ହିନ୍ଦୁ ମନ୍ଦିର ଉପରେ ଆକ୍ରମଣ କଥା ଉଠାଇଲେ ମୋଦୀ : ସୁରକ୍ଷା ପ୍ରତିଶ୍ରୁତି ଦେଲେ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଆଲବାନିଜ୍

ହିନ୍ଦୁ ମନ୍ଦିର ଉପରେ ଆକ୍ରମଣ

ନୂଆଦିଲ୍ଲୀ: ଗତ କିଛି ମାସ ହେଲା ଅଷ୍ଟ୍ରେଲିଆରେ ଥିବା ହିନ୍ଦୁ ମନ୍ଦିରଗୁଡ଼ିକ ଉପରେ ଆକ୍ରମଣ ମାମଲା ବଢିଚାଲିଛି। ଏହାକୁ ନେଇ ସେଠାରେ ରହୁଥିବା ହିନ୍ଦୁମାନେ ଆତଙ୍କରେ ଅଛନ୍ତି। ଏସବୁ ଆକ୍ରମଣକୁ ନେଇ ଭାରତର ପ୍ରଧାନମନ୍ତ୍ରୀ ଚିନ୍ତା ପ୍ରକଟ କରିବା ସହ ଏହି ପ୍ରସଙ୍ଗକୁ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଆନ୍ଥୋନି ଆଲବାନିଜଙ୍କ ଆଗରେ ଉଠାଇଛନ୍ତି।
ଶୁକ୍ରବାରଦିନ ଆନ୍ଥୋନୀ ଆଲବାନିଜଙ୍କ ସହ ଆଲୋଚନା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସାମ୍ବାଦିକମାନଙ୍କୁ ସମ୍ବୋଧିତ କରି କହିଛନ୍ତି ଯେ ଅଷ୍ଟ୍ରେଲିଆରେ ମନ୍ଦିର ଉପରେ ଆକ୍ରମଣର ନିୟମିତ ଖବର ଆସୁଛି। ସ୍ୱାଭାବିକ ଭାବେ ଏଭଳି ଖବର ଭାରତର ସମସ୍ତ ଲୋକଙ୍କୁ ଚିନ୍ତିତ କରିବା ସହ ଆମ ମନକୁ ବିଚଳିତ କରିଥାଏ। ଏହି ଭାବନା ଏବଂ ଉଦବେଗ ସଂପର୍କରେ ପ୍ରଧାନମନ୍ତ୍ରୀ ଆଲବାନିସଙ୍କୁ ଅବଗତ କରାଯାଇଛି। ସେ ମୋତେ ଆଶ୍ୱାସନା ଦେଇଛନ୍ତି ଯେ ଭାରତୀୟ ସମୁଦାୟର ସୁରକ୍ଷା ଉପରେ ସେ ପ୍ରାଥମିକତା ଦେବେ। ଏହି ପ୍ରସଙ୍ଗରେ ଦୁଇ ଦେଶର ଟିମ୍ ନିୟମିତ ଯୋଗାଯୋଗରେ ରହିବେ ଏବଂ ଯଥାସମ୍ଭବ ସହଯୋଗ କରିବେ ବୋଲି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି। ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ସାମୁଦ୍ରିକ ନିରାପତ୍ତା ଏବଂ ପାରସ୍ପରିକ ନିରାପତ୍ତା ବୃଦ୍ଧି ପାଇଁ ଅଷ୍ଟ୍ରେଲୀୟ ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି ବୋଲି ସେ କହିଛନ୍ତି। ସୂଚନାଯୋଗ୍ୟ ଯେ ଗତ ଜାନୁଆରୀ ମାସଠାରୁ ଇତି ମଧ୍ୟରେ ଅଷ୍ଟ୍ରେଲିଆର କେତେକ ହିନ୍ଦୁମନ୍ଦିର ଉପରେ ବାରମ୍ବାର ଆକ୍ରମଣ, ଭଙ୍ଗାରୁଜା ଓ ଖଲିସ୍ତାନ ସ୍ଲୋଗାନ ଲେଖାଯାଉଛି।

Share Now:

Kalinga News Beuro

Next Post

ଭାରତରେ ‘ଏଚ୍‌୩ଏନ୍‌୨’ ଇନ୍‌ଫ୍ଲୁଏଞ୍ଜା ଭୂତାଣୁ ଯୋଗୁଁ ୨ଜଣଙ୍କ ମୃତ୍ୟୁ: ରିପୋର୍ଟ

Fri Mar 10 , 2023
ନୂଆଦିଲ୍ଲୀ: ‘ଏଚ୍‌୩ଏନ୍‌୨’ ଇନ୍‌ଫ୍ଲୁଏଞ୍ଜା ଭୂତାଣୁ ସଂକ୍ରମଣ ଯୋଗୁଁ ଭାରତର ହରିୟାଣା ଏବଂ କର୍ଣ୍ଣାଟକରେ ୨ଜଣଙ୍କର ମୃତ୍ୟୁ ଘଟିଥିବା କଥା ବିଭିନ୍ନ ଜାତୀୟ ଗଣମାଧ୍ୟମ ରିପୋର୍ଟ କରିଛନ୍ତି। ପ୍ରଥମ ମୃତ୍ୟୁ କର୍ଣ୍ଣାଟକ ଏବଂ ଦ୍ଵିତୀୟ ମୃତ୍ୟୁ ହରିୟାଣାରେ ହୋଇଥିବା କଥା ଉକ୍ତ ରିପୋର୍ଟରେ ଉଲ୍ଲେଖ ଅଛି। ‘ପିଟିଆଇ’ ରିପୋର୍ଟ ଅନୁସାରେ, କର୍ଣ୍ଣାଟକରେ ‘ଏଚ୍‌୩ଏନ୍‌୨’ ଭୂତାଣୁଦ୍ୱାରା ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରିଥିବା ପ୍ରଥମ ବ୍ୟକ୍ତିଜଣକ ହେଉଛନ୍ତି ଜଣେ ୮୨ ବର୍ଷିୟ ବୃଦ୍ଧ। କର୍ଣ୍ଣାଟକ […]
ଇନ୍‌ଫ୍ଲୁଏଞ୍ଜା ଭୂତାଣୁ ଯୋଗୁଁ ୨ଜଣଙ୍କ ମୃତ୍ୟୁ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial