୬ ଦିନ ହେଲାଣି ନିଆଁକୁ ଆୟତ୍ତ କରିପାରୁନି ବନବିଭାଗ

ନିଆଁକୁ ଆୟତ୍ତ କରିପାରୁନି ବନବିଭାଗ

ବାଣପୁର : ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ନୀଳାଦ୍ରିପ୍ରସାଦ ପଞ୍ଚାୟତର ବଙ୍କାଡ଼ ସରଂକ୍ଷିତ ଜଙ୍ଗଲରେ ଲାଗିଥିବା ନିଆଁ ଲିଭିବାର ନାଁ ଧରୁନି। ୬ ଦିନ ହେଲାଣି ଜଳୁଛି ଜଙ୍ଗଲ। ଆୟତ୍ତ ହେଉନି ଜଙ୍ଗଲ ନିଆଁ। ସେପଟେ ଅନେକ ଧନ ଜୀବନ ନଷ୍ଟ। ବନବିଭାଗ ଓ ଅଗ୍ନିଶମ ବିଭାଗର ଆପ୍ରାଣ ଉଦ୍ୟମ ପରେ ମଧ୍ୟ ଲିଭିପାରୁନି ନିଆଁ। କିଛି ଖଳ ପ୍ରକୃତିର ଲୋକ ଜଙ୍ଗଲରେ ଅଗ୍ନି ସଂଯୋଗ କରିବାରୁ ନିଆଁ ଲିଭାଇବା କଷ୍ଟକର ହୋଇପଡୁଛି। ଫଳରେ ପରିବେଶ ସନ୍ତୁଳନ ବିଗିଡ଼ିବା ସହ ଗ୍ରାମବାସୀମାନେ ମଧ୍ୟ ବହୁ ହଇରାଣ ହରକତର ସାମ୍ନା କରୁଛନ୍ତି। ସେପଟେ ପ୍ରଚଣ୍ଡ ନିଆଁ କାରଣରୁ ବହୁ ଗଛପତ୍ର ପୋଡିଯିବା ସହିତ ଅନେକ ଜୀବଜନ୍ତୁ ନିଆଁରେ ପୋଡି ହୋଇ ପ୍ରାଣ ହରାଇଥିବା ସୂଚନା ରହିଛି।

Share Now:

Kalinga News Beuro

Next Post

ଛାତ୍ରୀକୁ ଅସଦାଚାରଣ ଅଭିଯୋଗ : କୋଠରୀରୁ ଉଦ୍ଧାର ହେଲା ପ୍ରଧାନଶିକ୍ଷକଙ୍କ ଝୁଲନ୍ତା ମୃତଦେହ

Fri Mar 10 , 2023
ରାଇରଙ୍ଗପୁର: ମୟୂରଭଞ୍ଜ ଜିଲ୍ଲା ଜାମଦା ବ୍ଲକ୍‌ର ଏକ ବିଦ୍ୟାଳୟର କୋଠରୀରୁ ପ୍ରଧାନଶିକ୍ଷକଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତ ପ୍ରଧାନଶିକ୍ଷକ ହେଲେ ରାଜେନ୍ଦ୍ର ଶତପଥୀ (୫୯)। ଛାତ୍ରୀକୁ ଅସଦାଚରଣ ଅଭିଯୋଗରେ ଗ୍ରାମବାସୀ ଏହି ସ୍କୁଲ ଗେଟ୍‌ରେ ତାଲା ପକାଇଥିଲେ। ସୂଚନା ଅନୁଯାୟୀ ଜାମଦା ଥାନା ଅର୍ନ୍ତଗତ ତାରଣା ଆଶ୍ରମ ସ୍କୁଲ ପରିସରରେ ଥିବା କୋଠରୀରୁ ବିଦ୍ୟାଳୟର ପ୍ରଧାନଶିକ୍ଷକ ରାଜେନ୍ଦ୍ର ଶତପଥୀଙ୍କ ଗୁରୁବାର ରାତିରେ ମୃତଦେହ ଝୁଲୁଥିବାର ଦେଖିବାକୁ ମିଳିଥିଲା। ଘଟଣାସ୍ଥଳରେ ଜାମଦା […]
ପ୍ରଧାନଶିକ୍ଷକଙ୍କ ଝୁଲନ୍ତା ମୃତଦେହ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial