ପୁରୀ ଅଗ୍ନିକାଣ୍ଡ ଘଟଣା: ନିଆଁ ଅଣାୟତ୍ତ,ପହଞ୍ଚିଲେ ନ୍ୟାସନାଲ୍‌ ଫାୟର ସର୍ଭିସ୍ କଲେଜର ସ୍ୱତନ୍ତ୍ର ଟିମ୍‌

ପୁରୀ ଅଗ୍ନିକାଣ୍ଡ ଘଟଣା

ପୁରୀ: ଟାଉନ୍‌ ଥାନା ଅନ୍ତର୍ଗତ ଲକ୍ଷ୍ମୀବଜାରରେ ଗତକାଲି ରାତି ସାଢ଼େ ୮ଟାରୁ ସମ୍ରାଟ ମାର୍କେଟ କମ୍ପ୍ଲେକ୍ସରେ ଲାଗିଥିବା ନିଆଁ ୨୦ ଘଣ୍ଟା ପରେ ମଧ୍ୟ ଅଣାୟତ୍ତ ରହିଛି। ଅଗ୍ନିଶମ ବାହିନୀ ନିଆଁ ଲିଭାଇବା ପାଇଁ ଜୋରଦାର ଉଦ୍ୟମ କରିଥିଲେ ମଧ୍ୟ ସଂପୂର୍ଣ୍ଣ ରୂପେ ସଫଳ ହୋଇନାହାନ୍ତି। ଏହାରି ମଧ୍ୟରେ ମହାରାଷ୍ଟ୍ରର ପୁନେସ୍ଥିତ ନ୍ୟାସନାଲ୍‌ ଫାୟର ସର୍ଭିସ୍ କଲେଜର ସ୍ୱତନ୍ତ୍ର ଟିମ୍‌ ଘଟଣାସ୍ଥଳକୁ ପହଞ୍ଚିଛନ୍ତି। ଓଡ଼ିଶା ଅଗ୍ନିସେବା ଅଧୀନରେ ଏହି ସ୍ୱତନ୍ତ୍ର ଟିମ୍‌ ନିୟୋଜିତ ଅଛନ୍ତି। ଜାତୀୟ ଟିମ୍‌ର ଭୁବନେଶ୍ୱରରେ ଟ୍ରେନିଂ ଚାଲିଛି। ପୁରୀରେ ନିଆଁ ଲିଭା କାର୍ଯ୍ୟରେ ନିୟୋଜିତ ପାଇଁ ଏହି ଦଳ ଗସ୍ତ କରିଛନ୍ତି। ଏହା ପୂର୍ବରୁ ଅଗ୍ନିଶମ ଡିଜି ସନ୍ତୋଷ ଉପାଧ୍ୟାୟ ସୂଚନା ଦେଇଥିଲେ ଯେ, ନିଆଁ ଆୟତ୍ତ କରିବାକୁ ଆଉ କିଛି ସମୟ ଲାଗିବ। ସେ କହିଥିଲେ, ଖୁବ୍ ଶୀଘ୍ର ନିଆଁକୁ ଆୟତ୍ତ କରାଯିବ। ୧୬୦ ଜଣ ଅଗ୍ନିଶମ କର୍ମଚାରୀ ନିଆଁଲିଭା କାମରେ ନିୟୋଜିତ ଅଛନ୍ତି। ୧୨ଟି ଦମକଳ ଓ ୨ଟି ଓଡ୍ରାଫ୍ ଟିମ୍ ନିଷ୍ଠାର ସହ କାମ କରୁଛନ୍ତି। ରାତିରେ ଆଲୋକର ଅସୁବିଧା ଥିବା ହେତୁ କାମ ଟିକେ କଷ୍ଟକର ଥିଲା, ହେଲେ ଏବେ ଜୋରସୋରରେ କାମ ଚାଲିଛି।
ସୂଚନାଯୋଗ୍ୟ, ମରିଚିକୋଟ ଛକ ନିକଟ ଲକ୍ଷ୍ମୀବଜାରରେ ଥିବା ସମ୍ରାଟ ମାର୍କେଟ କମ୍ପ୍ଲେକ୍ସରେ ବୁଧବାର ରାତି ପ୍ରାୟ ସାଢ଼େ ୮ଟାରେ ନିଆଁ ଲାଗିଥିଲା। ଗତକାଲିଠାରୁ ନିଆଁ ଲାଗିଥିବା ଖବର ପାଇ ଅଗ୍ନିଶମ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ ଜାରି ରଖିଛନ୍ତି। ତେବେ ଏହି ଘଟଣାରେ କେହି ଗୁରୁତର ମୃତାହତ ହୋଇଥିବା ସୂଚନା ମିଳିନାହିଁ। ସମସ୍ତଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି।

Share Now:

Kalinga News Beuro

Next Post

ସରକାର ଓ କ୍ରାଇମବ୍ରାଞ୍ଚ ନବ ଦାସ ହତ୍ୟାକାଣ୍ଡ ତଦନ୍ତକୁ ଗୁରୁତ୍ୱର ସହ ନେବାକୁ ଚାହୁଁ ନାହାନ୍ତି : ବିଜୟ ମହାପାତ୍ର

Thu Mar 9 , 2023
ଭୁବନେଶ୍ୱର: ‘‘ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କ ହତ୍ୟାକାଣ୍ଡକୁ ୪୦ ଦିନ ହୋଇସାରିଛି। ହତ୍ୟାକାଣ୍ଡର ଅଭିଯୁକ୍ତ ଗିରଫ ହୋଇସାରିଥିଲେ ବି କ୍ରାଇମବ୍ରାଞ୍ଚ ପାଖରେ ଏହାର କାରଣ ସଂପର୍କରେ କୌଣସି ସୁରାକ ନାହିଁ। ତେଣୁ ଏତେ ବଡ଼ ହତ୍ୟାକାଣ୍ଡର ଏ ପ୍ରକାର ତଦନ୍ତ ଏହା ପ୍ରମାଣିତ କରୁଛି ଯେ ସରକାର ଓ କ୍ରାଇମବ୍ରାଞ୍ଚ ଏହାକୁ ଗୁରୁତ୍ୱର ସହ ନେବାକୁ ଚାହାନ୍ତି ନାହିଁ। ହତ୍ୟା ଓ ମାମଲାକୁ ଚପେଇ ଦେବା ପାଇଁ ଷଡଯନ୍ତ୍ର […]
ବିଜୟ ମହାପାତ୍ର

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial