ଦୋଳ ପୂର୍ଣ୍ଣିମାରେ ଉତ୍ସବମୁଖର କଟକନଗର : ପାରମ୍ପରିକ ବାଦ୍ୟରେ କମ୍ପୁଛି ମହାନଗର

ଦୋଳ ପୂର୍ଣ୍ଣିମାରେ ଉତ୍ସବମୁଖର କଟକ

କଟକ: ଦୋଳ ପୂର୍ଣ୍ଣିମା ଓ ହୋଲି ପାଇଁ ଉତ୍ସବମୁଖର ହୋଇଉଠିଛି କଟକ ମହାନଗର। ଆଜି ପବିତ୍ର ଦୋଳପୂର୍ଣ୍ଣିମା ପାଇଁ ସବୁଠି ଆନନ୍ଦ ଉଲ୍ଲାସର ପରିବେଶ ଦେଖିବାକୁ ମିଳିଛି। ଝୁଲଣ ମଣ୍ଡପରେ ଦୋଳିରେ ଝୁଲିବା ପରେ ସୁସଜ୍ଜିତ ବିମାନରେ ବିଜେ କରିଥାନ୍ତି ରାଧାକୃଷ୍ଣଙ୍କ ଯୁଗଳ ମୂର୍ତ୍ତି। ଦୋଳପୂର୍ଣ୍ଣିମାରେ କଟକ ୭୨ ସଂକୀର୍ତନ ମଣ୍ଡଳୀ ପକ୍ଷରୁ ୬୦ରୁ ଅଧିକ ଦୋଳ ବିମାନ ସଜେଇ ହୋଇ ଦୋଳମୁଣ୍ଡାଇ ରଥ ପଡ଼ିଆରୁ ବାହାରି ସହର ପରିକ୍ରମା କରି ବାସ୍ତରୀ ମଠରେ ପହଞ୍ଚିଛି।
ପାରମ୍ପରିକ ବାଦ୍ୟରେ କମ୍ପିଉଠିଛି କଟକ ମହାନଗର। ଘଣ୍ଟ ଘଣ୍ଟା, ଖୋଳ କରତାଳରେ ପୁରା କଟକ ସହର ପ୍ରକମ୍ପିତ ହୋଇଛି। ସବୁ ସାହିର ବିଭାନ ଏକାଠି ହୋଇ ବାହାରିଥିଲେ ମେଳଣ ପଡ଼ିଆକୁ। ନାଚ ଗୀତର ତାଳେ ତାଳେ ଶ୍ରୀଜୀଉମାନଙ୍କୁ ଝୁଲାଇ ପୁରା ମହାନଗର ପରିକ୍ରମା କରାଯାଇଛି। ଜିଲ୍ଲା ପ୍ରଶାସନ, ପୁଲିସ ପ୍ରଶାସନର ସହଯୋଗରେ ଶାନ୍ତିଶୃଙ୍ଖଳାର ସହ ଦୋଳ ମେଲଣ ଆୟୋଜିତ ହୋଇଛି। ଏହି ମେଲଣରେ ପୁଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ, କଟକ ଡିସିପି ପିନାକ ମିଶ୍ର, ବାରବାଟୀ କଟକ ବିଧାୟକ ଇଂ ମହମ୍ମଦ ମୋକିମ ପ୍ରମୁଖ ଯୋଗ ଦେଇଥିଲେ। ଶାନ୍ତିଶୃଙ୍ଖଳାର ସହ ହରବାଲ ରଙ୍ଗ ଖେଳିବାକୁ ପୁଲିସ କମିସନର ସୌମେନ୍ଦ୍ର ପ୍ରିୟଦର୍ଶୀ ପରାମର୍ଶ ଦେଇଛନ୍ତି। ସୁରକ୍ଷାକୁ ଦୃଷ୍ଟିରେ ରଖି ଟୁଇନ ସିଟିରେ ୫୦ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ କରାଯିବ ବୋଲି ସେ ସୂଚନା ଦେଇଛନ୍ତି। ଏଣେ ଜନସାଧାରଣଙ୍କୁ ସତର୍କତାର ସହ ରଙ୍ଗ ଖେଳିବାକୁ ଅନୁରୋଧ କରିଛନ୍ତି ପୁଲିସ କମିସନର।

Share Now:

Kalinga News Beuro

Next Post

ହନୁମାନଙ୍କ ଫଟୋଚିତ୍ର ଆଗରେ ଅର୍ଦ୍ଧନଗ୍ନ ପୋଷାକ ପିନ୍ଧି ରା଼ମ୍ପ ଚାଲିଲେ ମହିଳା ବଡିବିଲ୍ଡର

Tue Mar 7 , 2023
ଭୋପାଳ: ମଧ୍ୟପ୍ର‌ଦେଶରର ରତ୍‌ଲମଠାରେ ଆୟୋଜିତ ହୋଇଥିବା ଏକ ବଡିବିଲ୍‌ଡିଂ ପ୍ରତିଯୋଗିତାକୁ ନେଇ ଏବେ ବିବାଦ ସୃଷ୍ଟି ହୋଇଛି। ଏହି ପ୍ରତିଯୋଗିତାରେ ପ୍ରଭୁ ହନୁମାନଙ୍କ ଫଟୋଚିତ୍ର ସମ୍ମୁଖରେ ମହିଳା ବଡିବିଲ୍‌ଡର୍‌ମାନେ ଅର୍ଦ୍ଧନଗ୍ନ ପୋଷାକ ପରିଧାନ କରି ଚାଲିଥିବା ବେଳେ ଏହାକୁ ନେଇ ‌କ୍ଷୋଭ ପ୍ରକାଶ କରିଛନ୍ତି ସ୍ଥାନୀୟ କଂଗ୍ରେସର କିଛି ନେତା। ମାର୍ଚ୍ଚ ୩ ଓ ୪ ତାରିଖରେ ରାଜ୍ୟର ୧୩ତମ ମିଷ୍ଟର୍‌ ଜୁନିୟର୍‌ ବଡିବିଲ୍ଡିଂ ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ଏହି […]
ହନୁମାନଙ୍କ ଫଟୋଚିତ୍ର ଆଗରେ ନଗ୍ନ ପୋଷାକ ପିନ୍ଧିଲେ ମହିଳା

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial