ମାଟ୍ରିକ୍ ପରୀକ୍ଷା କେନ୍ଦ୍ର ବୁଲିଲେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ

ପରୀକ୍ଷା କେନ୍ଦ୍ର ପରିଦର୍ଶନ କଲେ ମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟରେ ମାଟ୍ରିକ୍ ପରୀକ୍ଷା ଆରମ୍ଭ ହୋଇଥିବା ବେଳେ ଆଜି ସକାଳେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀରରଞ୍ଜନ ଦାଶ ରାଜଧାନୀର ସୟଦ ମମତାଜ ଅଲି ହାଇସ୍କୁଲ(ଡୁମଡୁମା) ପରୀକ୍ଷା କେନ୍ଦ୍ର ପରିଦର୍ଶନ କରିଛନ୍ତି। ଏହାପରେ ମନ୍ତ୍ରୀ ଗଣମାଧ୍ୟମକୁ କହିଛନ୍ତି, ପରୀକ୍ଷା କେନ୍ଦ୍ରରେ ଏଥର ଖୁବ୍ ଭଲ ବ୍ୟବସ୍ଥା ହୋଇଛି। ପିଲାମାନେ ୭ଟା ୪୫ରେ ପ୍ରଶ୍ନପତ୍ର ପାଇଛନ୍ତି। ପରୀକ୍ଷା ଠିକ ସମୟରେ ଆରମ୍ଭ ହୋଇଛି। ପିଲାଙ୍କ ଚେହେରାରୁ ସ୍ପଷ୍ଟ ବାରି ହୋଇପଡୁଛି ପ୍ରଶ୍ନ ଭଲ ଆସିଛି। ଶାନ୍ତିଶୃଙ୍ଖଳା ସହ ପରୀକ୍ଷା ଆରମ୍ଭ ହୋଇଛି। ପିଲାମାନେ ପ୍ରଶ୍ନପତ୍ର ପାଟର୍ନ ପୂର୍ବରୁ ଜାଣିଛନ୍ତି। ତେଣୁ ଡରିବାର ଆଵଶ୍ୟକତା ନାହିଁ। ପିଲାମାନେ ନିଶ୍ଚିତ ଭାବେ ଭଲ କରିବେ। ଛାତ୍ରଛାତ୍ରୀମାନଙ୍କୁ ପଥଭ୍ରଷ୍ଟ କରିବା ପାଇଁ କିଛି ଅସମାଜିକ ବ୍ୟକ୍ତି ଚେଷ୍ଟା କରିଲେ ସେମାନଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ। ଏ ବାବଦରେ ପୂର୍ବରୁ ସାଇବର ଥାନାରେ ମଧ୍ୟ ଆଲୋଚନା ହୋଇଛି। ମିଛ ପ୍ରଶ୍ନ ପତ୍ର ଭାଇରାଲ କେବଳ ଉଦ୍ଦେଶ୍ୟମୂଳକ ଭାବେ କରାଯାଉଛି। ପୂର୍ବରୁ ଏଫ ୧,୨,୩,୪ ପରୀକ୍ଷା ସ୍କୁଲ କର୍ତ୍ତୃପକ୍ଷ କରିଛନ୍ତି ତେଣୁ ସେ ସବୁ ମାର୍କ ମିଶି ଫାଇନାଲ୍ ରେଜଲ୍ଟ ଆସିବ। ତେଣୁ ନିଶ୍ଚିତ ଭାବେ ପରୀକ୍ଷା ଫଳ ଚଳିତ ବର୍ଷ ଭଲ ଆସିବ।
ଉଲ୍ଲେଖଯୋଗ୍ୟ, ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ୱାରା ପରିଚାଳିତ ଦଶମ ଶ୍ରେଣୀ ହାଇସ୍କୁଲ ସାର୍ଟିଫିକେଟ୍‌ ପରୀକ୍ଷା(ମାଟ୍ରିକ୍), ମଧ୍ୟମା (ସଂସ୍କୃତ ଟୋଲ୍) ଓ ରାଜ୍ୟ ମୁକ୍ତବିଦ୍ୟାଳୟ ସାର୍ଟିଫିକେଟ୍(ଓପନ୍ ସ୍କୁଲ)ର ଦ୍ଵିତୀୟ ସମ୍ମେଟିଭ୍ ଆସେସ୍‌ମେଣ୍ଟ(ଏସ୍ଏ–୨) ପରୀକ୍ଷା ଆଜିଠାରୁ ସକାଳ ୮ଟାରୁ ଆରମ୍ଭ ହୋଇ ପୂର୍ବାହ୍ନ ୧୦ଟାରେ ସରିବ। କେବଳ ଗଣିତ ପରୀକ୍ଷା ୧୦ଟା ୧୫ରେ ସରିବ। ପରୀକ୍ଷା ମାର୍ଚ୍ଚ ୨୦ତାରିଖ ପର୍ଯ୍ୟନ୍ତ ଚାଲିବ।

Share Now:

Kalinga News Beuro

Next Post

ନବରଙ୍ଗପୁର ଜିଲ୍ଲାରେ ଦଶମ ବୋର୍ଡ ପରୀକ୍ଷାର ପ୍ରଥମ ଦିନରେ ୯୭୩ ପରୀକ୍ଷାର୍ଥୀ ଅନୁପସ୍ଥିତ

Sat Mar 11 , 2023
ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲାରେ ପ୍ରାଥମିକ ସ୍ତରରୁ ହାଇସ୍କୁଲ ସ୍ତର ପର୍ଯ୍ୟନ୍ତ ଡ୍ରପ ଆଉଟ ରହିଥିବା ବେଳେ ଏବେ ପୁଣି ଦଶମ ବୋର୍ଡ ପରୀକ୍ଷାରେ ପ୍ରଥମ ଦିନରେ ୯୭୩ ଜଣ ପରୀକ୍ଷାର୍ଥୀ ଅନୁପସ୍ଥିତ। ଗତ ୨୦୨୨ ଦଶମ ବୋର୍ଡ ପରୀକ୍ଷା ରେ ୨୧୫୫ ଜଣ ଛାତ୍ରଛାତ୍ରୀ ଡ୍ରପ ହେବା ପରେ ଡ୍ରପ ହାର ୧୪ ପ୍ରତିଶତ ରହିଥିଲା। ଯାହାକି ସାରା ରାଜ୍ୟରେ ଚାଞ୍ଚଲ୍ୟ ଖେଳିଯାଇଥିଲା। ଗତ ବର୍ଷ ଅପେକ୍ଷା ଚଳିତ ପରୀକ୍ଷାରେ […]
ଡ୍ରପ ଆଉଟର ଅସଲ ଚିତ୍ର

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial