ବାରାଣାସୀର ଅଦ୍ଭୁତ ‘ଶ୍ମଶାନ ହୋଲି’

ବାରାଣାସୀର ଅଦ୍ଭୁତ ‘ଶ୍ମଶାନ ହୋଲି’

ବାରାଣାସୀ : ମହାଦେବଙ୍କ ନଗରୀ ବାରାଣାସୀ ବା କାଶୀକୁ ସମଗ୍ର ସନାତନ ଧର୍ମର ସାଂସ୍କୃତିକ ରାଜଧାନୀ ବୋଲି କୁହାଯାଏ। କାଶୀରେ ରଙ୍ଗର ପର୍ବ ହୋଲି ଏକ ସ୍ୱତନ୍ତ୍ର ପ୍ରକାରେ ଖେଳାଯାଏ। ହୋଲି ପୂର୍ବରୁ ଆସୁଥିବା ଏକାଦଶୀରେ କାଶୀରେ ଖେଳାଯାଏ ଶ୍ମଶାନ ହୋଲି। ସମଗ୍ର ଭାରତରେ ଏପରି ହୋଲି କେଉଁଠାରେ ଦେଖାଯାଏ ନାହିଁ। କାରଣ ମହାଦେବଙ୍କ ଏହି ସହରରେ ଭକ୍ତମାନେ କେବଳ ରଙ୍ଗ ଓ ଫଗୁ ନୁହେଁ ବରଂ ଚିତାଭସ୍ମ ସହିତ ହୋଲି ଖେଳନ୍ତି। ଗତ ଶୁକ୍ରବାରଦିନ କାଶୀର ହରିଶ୍ଚନ୍ଦ୍ର ଘାଟରେ ଏଭଳି ଏକ ଚମତ୍କାର ଦୃଶ୍ୟ ଦେଖିବାକୁ ମିଳିଥିଲା।
ବନାରସର ହରିଶ୍ଚନ୍ଦ୍ର ଘାଟରେ ଆୟୋଜିତ ଏହି ଶ୍ମଶାନ ହୋଲିରେ ଦେଶର ବିଭିନ୍ନ ସ୍ଥାନରୁ ଅଘୋରୀମାନେ ଯୋଗଦେଇଥିଲେ। ଶ୍ମଶାନରେ ରହୁଥିବା ଅଘୋରୀମାନେ ଶ୍ମଶାନରେ ଜଳୁଥିବା ଚିତା ମଧ୍ୟରେ ହୋଲି ଖେଳିଥିଲେ। ସେମାନେ ନିଜ ଗଳାରେ ସାଂକେତିକଭାବେ ମାନବ ଖପୁରିର ମାଳା ପିନ୍ଧିଥିଲେ। ଏହି ସମୟରେ କିନ୍ନର, ଦେଶୀ ଓ ବିଦେଶୀ ପର୍ଯ୍ୟଟକମାନେ ମଧ୍ୟ ଏହି ଆଶ୍ଚର୍ଯ୍ୟଜନକ ହୋଲିକୁ ଦେଖିଥିଲେ। ଏହି ହୋଲିର ଆୟୋଜକ ପୱନ ଚୌଧୁରୀ କହିଛନ୍ତି ଯେ ହୋଲିରେ ୮ କୁଇଣ୍ଟାଲରୁ ଅଧିକ ଭସ୍ମ, ୫୦ କିଲୋଗ୍ରାମ ଗୋଲାପ ଫୁଲ ଏବଂ ରଙ୍ଗରେ ଖେଳାଯାଇଥିଲା। ଶ୍ମଶାନରେ ଖେଳାଯାଉଥିବା ଏହି ହୋଲି ପୂର୍ବରୁ ଭଗବାନ ଶିବଙ୍କ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା, ଯେଉଁଥିରେ ଶିବଙ୍କ ୧୧ଟି ରୂପର ଶୋଭାଯାତ୍ରା ଲୋକଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ଥିଲା।

Share Now:

Kalinga News Beuro

Next Post

ଗରିବ ଲୋକଙ୍କ ସ୍ୱାସ୍ଥ୍ୟକାର୍ଡ ଅଳିଆଗଦାରେ : ସରକାରଙ୍କ ପାଖରେ ନାହିଁ ତଥ୍ୟ

Sat Mar 4 , 2023
ପାରଳାଖେମୁଣ୍ଡି : ଅଳିଆଗଦାରେ ପଡିଛି ଶହ ଶହ ସ୍ୱାସ୍ଥ୍ୟକାର୍ଡ। ଗରିବ ଲୋକଙ୍କ ପାଇଁ ସ୍ୱାସ୍ଥ୍ୟକାର୍ଡ ଆସୁଛି, କିନ୍ତୁ ପଡୁଛି ଅଳିଆଗଦାରେ। ଏଠି ସଠିକ ବିନିଯୋଗ ହୋଇପାରୁ ନାହିଁ କାର୍ଡ। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡିଠାରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ। ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ଶହ ଶହ ସ୍ୱାସ୍ଥ୍ୟ କାର୍ଡ ପଡ଼ିଥିବା ସ୍ଥାନୀୟ ଲୋକେ ଦେଖିଥିଲେ। […]
ଅଳିଆଗଦାରେ ଶହ ଶହ ସ୍ୱାସ୍ଥ୍ୟକାର୍ଡ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial