ଇଣ୍ଡୋନେସିଆ ତୈଳ ଡିପୋରେ ଅଗ୍ନିକାଣ୍ଡ : ୧୫ ମୃତ,୧୬ ନିଖୋଜ

ଇଣ୍ଡୋନେସିଆ ତୈଳ ଡିପୋରେ ଅଗ୍ନିକାଣ୍ଡ

ଜାକର୍ତ୍ତା: ଇଣ୍ଡୋନେସିଆର ରାଜଧାନୀ ଜାକର୍ତ୍ତାସ୍ଥିତ ଏକ ତୈଳ ଡିପୋରେ ଭୟାବହ ଅଗ୍ନିକାଣ୍ଡ ଘଟିବା ଫଳରେ ୧୫ ଜଣଙ୍କ ମୃତ୍ୟୁ ହୋଇଛି ଓ ୧୬ ଜଣ ନିଖୋଜ ଅଛନ୍ତି। ରାଷ୍ଟ୍ରାୟତ୍ତ ତୈଳ ଓ ଗ୍ୟାସ କମ୍ପାନି ପର୍ଟାମିନା ଦ୍ୱାରା ପରିଚାଳିତ ପର୍ଟାମିନାର ପ୍ଲମ୍ପାଙ୍ଗ ଇନ୍ଧନ ଭଣ୍ଡାର ଉତ୍ତର ଜାକର୍ତ୍ତାର ତାନାହମେରା ଅଞ୍ଚଳର ଏକ ଜନବହୁଳ ଅଞ୍ଚଳ ନିକଟରେ ଅବସ୍ଥିତ। ଏହା ଇଣ୍ଡୋନେସିଆର ଆବଶ୍ୟକତାର ୨୫ ପ୍ରତିଶତ ଇନ୍ଧନ ଯୋଗାଉଛି।
ଅଗ୍ନିଶମ ବାହିନୀ ପକ୍ଷରୁ କୁହାଯାଇଛି ଯେ ୨୬୦ ଅଗ୍ନିଶମ କର୍ମଚାରୀ ଓ ୫୨ଟି ଦମକଳ ବାହିନୀ ନିଆଁକୁ ଆୟତ୍ତ କରୁଛନ୍ତି। ପ୍ରାଥମିକ ଅନୁସନ୍ଧାନରୁ ଅନୁମାନ କରାଯାଉଛି ଯେ ପ୍ରବଳ ବର୍ଷାରେ ବଜ୍ରପାତ ଯୋଗୁଁ ପାଇପ୍ ଲାଇନ୍ ଭୁଶୁଡ଼ିବା କାରଣରୁ ଅଗ୍ନିକାଣ୍ଡ ଘଟିଛି ବୋଲି ପେର୍ଟାମିନାର ଜାଭା ଅଞ୍ଚଳର ମ୍ୟାନେଜର ଇକୋ କ୍ରିଷ୍ଟିଆନ୍ କହିଛନ୍ତି। ଡିପୋ ନିକଟରେ ରହୁଥିବା ଲୋକମାନେ କହିଛନ୍ତି ଯେ ସେମାନଙ୍କୁ ପେଟ୍ରୋଲର ପ୍ରବଳ ଗନ୍ଧ ଆସୁଥିଲା, ଯାହା ଫଳରେ କିଛି ଲୋକ ବାନ୍ତି ମଧ୍ୟ କରିଥିଲେ ଏବଂ ରାତି ପ୍ରାୟ ୮ଟା ପରେ ଏକ ବଡ଼ ଧରଣର ବିସ୍ଫୋରଣ ହୋଇଥିଲା।

Share Now:

Kalinga News Beuro

Next Post

ଅଷ୍ଟ୍ରେଲିଆର ବ୍ରିଜ୍‌ବେନ୍‌ସ୍ଥିତ ହିନ୍ଦୁ ମନ୍ଦିର ପ୍ରାଚୀରକୁ ବିରୂପ କଲେ ଖଲିସ୍ତାନୀ ସମର୍ଥକ

Sat Mar 4 , 2023
ବ୍ରିଜ୍‌ବେନ୍‌: ଆଜି ଅଷ୍ଟ୍ରେଲିଆର ବ୍ରିଜ୍‌ବେନ୍‌ସ୍ଥିତ ହିନ୍ଦୁ ମନ୍ଦିର ପ୍ରାଚୀରରେ ସ୍ଲୋଗାନ୍‌ ଆଦି ଲେଖି ଖଲିସ୍ତାନୀ ସମର୍ଥକମାନେ ବିରୂପ କରିଥିବା କଥା ‘ଦି ଅଷ୍ଟ୍ରେଲିଆ ଟୁ’ଡେ’ ରିପୋର୍ଟ କରିଛି। ଦୁଇ ମାସ ମଧ୍ୟରେ ଅଷ୍ଟ୍ରେଲିଆରେ ହିନ୍ଦୁ ମନ୍ଦିରକୁ ବିରୂପ କରାଯିବାରେ ଏହା ହେଉଛି ଚତୁର୍ଥ ଘଟଣା। ଆଜି ସକାଳେ ଲୋକେ ପୂଜାର୍ଚ୍ଚନା କରିବା ଲାଗି ମନ୍ଦିରକୁ ଆସିଥିବା ବେଳେ ପ୍ରାଚୀର ବିରୂପ ହୋଇଥିବା ଦେଖିଥିଲେ। ବ୍ରିଜ୍‌ବେନ୍‌ର ଦକ୍ଷିଣ ପ୍ରାନ୍ତ ଅନ୍ତର୍ଗତ ବର୍କବ୍ୟାଙ୍କ୍‌ରେ […]
ହିନ୍ଦୁ ମନ୍ଦିର ପ୍ରାଚୀରକୁ ବିରୂପ କଲେ ଖଲିସ୍ତାନୀ ସମର୍ଥକ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial