ଗ୍ୟାସ୍‌ ଦର ବୃଦ୍ଧି ପ୍ରତିବାଦରେ ମହିଳା କଂଗ୍ରେସ ପକ୍ଷରୁ ପ୍ରଧାନମନ୍ତ୍ରୀଙ୍କ କୁଶ ପୁତ୍ତଳିକା ଦାହ

ଗ୍ୟାସ୍‌ ଦର ବୃଦ୍ଧି ପ୍ରତିବାଦରେ ମହିଳା କଂଗ୍ରେସ ପକ୍ଷରୁ ପ୍ରତିବାଦ ସଭା

ଭଦ୍ରକ: କେନ୍ଦ୍ର ସରକାର ରନ୍ଧନ ଗ୍ୟାସ୍‌ର ଦର ଅହେତୁକ ଭାବରେ ବୃଦ୍ଧି କରିଥିବାରୁ ଏହାର ପ୍ରତିବାଦ କରି ସାରା ଓଡ଼ିଶାରେ କଂଗ୍ରେସ ପକ୍ଷରୁ ପ୍ରତିବାଦ କରାଯାଉଛି। ଆଜି ଭଦ୍ରକ ଜିଲ୍ଲା ମହିଳା କଂଗ୍ରେସ ପକ୍ଷରୁ ଏହାର ଜିଲ୍ଲା ସଭାନେତ୍ରୀ ସବିତା ଚାନ୍ଦଙ୍କ ନେତୃତ୍ୱରେ ପୁରୁଣା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଏକ ପ୍ରତିବାଦ ସଭା କରିଥିଲେ। ଏହି ସଭାରେ ଜିଲ୍ଲା ସଭାପତି ସୁବ୍ରତ ଦାସ, କଂଗ୍ରେସ ନେତା ନଳିନୀକାନ୍ତ ମହାନ୍ତି, ମହିଳା କଂଗ୍ରେସ ଉପ ସଭାନେତ୍ରୀ ଶର୍ମିଷ୍ଠା ପଣ୍ଡା, ସାଧାରଣ ସମ୍ପାଦିକା ତିଳୋତ୍ତମା ଜେନା, ପ୍ରଭାତ ନଳିନୀ ପଣ୍ଡା, ଜୋତ୍ସାରାଣୀ ଜେନା, ଅସରଫ ଅଲ୍ଲୀ ଖାଁ, ବିଜୟ ବାରିକ ପ୍ରମୁଖ ଯୋଗ ଦେଇ କେନ୍ଦ୍ର ସରକାରଙ୍କୁ ସମାଲୋଚନା କରିବା ସହିତ ପ୍ରଧାନମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ କରିଥିଲେ।

Share Now:

Kalinga News Beuro

Next Post

ଗଲୱାନ୍ ଘାଟି ନିକଟରେ ଆଇସ୍ ହକି ଖେଳିଲେ ଭାରତୀୟ ଯବାନ

Sat Mar 4 , 2023
ଲଦାଖ: ଦେଶକୁ ସୁରକ୍ଷା ଦେବା ସହିତ ଭାରତୀୟ ସେନାର ସୈନିକମାନେ ବିଭିନ୍ନ କ୍ରୀଡ଼ାରେ ମଧ୍ୟ ଭାଗ ନେଉଛନ୍ତି। ସୋସିଆଲ ମିଡିଆରେ ସେନାର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ସେମାନେ କ୍ରିକେଟ୍ ଏବଂ ଆଇସ୍ ହକି ମ୍ୟାଚ୍ ଖେଳୁଥିବାର ଦେଖାଯାଉଛି। ଗତକାଲି ସେନାର ଯବାନମାନେ କ୍ରିକେଟ ଖେଳୁଥିବାର ଦେଖାଯାଇଥିଲା। ଆଉ ଆଜି ଯବାନମାନେ ହକି ଖେଳୁଥିବାର ନଜର ଆସିଛନ୍ତି। ଭାଇରାଲ୍ ଭିଡିଓରେ ଗଲୱାନ୍ ଘାଟି ନିକଟରେ ନିୟୋଜିତ ଭାରତୀୟ […]
ଗଲୱାନ୍ ଘାଟିରେ ଆଇସ୍ ହକି ଖେଳିଲେ ଭାରତୀୟ ଯବାନ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial