ମିଥ୍ୟା ସତ୍ୟପାଠ ଦେଇ ଜମି ହାତେଇଥିଲେ ହେବ କ୍ରିମିନାଲ କେସ୍‌

ଭୁବନେଶ୍ୱର : ଇଚ୍ଛାଧୀନ କୋଟାରେ ମିଥ୍ୟା ସତ୍ୟପାଠ ଦେଇ ବିଡିଏରେ ଏକାଧିକ ଜମି ହାତେଇ ଥିବା ଲୋକଙ୍କ ନାଁରେ ହେବ ଅପରାଧୀକ ମାମଲା। ପ୍ଲଟ ଆବଣ୍ଟନରେ ହୋଇଥିବା ଅନିୟମିତତାର ତଦନ୍ତ ପରେ, ତାରା ଦତ୍ତ ଟାସ୍କ ଫୋର୍ସ କମିଟି ଦେଇଥିବା ସୁପାରିଶର କାର୍ଯ୍ୟନ୍ୱୟନ ନେଇ ସଚିବାଳୟରରେ ସମୀକ୍ଷା ପରେ ଆଜି ଏହି ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ।

ସେ କହିଛନ୍ତି-“ଦରଖାସ୍ତ ବେଳେ ଯେଉଁ ହିତାଧିକାରୀ ତଥ୍ୟ ଲୁଚାଇଥିଲେ ସେମାନଙ୍କ ବିରୋଧରେ କ୍ରିମିନାଲ୍ ପ୍ରୋସିଡିଂ ଆରମ୍ଭ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ତେବେ ଏହି କାର୍ଯ୍ୟାନୁଷ୍ଠାନ ବେଳେ ଯେପରି ପ୍ରକୃତ ହିତାଧିକାରୀ ଅଯଥା ହଇରାଣ ନହୁଅନ୍ତି ସେଥିପ୍ରତି ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି।”

ବିଡିଏରେ ଇଚ୍ଛାଧୀନ କୋଟାରେ ପ୍ରାୟ ୭୯୦ଟି ପ୍ଲଟ ଆବଣ୍ଟନ କରାଯାଇଥିଲା। ସେଥିମଧ୍ୟରୁ ପ୍ରାଥମିକ ଭାବେ ସନ୍ଦେହାତ୍ମକ ମନେ କରାଯାଇଥିବା ୩୩୨ଟି ଫାଇଲ୍ ଭିଜିଲାନ୍ସ ନେଇଥିଲା। ବର୍ତ୍ତମାନ ସୁଦ୍ଧା ସେଥିରୁ ୪୮ଟିର ଅନୁସନ୍ଧାନ ସରିଛି।

Share Now:

Kalinga News Beuro

Leave a Reply

Next Post

କ୍ଲାସ ରୁମ୍‌କୁ ନିଷେଧ

Wed Dec 20 , 2017
ଭୁବନେଶ୍ୱର : କ୍ୟାମ୍ପସରେ ସମ୍ପୂର୍ଣ୍ଣ ଭାବେ ମୋବାଇଲ୍ ଫୋନ୍ ବ୍ୟାନ ଯୋଜନାକୁ ବଦଳାଇବ ଉଚ୍ଚଶିକ୍ଷା ବିଭାଗ। ଏଣିକି କ୍ୟାମ୍ପସ୍ ନୁହେଁ କେବଳ କ୍ଲାସ ରୁମରେ ମୋବାଇଲ ବ୍ୟବହାର ଉପରେ ଲାଗିବ କଟକଣା। ଏହି ନିୟମ ଅଧ୍ୟାପକ, ଅଧ୍ୟାପିକା ଓ ଛାତ୍ରଛାତ୍ରୀଙ୍କ କ୍ଷେତ୍ରରେ ଲାଗୁ ହେବ। ପୂର୍ବରୁ କ୍ୟାମ୍ପସରେ ଛାତ୍ରଛାତ୍ରୀଙ୍କ ମୋବାଇଲ୍ କଟକଣା ନେଇ ବିଭାଗ ଯୋଜନା କରିଥିଲା। କ୍ୟାମ୍ପସରେ ମୋବାଇଲ୍ ବ୍ୟବହାର ଶୈକ୍ଷିକ ବାତାବରଣରେ ବାଧା ସୃଷ୍ଟି କରୁଥିବା ଦର୍ଶାଇ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial