ଫେରାର ବିଜୟ ମାଲ୍ୟାଙ୍କୁ ସୁପ୍ରିମ କୋର୍ଟଙ୍କ ବଡ଼ ଝଟକା

ବିଜୟ ମାଲ୍ୟାଙ୍କୁ ସୁପ୍ରିମ କୋର୍ଟ ଦେଲେ ବଡ଼ ଝଟକା

ନୂଆଦିଲ୍ଲୀ: ୯ ହଜାର କୋଟି ଟଙ୍କାର ବ୍ୟାଙ୍କ ଋଣ ଠକେଇ କରି ଫେରାର ହୋଇଯାଇଥିବା ବିଜୟ ମାଲ୍ୟାଙ୍କୁ ସୁପ୍ରିମ କୋର୍ଟ ଏକ ବଡ଼ ଝଟକା ଦେଇଛନ୍ତି। ମୁମ୍ବାଇର ଅଦାଲତ ବିଜୟ ମାଲ୍ୟାଙ୍କ ସମ୍ପତ୍ତିକୁ ଜବତ କରିବାକୁ ନିଷ୍ପତ୍ତି ଶୁଣାଇଥିଲେ। ମାଲ୍ୟା ଏହାକୁ ନେଇ ସୁପ୍ରିମ କୋର୍ଟରେ ଚ୍ୟାଲେଞ୍ଜ କରିଥିଲେ। କିନ୍ତୁ ଏଠା‌ରୁ ବି ତାଙ୍କୁ କୌଣସି ଆଶ୍ବସ୍ତି ମିଳିଲା ନାହିଁ। କାରଣ ତାଙ୍କ ସମ୍ପତ୍ତି ଜବତ ହେବାକୁ ନେଇ ସୁନିଶ୍ଚିତ କରି ଦିଆଯାଇଛି। ମାଲ୍ୟାଙ୍କୁ ଏକାସହିତ ଦୁଇଟି ଝଟକା ଲାଗିଛି। ଗୋଟିଏ ପଟେ ଆର୍ଥିକ ଅପରାଧୀ ବୋଲି କୁହାଯାଉଥିବା ବେଳେ ଅନ୍ୟପଟେ ତାଙ୍କ ସମ୍ପତ୍ତି ଜବତ ହେବାକୁ ଯାଉଛି। ସୁପ୍ରିମକୋର୍ଟରେ ଶୁଣାଣି ସମୟରେ ମାଲ୍ୟାଙ୍କ ଓକିଲ କରିଥିଲେ କି, ‘ଏଯାବତ ମାଲ୍ୟାଙ୍କ ଠାରୁ କୌଣସି ସୂଚନା ମିଳିନାହିଁ। ସେ ନିଜେ ଅନ୍ଧାରରେ ରହିଛନ୍ତି। ଏମିତି ପରିସ୍ଥିତିରେ ମାଲ୍ୟାଙ୍କୁ ଝଟକା ମିଳିବା ସ୍ୱାଭାବିକ କଥା। କାରଣ ତାଙ୍କୁ ନେଇ ଲଢ଼ିବି କେମିତି କାରଣ ସେ ତ ନିଜେ କୌଣସି କଥାକୁ ସ୍ପଷ୍ଟ ଭାବେ କହୁ ନାହାନ୍ତି କି ଧରା ଛୁଆଁ ଦେଉ ନାହାନ୍ତି। ଏଥିପାଇଁ ମୋତେ ବି ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଛି।’ ସୂଚନାଯୋଗ୍ୟ ଯେ, ଏବେ ରୁଗଣ ହୋଇଯାଇଥିବା କିଙ୍ଗଫିସର ଏୟାରଲାଇନ୍ସ ନାଁରେ ୧୩ରୁ ଅଧିକ ବ୍ୟାଙ୍କରୁ ପ୍ରାୟ ୯ ହଜାର କୋଟି ଟଙ୍କାର ଋଣ ଆଣିଥିଲେ ମାଲ୍ୟା। କିନ୍ତୁ କମ୍ପାନି କ୍ଷତି ସହିବାରୁ ଋଣ ପରିଶୋଧ ନ କରି ସେ ଲଣ୍ଡନ ଫେରାର ହୋଇଯାଇଥିଲେ।

Share Now:

Kalinga News Beuro

Next Post

ବିଶ୍ୱର ସବୁଠାରୁ ଶକ୍ତିଶାଳୀ ଡ୍ରୋନ ପାଇଁ ଭାରତ-ଆମେରିକା ଚୁକ୍ତି ଖୁବଶୀଘ୍ର

Fri Mar 3 , 2023
ନୂଆଦିଲ୍ଲୀ : ଚୀନ ବିପଦର ମୁକାବିଲା ପାଇଁ ଭାରତ ନିଜର ଅସ୍ତ୍ରାଗାରରେ ଅତ୍ୟାଧୁନିକ ଲଢୁଆ ଡ୍ରୋନ ସାମିଲ କରିବାକୁ ଉଦ୍ୟମ କରିଚାଲିଛି। ଆମେରିକାଠାରୁ ବିଶ୍ୱର ସବୁଠାରୁ ଶକ୍ତିଶାଳୀ ଲଢୁଆ ଡ୍ରୋନ ଏମକ୍ୟୁ-୯ବି ଡ୍ରୋନ କିଣିବାକୁ ଭାରତ ସରକାର ଆସନ୍ତା କିଛି ସପ୍ତାହ ମଧ୍ୟରେ ମଞ୍ଜୁରୀ ଦେଇପାରନ୍ତି ବୋଲି ଆମେରିକୀୟ ସମ୍ବାଦପତ୍ର ଦି ୱାଲ ଷ୍ଟ୍ରିଟ୍ ଜର୍ଣ୍ଣାଲ ରିପୋର୍ଟ ପ୍ରକାଶ କରିଛି।ଏହି ରିପୋର୍ଟରେ କୁହାଯାଇଛି ଯେ ଏହି ଡ୍ରୋନ କ୍ରୟ ପାଇଁ […]
ଭାରତ ପାଇବ ବିଶ୍ବର ସବୁଠାରୁ ଶକ୍ତିଶାଳୀ ଡ୍ରୋନ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial