ସତୀଶ କୌଶିକଙ୍କ ପରଲୋକ ପରେ ପ୍ରତିକ୍ରିୟା ରଖିଲେ ପ୍ରଧାନମନ୍ତ୍ରୀ

ସତୀଶ କୌଶିକଙ୍କ ପରଲୋକ

ମୁମ୍ବାଇ: ବଲିଉଡ ଅଭିନେତା ତଥା ନିର୍ଦ୍ଦେଶକ ସତୀଶ କୌଶିକଙ୍କର ଗୁରୁବାର ସକାଳେ ପରଲୋକ ଘଟିଥିଲା। ବରିଷ୍ଠ ଅଭିନେତା ଅନୁପମ ଖେର ଟ୍ୱିଟ କରି ଏହି ସୂଚନା ଦେଇଥିଲେ। ମୃତ୍ୟୁ ବେଳଙ୍କୁ ତାଙ୍କୁ ୬୭ ବର୍ଷ ହୋଇଥିଲା। ହୃଦ୍‌ଘାତରେ ତାଙ୍କର ପରଲୋକ ହୋଇଥିବା କୁହାଯାଉଛି। ସେ ଏକାଧାରରେ ଜଣେ ଲୋକପ୍ରିୟ ଅଭିନେତା, ନିର୍ଦ୍ଦେଶକ ଓ ପ୍ରଯୋଜକ ଥିଲେ। ବହୁ ଚଳଚ୍ଚିତ୍ର ଲାଗି ସେ ଚିତ୍ରନାଟ୍ୟ ମଧ୍ୟ ରଚନା କରିଥିଲେ। ତାଙ୍କର ମୃତ୍ୟୁ ଖବର ଶୁଣି ଏବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ‌ମୋଦୀ ଟ୍ୱିଟ କରି ଶୋକ ପ୍ରକାଶ କରିଛନ୍ତି।
ଟ୍ୱିଟ କରି ପ୍ରଧାନମନ୍ତ୍ରୀ ଲେଖିଛନ୍ତି ଯେ “ପ୍ରସିଦ୍ଧ ଚଳଚ୍ଚିତ୍ର ବ୍ୟକ୍ତିତ୍ୱ ଶ୍ରୀ ସତୀଶ କୌଶିକ ଜୀଙ୍କର ଅକାଳ ବିୟୋଗ ଖବର ପାଇ ମୁଁ ଦୁଃଖିତ। ସେ ଜଣେ ସୃଜନଶୀଳ ପ୍ରତିଭା ଥିଲେ ଯିଏ ତାଙ୍କର ଚମତ୍କାର ଅଭିନୟ ଏବଂ ନିର୍ଦ୍ଦେଶନା ଯୋଗୁଁ ହୃଦୟ ଜିତିଥିଲେ। ତାଙ୍କର କାମ ଦର୍ଶକଙ୍କ ମନୋରଞ୍ଜନ ଜାରି ରଖିବ। ତାଙ୍କ ପରିବାର ଏବଂ ପ୍ରଶଂସକଙ୍କୁ ସମବେଦନା। ଓମ୍ ଶାନ୍ତି। ” “ଜାନେ ଭି ଦୋ ୟାରୋ” ଏବଂ “ମିଷ୍ଟର ଇଣ୍ଡିଆ” ଭଳି ଚଳଚ୍ଚିତ୍ରରେ ଅଭିନୟ ପାଇଁ ଜଣାଶୁଣା ସତୀଶ କୌଶିକ ଦିଲ୍ଲୀର ଜଣେ ବନ୍ଧୁଙ୍କ ଘରେ ଥିଲେ। ହୋଲି ଖେଳିବା ପରେ ସେ ସେଠାରେ ରହିଥିଲେ। ବୁଧବାର ବିଳମ୍ବିତ ରାତିରେ ହଠାତ ସେ ଅଣ ନିଶ୍ୱାସୀ ହୋଇପଡ଼ିବାରୁ ତାଙ୍କୁ ଡାକ୍ତରଖାନା ନିଆଯାଇଥିଲା, ଯେଉଁଠି ତାଙ୍କର ମୃତ୍ୟୁ ହୋଇଥିଲା।

Share Now:

Kalinga News Beuro

Next Post

୪ ବାଘଛୁଆଙ୍କୁ ଫେରାଇବା ପାଇଁ ମା ବାଘୁଣୀକୁ ଖୋଜୁଛନ୍ତି ୩୦୦ ଲୋକ

Thu Mar 9 , 2023
ହାଇଦ୍ରାବାଦ : ଉଦ୍ଧାର କରିଥିବା ୪ଟି ବାଘଛୁଆଙ୍କୁ ଫେରାଇବା ଲାଗି ଆନ୍ଧ୍ରପ୍ରଦେଶର ନନ୍ଦିୟାଲ୍‌-କୁର୍ଣ୍ଣୂଲ୍‌ ଅଞ୍ଚଳରେ ବନ କର୍ମଚାରୀମାନେ ଗତ ୭୨ ଘଣ୍ଟା ହେବ ମା ବାଘୁଣୀକୁ ଖୋଜୁଛନ୍ତି। ଶସ୍ୟକ୍ଷେତ୍ରକୁ ଚାଲି ଆସି ବାଟ ଭୁଲିଯାଇଥିବା ବାଘଛୁଆମାନଙ୍କୁ ପ୍ରଥମେ ଗ୍ରାମବାସୀମାନେ ପାଇଥିଲେ। ବୁଲା କୁକୁରଙ୍କ କବଳରୁ ରକ୍ଷା କରିବା ପାଇଁ ସେମାନେ ବାଘଛୁଆମାନଙ୍କୁ ଗୋଟାଏ ଅସ୍ଥାୟୀ ଆଶ୍ରୟସ୍ଥଳକୁ ନେଇଯାଇଥିଲେ। ବନ ବିଭାଗକୁ ସମ୍ବାଦ ମିଳିବା ପରେ ସେମାନେ ଛୁଆ ୪ଟାଙ୍କୁ ଗୋଟାଏ […]
୪ ବାଘଛୁଆଙ୍କୁ ଫେରାଇବା

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial