ମୂର୍ତ୍ତିଚୋର ଗ୍ୟାଙ୍ଗର ୪ ସଦସ୍ୟ ଗିରଫ : ୩୧ ମୂଲ୍ୟବାନ ମୂର୍ତ୍ତି ଓ ନମ୍ବର ବିହୀନ ବାଇକ୍‌ ଜବତ

ମୂର୍ତ୍ତିଚୋର ଗ୍ୟାଙ୍ଗର ୪ ସଦସ୍ୟ ଗିରଫ

ଯାଜପୁର: ବିଭିନ୍ନ ମନ୍ଦିରରୁ ମୂଲ୍ୟବାନ ମୂର୍ତ୍ତି ଚୋରି କରୁଥିବା ଗ୍ୟାଙ୍ଗଙ୍କୁ ଯାଜପୁର ପୁଲିସ ଠାବ କରିଛି। ପୁଲିସ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ସେମାନଙ୍କ ଠାରୁ ୩୧ଟି ମୂର୍ତ୍ତି ଜବତ କରିଛି। ଅଭିଯୁକ୍ତମାନେ ହେଲେ ଅରବିନ୍ଦ କୁମାର ସିଂହ (୪୩), ବାବର ଓରଫ ଜାଭେଦ୍‌ (୪୦), ବିଜୟ ଶୁକ୍ଲା ଓରଫ ପଣ୍ଡିତ (୪୫) ଓ ଶଶୀଧର ନାଏକ (୪୯)। ଅଭିଯୁକ୍ତଙ୍କ ମଧ୍ୟରୁ ପ୍ରଥମ ୩ ଜଣଙ୍କ ଘର ଉତ୍ତର ପ୍ରଦେଶର ହୋଇଥିଲା ବେଳେ ଅନ୍ୟ ଜଣେ ବାଲେଶ୍ୱର ଜିଲ୍ଲା ନୀଳଗିରି ଅଞ୍ଚଳର ନିବାସୀ ଅ‌ଟନ୍ତି। ଅଭିଯୁକ୍ତମାନଙ୍କ ଠାରୁ ବନ୍ଧୁକ ସହ ଗୁଳି ଓ ମୋବାଇଲ ମଧ୍ୟ ଜବତ ହୋଇଛି। ଗ୍ୟାଙ୍ଗର ମାଷ୍ଟର ମାଇଣ୍ଡ ଏବେ ବି ଫେରାର ଅଛି। ପୁଲିସ କହିଛି ଅଭିଯୁକ୍ତମାନେ ଯାଜପୁର ଜିଲ୍ଲାର ବିଭିନ୍ନ ସ୍ଥାନରୁ ମୂର୍ତ୍ତି ଚୋରି କରିଥିଲେ। ମୂର୍ତ୍ତିଗୁଡ଼ିକ ବାହାରେ ବିକ୍ରି କରିବାକୁ ଯୋଜନା କରିଥିଲେ।

ଗତ ଫେବ୍ରୁଆରି ମାସ ୧୯/୨୦ ତାରିଖରେ ଜେନାପୁର ପୁଲିସ ଥାନା ଅନ୍ତର୍ଗତ କୃଷ୍ଣଚନ୍ଦ୍ରପୁର ମନ୍ଦିରରୁ ୪ଟି ମୂର୍ତ୍ତି ଚୋର ହୋଇଥିଲା। ଯାଜପୁର ଟାଉନ ଥାନା ଅନ୍ତର୍ଗତ ରଘୁନାଥ ଜିଉ ମନ୍ଦିରରୁ ଚୋରମାନେ ଫେବୃଆରୀ ୨୦ ତାରିଖ ରାତିରେ ୧୯ଟି ମୂର୍ତ୍ତି ଚୋରି କରିଥିଲେ। ସେହିଭଳି ୨୦୨୨ ନଭେମ୍ବର ୧୧/୧୨ ତାରିଖ ରାତିରେ ଧର୍ମଶାଳା ଅଞ୍ଚଳରେ ଥିବା ସିଦ୍ଧ ବଳଦେବ ଜିଉ ମନ୍ଦିରରୁ ଚୋରି ‌ହୋଇଥିଲା। ତେବେ ଜିଲ୍ଲାର ବିଭିନ୍ନ ସ୍ଥାନରୁ ମଧ୍ୟରାତ୍ରିରେ ମୂର୍ତ୍ତି ଚୋରି ହେଉଥିବା ନେଇ ଥାନାରେ ମାମଲା ରୁଜୁ ହୋଇଥିଲା। ମୂର୍ତ୍ତି ଚୋରଙ୍କୁ ଧରିବା ପାଇଁ ପୁଲିସ ସ୍ୱତନ୍ତ୍ର ଟିମ୍‌ ଗଠନ କରିଥିଲା। ଅଭିଯୁକ୍ତମାନଙ୍କୁ ଗିରଫ କରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଥିଲା। ପୁଲିସ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ସେମାନଙ୍କ ଠାରୁ ୩୧ଟି ମୂର୍ତ୍ତି ଓ ନମ୍ବରବିହୀନ ଏକ ବାଇକ୍‌ ଜବତ କରିଛି।

Share Now:

Kalinga News Beuro

Next Post

ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଖଣି ବିଭାଗର ଅତିରିକ୍ତ ନିର୍ଦ୍ଦେଶକଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

Fri Mar 3 , 2023
ଭୁବନେଶ୍ୱର: ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଖଣି ବିଭାଗର ଅତିରିକ୍ତ ନିର୍ଦ୍ଦେଶକ ନିର୍ଦ୍ଦେଶକ ଉମେଶ ଚନ୍ଦ୍ର ଜେନାଙ୍କ ଘରେ ଭିଜିଲାନ୍ସ ଚଢ଼ଉ ଚାଲିଛି। ଏହାଛଡ଼ା କେନ୍ଦୁଝରର ୭ଟି ଓ ଭୁବନେଶ୍ୱରର ୫ଟି ସ୍ଥାନରେ ଏକକାଳୀନ ଚଢ଼ାଉ କରାଯାଉଛି। ଭୁବନେଶ୍ୱରର ସ୍ୱତନ୍ତ୍ର ଭିଜିଲାନ୍ସ ବିଚାରପତିଙ୍କ ଦ୍ୱାରା ଜାରି ଆଦେଶ ବଳରେ ୧୦ଜଣ ଡିଏସପି, ୭ଇନ୍ସପେକ୍ଟର ଏବଂ ଅନ୍ୟ କର୍ମଚାରୀଙ୍କ ନେତୃତ୍ୱରେ ଓଡ଼ିଶା ଭିଜିଲାନ୍ସ ଦ୍ୱାରା ଏକକାଳୀନ ଚଢ଼ଉ କରାଯାଉଛି। ଭୁବନେଶ୍ୱରରେ ତାଙ୍କର […]
ଆୟବହିର୍ଭୂତ ସମ୍ପତ୍ତି ଠୁଳ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial