କଟକ ବାଲିଯାତ୍ରା ସହ ଆଧ୍ୟାତ୍ମିକତାକୁ ଯୋଡ଼ିବାକୁ ପଡ଼ିବ : ଅଗସ୍ ଇନ୍ଦ୍ର ଉଦୟନ

ଅଗସ୍ ଇନ୍ଦ୍ର ଉଦୟନ

ଭୁବନେଶ୍ୱର : ଓଡ଼ିଶା ସହ ଇଣ୍ଡୋନେସିଆର ସଂପର୍କ କେବଳ ବାଣିଜ୍ୟ-ବ୍ୟବସାୟରେ ସୀମିତ ନୁହେଁ। ଦୃଢ଼ ସାଂସ୍କୃତିକ ଓ ଆଧ୍ୟାତ୍ମିକସୂତ୍ରରେ ଦୁଇ ଦେଶ ବନ୍ଧା। ବିଶେଷ କରି ଇଣ୍ଡୋନେସିଆର ବାଲିଦ୍ୱୀପରେ ପ୍ରତି ଗାଁରେ ଜଗନ୍ନାଥ ପୂଜା ପାଉଛନ୍ତି ଏବଂ ଓଡ଼ିଶୀ ନୃତ୍ୟ ଓ ବାଲିର ପାରମ୍ପରିକ ନୃତ୍ୟ ମଧ୍ୟରେ ରହିଛି ବହୁ ସାମଞ୍ଜସ୍ୟ। କଟକରେ ଅନୁଷ୍ଠିତ ହେଉଥିବା ବିଶ୍ୱପ୍ରସିଦ୍ଧ ବାଲିଯାତ୍ରା ସମୟ କ୍ରମେ ଏକ ବାଣିଜ୍ୟିକ ମେଳା ପାଲଟି ଯାଇଛି। ଏଥିରେ ଓଡ଼ିଶା ଓ ବାଲିଦ୍ୱୀପ ମଧ୍ୟରେ ଥିବା ପ୍ରାଚୀନ ଆଧ୍ୟାତ୍ମିକ ଓ ସାଂସ୍କୃତିକ ମହତ୍ତ୍ୱକୁ ଯୋଡ଼ି ଉଜାଗର କରିବାକୁ ପଡ଼ିବ ବୋଲି କହିଛନ୍ତି ‘ଇଣ୍ଡୋନେସିଆର ଗାନ୍ଧୀ’ ଭାବେ ପରିଚିତ ବିଶିଷ୍ଟ ସମାଜସେବୀ ତଥା ଗାନ୍ଧୀବାଦୀ ଅଗସ୍ ଇନ୍ଦ୍ର ଉଦୟନ।
ଓଡ଼ିଶା ଗସ୍ତରେ ଆସିଥିବା ଶ୍ରୀ ଉଦୟନ ସୋମବାର ବିଭିନ୍ନ ଅନୁଷ୍ଠାନର ବରିଷ୍ଠ କର୍ମକର୍ତ୍ତାଙ୍କ ସହ ଭାବବିନିମୟ କରି କହିଥିଲେ ଭାରତର ପବିତ୍ର ନଦୀମାନଙ୍କ ମଧ୍ୟରୁ ମହାନଦୀର ମଧ୍ୟ ମହାନ ଐତିହ୍ୟ ରହିଛି। କଟକରେ ଅନୁଷ୍ଠିତ ବାଲିଯାତ୍ରା ସମୟରେ ମହାନଦୀକୁ ମହିମାନ୍ଵିତ କରିବା ଲାଗି ‘ମହାନଦୀ ଆଳତି’ କାର୍ଯ୍ୟକ୍ରମର ଯୋଜନା ସେ କରୁଛନ୍ତି ବୋଲି କହିଛନ୍ତି। ଏଥିଲାଗି ଇଣ୍ଡୋନେସିଆରୁ ସ୍ୱତନ୍ତ୍ର ପୂଜକ ଆସିବେ ଓ ସେଠାକାର ପାରମ୍ପରିକ ଶୈଳୀରେ ଆଳତି କରାଯିବା ଲାଗି ବ୍ୟବସ୍ଥା ହେଉଛି। ଏଥିନିମନ୍ତେ ଆସନ୍ତା ଏପ୍ରିଲ ମାସରେ ଓଡ଼ିଶାର ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଆଲୋଚନା କରିବେ ବୋଲି ଶ୍ରୀ ଉଦୟନ ପ୍ରକାଶ କରିଛନ୍ତି।

Share Now:

Kalinga News Beuro

Next Post

ହୋଲି ଖେଳିଲାବେଳେ ଉପରୁ ତୋପ ପଡି ୩ ମୃତ

Wed Mar 8 , 2023
ଗୟା: ବିହାରର ଗୟା ଜିଲ୍ଲାରେ ଏକ ସାମରିକ ଅଭ୍ୟାସ ବେଳେ ତୋପ ମାଡ଼ରେ ଘଟଣାସ୍ଥଳରେ ୩ ଜଣ ଗ୍ରାମବାସୀଙ୍କ ମୃତ୍ୟୁ ଘଟିଛି। ଏଥିରେ ୩ ଜଣ ଆହତ ହୋଇଥିବା ଜଣାପଡ଼ିଛି। ଦୁର୍ଘଟଣା ସମୟରେ ଗାଁର ସମସ୍ତେ ହୋଲି ଖେଳୁଥିଲେ। ଆହତମାନେ ସ୍ଥାନୀୟ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ଖବର ପାଇ ସିଟି ଏସପିଙ୍କ ନେତୃତ୍ୱରେ ଏକ ଟିମ୍ ଘଟଣାସ୍ଥଳକୁ ପଠାଯାଇଛି। ଫାୟାରିଂ ରେଞ୍ଜ ବାହାରେ କେମିତି ତୋପ ସେଲ ଖସିଲା ସେ […]
ପଡ଼ିଲା ତୋପ ଗୋଳା

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial