ଭେଣ୍ଡିଂ ଜୋନ୍‌ରେ ନିଆଁ ଲାଗି ୫ଟି ଦୋକାନ ଭସ୍ମୀଭୂତ

ଭେଣ୍ଡିଂ ଜୋନ୍‌ରେ ନିଆଁ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରର ଏକ ଭେଣ୍ଡିଂ ଜୋନ୍‌ରେ ଆଜି ଅପରାହ୍ନରେ ନିଆଁ ଲାଗିଛି। ଏହି ଅଗ୍ନିକାଣ୍ଡରେ ୫ଟି ଦୋକାନ ଭସ୍ମୀଭୂତ ହୋଇଯାଇଛି। ନିଆଁ ଲାଗିବା କାରଣରୁ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡ଼ି ନଷ୍ଟ ହୋଇଯାଇଥିବା ଅନୁମାନ କରାଯାଉଛି। ସୂଚନା ଅନୁସାରେ ଆଜି ଅପରାହ୍ନ ପ୍ରାୟ ୩ଟା ବେଳକୁ ଚନ୍ଦ୍ରଶେଖରପୁରସ୍ଥିତ ଭାରତ ପେଟ୍ରୋଲ ପମ୍ପ ଠାରୁ ଅଳ୍ପଦୂରରେ ପଛପଟରେ ଥିବା ଏକ ଭେଣ୍ଡିଂ ଜୋନ୍‌ରେ ନିଆଁ ଲାଗିଥିଲା। ନିଆଁ ଲାଗିବା ଫଳରେ ୫ଟି ଦୋକାନ ସଂପୂର୍ଣ୍ଣ ଭାବେ ଜଳି ପୋଡ଼ିଯାଇଥିଲା। ଦୋକାନରେ କ’ଣ ସବୁ ଜିନିଷ ଥିଲା, ଯଦିଓ ତାହା ଜଣାପଡ଼ି ନାହିଁ। ତଥାପି ଲକ୍ଷାଧିକ ଟଙ୍କାର ସାମଗ୍ରୀ ପୋଡ଼ିଯାଇଥିବା ପୂର୍ବାନୁମାନ କରାଯାଉଛି। ଅପରାହ୍ନ ସମୟ ଏବଂ ହୋଲି ଦିନ ହୋଇଥିବାରୁ ଅଗ୍ନିକାଣ୍ଡ ସମୟରେ ରାସ୍ତାଘାଟରେ ଜନଶୂନ୍ୟ ଥିଲା। ଫଳରେ କମ୍‌ ସମୟ ମଧ୍ୟରେ ନିଆଁ ଲାଗି ଦୋକାନଗୁଡ଼ିକ ପୋଡ଼ିଯାଇଥିଲା।
ସୂଚନା ପାଇ ଦମକଳ ବାହିନୀ ଘଟଣାସ୍ଥଳକୁ ପହଞ୍ଚି ଥିଲେ। ବହୁ ଉଦ୍ୟମ ପରେ ନିଆଁ ଆୟତ୍ତକୁ ଆସିଥିଲା। ତେବେ ନିଆଁ ଲାଗିବାର ପ୍ରକୃତ କାରଣ ଜଣାପଡ଼ି ନାହିଁ। ଏହା ଦୋକାନ ନିକଟରେ ଥିବା ଅଳିଆଗଦାରୁ ଲାଗିଥିବ ବୋଲି ଅନୁମାନ କରାଯାଉଛି। ହୋଲି ଦିନ ହୋଇଥିବାରୁ ଦୋକାନ ପାଖରେ ବସି କେହି ସିଗାରେଟରେ ନିଆଁ ଲାଗିଥିବା ଅବସ୍ଥାରେ ଅଳିଆ ଗଦାରେ ଫିଙ୍ଗି ଦେଇଥାଇପାରେ ଏବଂ ପରେ ଏଥିରୁ ନିଆ ଉଗ୍ର ରୂପ ନେଇଥାଇପାରେ ବୋଲି ଅନୁମାନ କରାଯାଉଛି।

Share Now:

Kalinga News Beuro

Next Post

ହୋଲିରେ ଠାକୁରଙ୍କ ଶୋଭାଯାତ୍ରା ସମୟରେ ଅଣ୍ଡାମାଡ : ଉତ୍ତେଜନା ଓ ରାସ୍ତାରୋକ

Wed Mar 8 , 2023
ଆରଉଦୟଗିରି: ଗଜପତି ଜିଲ୍ଲା ନୂଆଗଡ଼ ବ୍ଲକ ବଡପଦା ଠାରେ ଆଜି ଆଇନ ଶୃଙ୍ଖଳା ପରିସ୍ଥିତି ହୋଇଛି। ଆଜି ପବିତ୍ର ହୋଲି ଉତ୍ସବରେ ପୂର୍ବାହ୍ନ ୧୧ଟା ବେଳେ ରାଧା ମନ୍ଦିରରୁ ବାହାରି ଠାକୁରଙ୍କ ବିମାନ ଓଡ଼ିଆସାହି ପରିକ୍ରମା କରୁଥିବା ସମୟରେ ଅଣ୍ଡାମାଡ଼କୁ ନେଇ ବଡ଼ପଦାରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଛି। ଏହାପରେ ତୁରନ୍ତ ଓଡ଼ିଆସାହି ବାସିନ୍ଦା ନ୍ୟାୟ ପାଇଁ ରାସ୍ତା ଉପରେ ବସି ରାସ୍ତା ରୋକ କରିଥିଲେ। ପରିସ୍ଥିତି ନିୟନ୍ତ୍ରଣ ପାଇଁ […]
ଠାକୁରଙ୍କ ଶୋଭାଯାତ୍ରା ସମୟରେ ଅଣ୍ଡାମାଡ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial