023
ନୂଆଦିଲ୍ଲୀ: ପ୍ରଥମ କରି ୨ଜଣ ମହିଳା ପ୍ରାର୍ଥୀଙ୍କୁ ଜିତାଇ ୨୦୨୩ ବିଧାନସଭା ନିର୍ବାଚନକୁ ନାଗାଲାଣ୍ଡ ସ୍ମରଣୀୟ କରିଛି ବୋଲି ବିଭିନ୍ନ ଜାତୀୟ ଗଣମାଧ୍ୟମ ରିପୋର୍ଟ କରିଛନ୍ତି। ୨୦୨୩ ବିଧାନସଭା ନିର୍ବାଚନ ନିମନ୍ତେ ଗ୍ରହଣ କରାଯାଇଥିବା ଭୋଟ୍‌ଗୁଡ଼ିକର ଆଜି ଗଣନା ଚାଲିଥିବା ବେଳେ ଦୁଇ ମହିଳା ପ୍ରାର୍ଥୀ ସଲ୍‌ହୌତୁଓନୁଓ କ୍ରୁସେ ଏବଂ ହେକାନି ଜାଖାଲୁ ବିଜୟୀ ହୋଇଥିବା ଜଣାପଡ଼ିଛି। ଉଭୟ ଶାସକ ‘ନ୍ୟାସ୍‌ନାଲିଷ୍ଟ୍‌ ଡେମୋକ୍ରାଟିକ୍‌ ପ୍ରୋଗ୍ରେସିଭ୍‌ ପାର୍ଟି’ (ଏନ୍‌ଡିପିପି) ତରଫରୁ ନିର୍ବାଚନରେ […]
ନିର୍ବାଚନରେ ଇତିହାସ ରଚିଲା ନାଗାଲାଣ୍ଡ୍‌

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial